ବାତ୍ୟା କ୍ଷୟକ୍ଷତି ପାଇଁ କେନ୍ଦ୍ରରୁ ସହାୟତା ଲୋଡିଲେ ରାଜ୍ୟ ସରକାର  ୧୦୦୦ କୋଟି ଟଙ୍କାର ମଧ୍ୟବର୍ତିକାଳୀନ ସହାୟତା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ  କ୍ଷତି ଭରଣା ଲାଗି ୨୭୭୦ କୋଟି ୨୮ଲକ୍ଷ ଟଙ୍କା ଆବଶ୍ୟକ ଦର୍ଶାଇଲେ ରାଜ୍ୟ ସରକାର  ଜାତୀୟ ବିପର୍ଯ୍ୟୟ ପାଣ୍ଠିରୁ ୨୦୧୪ କୋଟି ଯୋଗାଇବାକୁ କେନ୍ଦ୍ରକୁ ଅନୁରୋଧ  ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ସ୍ୱତନ୍ତ୍ର ଭାବେ ୫୭,୧୩୧ ଘର ଯେଗାଇକୁ କେନ୍ଦ୍ରକୁ କୁହାଗଲା  ବାତ୍ୟାରେ ୬୦ଲକ୍ଷ ୧୧ ହଜାର ଲୋକ ପ୍ରଭାବିତ  ବାତ୍ୟାରେ ୫୭ ଜଣ ମରିଥିବାବେଳେ ୧୦ଜଣ ନିଖୋଜ ଥିବା କେନ୍ଦ୍ରକୁ ଜଣାଇଲେ ରାଜ୍ୟ ସରକାର  

ବଢୁଛନ୍ତି ବିଦେଶୀ ପର୍ଯ୍ୟଟକ

ରାଜ୍ୟକୁ ଗତବର୍ଷ ଏକ ଲକ୍ଷ ବିଦେଶୀ ପର୍ଯ୍ୟଟକ ଆସିଛନ୍ତି । ୨୦୧୪ ମସିହାରେ ଏମାନଙ୍କ ସଂଖ୍ୟା ମାତ୍ର ୭୧ ହଜାର ଥିବାବେଳେ କ୍ରମାଗତ ଭାବେ ତାହା ବୃଦ୍ଧି ପାଇବାରେ ଲାଗିଛି । ବିଦେଶୀ ପର୍ଯ୍ୟଟକଙ୍କ ସହିତ ଗତବର୍ଷ ଦେଶ ଭିତରୁ ଏକ କୋଟି ୪୦ଲକ୍ଷ ପର୍ଯ୍ୟଟକ ବି ଓଡିଶା ଆସିଛନ୍ତି ।

ପର୍ଯ୍ୟଟନ ବିଭାଗର ସଫଳତା ସଂକ୍ରାନ୍ତରେ ସୂଚନା ଦେଇ ଏହା କହିଛନ୍ତି ରାଜ୍ୟ ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଅଶୋକ କୁମାର ପଣ୍ଡା । ମନ୍ତ୍ରୀ କହିଛନ୍ତି ଯେ ରାଜ୍ୟକୁ ଆସୁଥିବା ଉଭୟ ଘରୋଇ ଓ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ଗତ ଚାରିବର୍ଷ ଧରି କ୍ରମାଗତ ଭାବେ ବଢିବାରେ ଲାଗିଛି ।

ଗତ ବର୍ଷ ଏପ୍ରିଲ ୨୬ ତାରିଖରୁ କୁଆଲାଲମପୁରକୁ ଓଡିଶାରୁ ସିଧାସଳଖ ଆର୍ନ୍ତଜାତିକ ବିମାନ ଉଡାଣ ଆରମ୍ଭ ହେବାପରେ ଭୁବନେଶ୍ୱର ସହିତ ପୂର୍ବ, ଦକ୍ଷିଣପୂର୍ବ ତଥା ଅଷ୍ଟ୍ରେଲିଆ ଭଳି ୧୨୦ଟି ଏସୀୟ ଦେଶର ସିଧାସଳଖ ବିମାନ ସଂଯୋଗ ହୋଇପାରିଛି ।

ରାଷ୍ଟ୍ରାୟତ ବିମାନ ସଂସ୍ଥା ଏୟାର ଇଣ୍ଡିଆ ମଧ୍ୟ ଗତବର୍ଷ ଡିସେମ୍ବର ମାସରୁ ବ୍ୟାକଂକ୍‍କୁ ସିଧାସଳଖ ବିମାନ ସେବା ଆରମ୍ଭ କରିଛି । ଏହାଦ୍ୱାରା ଓଡିଶାକୁ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ବଢିବାରେ ଲାଗିଛି ।

ବିଦେଶୀ ପର୍ଯ୍ୟଟକଙ୍କୁ ଆକୃଷ୍ଟ କରିବାଲାଗି ଗତବର୍ଷ ଭୁବନେଶ୍ୱର ଠାରେ ସର୍ବଭାରତୀୟ ଟୁର୍‍ ଅପରେଟର ସଂଘର ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି । ଏଥିରେ ଦେଶ ବିଦେଶରୁ ୧୦୦୦ରୁ ଅଧିକ ଟୁର୍‍ ଅପରେଟର, ଟ୍ରାଭେଲ ଏଜେଣ୍ଟ ତଥା ଅନ୍ୟାନ୍ୟ ପ୍ରତିନିଧିମାନେ ଅଂଶଗ୍ରହଣ କରିଥିଲେ ।

ପର୍ଯ୍ୟଟନ ବିଭାଗ ଦ୍ୱାରା ପ୍ରସ୍ତୁତ ବିଭିନ୍ନ ବିଜ୍ଞାପନ ଗୁଡିକୁ ଦେଶ ବିଦେଶର ଗଣମାଧ୍ୟମରେ ପ୍ରଚାର ପ୍ରସାର କରାଯାଉଛି ନୂଆଦିଲ୍ଲୀ, କୋଲକତା, ମୁମ୍ବାଇ ଆନ୍ତର୍ଜାତିକ ବିମାନବନ୍ଦର ସହିତ ମୁମ୍ବାଇ ମେଟ୍ରୋ ଟ୍ରେନ୍‍ରେ ମଧ୍ୟ ଓଡିଶା ପର୍ଯ୍ୟଟନ ସଂକ୍ରାନ୍ତରେ ସୂଚନା ଲଗାଯାଇଛି ।

ପର୍ଯ୍ୟଟନ ବିଭାଗ ପକ୍ଷରୁ ରାଜ୍ୟରେ ଦକ୍ଷତା ବିକାଶ ପାଇଁ ୧୧୫୪ ଜଣଙ୍କୁ ଟୁରିଷ୍ଟ ଗାଇଡ୍‍ ପ୍ରଶିକ୍ଷଣ ପ୍ରଦାନ କରାଯାଇଥିବାବେଳେ ୪୬୯ଜଣଙ୍କୁ ଇକୋ ଟୁରିଜିମ୍‍, ୩୬୫ଜଣଙ୍କୁ ରାଜ୍ୟସ୍ତରୀୟ ଗାଇଡ୍‍, ୨୩୧୩ ଜଣଙ୍କୁ ହୋଟେଲ ଆତିଥେୟତା,୨୦୦ ଜଣଙ୍କୁ ଟୁରିଜିମ୍‍ ଓ ଟ୍ରାଭେଲ ଟ୍ରେଡ ବିଷୟରେ ତାଲିମ ଦିଆଯାଇଛି ।