ବିଶିଷ୍ଟ ଶିଳ୍ପପତି ଡ. ବଂଶୀଧର ପଣ୍ଡାଙ୍କ ପରଲୋକ  ୮୭ ବର୍ଷ ବୟସରେ ଭୁବନେଶ୍ୱରସ୍ଥିତ ବାସଭବନରେ ଦେହାନ୍ତ  ଡ. ପଣ୍ଡା ହେଉଛନ୍ତି ଇମ୍ଫା ଶିଳ୍ପାନୁଷ୍ଠାନର ପ୍ରତିଷ୍ଠାତା  ବଂଶୀଧର ପଣ୍ଡାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୋକ  ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଲେ ମୁଖ୍ୟମନ୍ତ୍ରୀ  ଡ. ପଣ୍ଡାଙ୍କ ବିୟୋଗରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଶୋକ  

ବାତ୍ୟା ସୂଚନାପାଇଁ ୧୨୨ ଟାୱାର

ଜନସାଧାରଣଙ୍କୁ ବାତ୍ୟା ଓ ସୁନାମୀ ଭଳି ପ୍ରାକୃତିକ ବିପର୍ଯ୍ୟୟ ସଂକ୍ରାନ୍ତରେ ଆଗୁଆ ସୂଚନା ଦେବାପାଇଁ ରାଜ୍ୟର ୬ଟି ଉପକୂଳବର୍ତ୍ତୀ ଜିଲ୍ଲାରେ ୧୨୨ଟି ସ୍ଥାନରେ ଆଲର୍ଟ ସାଇରନ୍‍ ଟାୱାର ନିର୍ମାଣ ହୋଇଛି । ଏଗୁଡିକ ଆସନ୍ତା ଜୁନ୍‍ ଶେଷସୁଦ୍ଧା କାର୍ଯ୍ୟକ୍ଷମ ପାଇଁ ଲକ୍ଷ୍ୟ ରହିଛି ।

ରାଜସ୍ୱ ଓ ବିପର୍ଯ୍ୟ ପରିଚାଳନା ବିଭାଗର ସଫଳତା ସଂକ୍ରାନ୍ତରେ ସାମ୍ବାଦିକମାନଙ୍କୁ ସୂଚନା ଦେଇ ଏହା କହିଛନ୍ତି ବିଭାଗୀୟ ମନ୍ତ୍ରୀ ମହେଶ୍ୱର ମହାନ୍ତି ।

ମନ୍ତ୍ରୀ କହିଛନ୍ତି ଯେ ପ୍ରାକୃତିକ ବିପର୍ଯ୍ୟୟ ସଂକ୍ରାନ୍ତରେ ଆଗୁଆ ସୂଚନା ମିଳିଲେ ଧନ ଜୀବନ କ୍ଷୟକ୍ଷତିକୁ ରୋକାଯାଇ ପାରିବ । ଏହାକୁ ଦୃଷ୍ଟିରେ ରଖି ୬ଟି ଜିଲ୍ଲାର ୨୨ଟି ବ୍ଲକରେ ଏହି ଆଲର୍ଟ ସାଇରନ୍‍ ଟାୱାର ନିର୍ମାଣ କରାଯାଉଛି ।

ସେହିଭଳି ରାଜ୍ୟରେ ପାଣିପାଗ ସମ୍ପର୍କିତ ସୂଚନା ଆହରଣ ଓ ମରୁଡି ପରିସ୍ଥିତିର ସଠିକ୍‍ ପରିଚାଳନା ନିମନ୍ତେ ରାଜ୍ୟ ମରୁଡି ପର୍ଯ୍ୟବେକ୍ଷଣ କେନ୍ଦ୍ର ଗଠନ କରାଯାଇଛି । ରାଜ୍ୟର ୩୨୦ଟି ସ୍ଥାନରେ ସ୍ୱୟଂଚାଳିତ ପାଣିପାଗ କେନ୍ଦ୍ର ଓ ପ୍ରାୟ ୬ହଜାରଟି ସ୍ଥାନରେ ସ୍ୱୟଂଚାଳିତ ବର୍ଷା ପରିମାପକ ଯନ୍ତ୍ର ସ୍ଥାପନ ନିମନ୍ତେ ପଦକ୍ଷେପ ନିଆଯାଉଛି ।

ରାଜ୍ୟରେ ୮୭୯ ଟି ବହୁମୁଖୀ ବନ୍ୟା ଓ ବାତ୍ୟା ଆଶ୍ରୟସ୍ଥଳୀ ନିର୍ମାଣ ହୋଇଥିବାବେଳେ ଏହିସବୁ ପ୍ରକଳ୍ପକୁ ସଂଯୋଗ ଲାଗି ୩୮୮ କିଲୋମିଟର ସବୁଦିନିଆ ରାସ୍ତା ନିର୍ମାଣ ସହିତ ୫୮ କିଲୋମିଟରର ଲୁଣାବନ୍ଧକୁ ସୁଦୃଢ କରାଯାଇଛି ।

ଓଡିଶା ବିପର୍ଯ୍ୟୟ ପୁନରୁଦ୍ଧାର ପ୍ରକଳ୍ପ ଜରିଆରେ ଫାଇଲିନ୍‍ ବାତ୍ୟାରେ ଅଧିକ କ୍ଷତିଗ୍ରସ୍ତ ଗଞ୍ଜାମ ଓ ଖୋରଧା ଜିଲ୍ଲାର ସମୁଦ୍ର ଉପକୂଳ ଠାରୁ ୫ କିଲୋମିଟର ଅଞ୍ଚଳରେ ମଧ୍ୟରେ ବସବାସ କରୁଥିବା ପରିବାର ପାଇଁ ୧୬,୫୬୮ଟି ବିପର୍ଯ୍ୟୟ ପ୍ରତିରୋଧକ ବାସଗୃହ ନିର୍ମାଣ ହେଉଛି । ଏଥିରୁ ବର୍ତ୍ତମାନ ସୁଦ୍ଧା ୧୫ହଜାର ଘରର ନିର୍ମାଣ ସମ୍ପୂର୍ଣ୍ଣ ହୋଇଥିବା ଓସ୍‍ଡମାର ପରିଚାଳନା ନିର୍ଦ୍ଦେଶକ ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି ।

ଗତବର୍ଷ ମରୁଡି, ରୋଗପୋକ ଉପଦ୍ରବ ଓ ଅଦିନିଆବର୍ଷା ଯୋଗୁଁ ରାଜ୍ୟର ୨୯ଟି ଜିଲ୍ଲାରେ ପ୍ରାୟ ୮ଲକ୍ଷ ୮୨ହଜାର ହେକ୍ଟର ଜମିରେ ଶତକଡା ୩୩ଭାଗରୁ ଅଧିକ ଫସଲ ନଷ୍ଟ ହୋଇଥିବାବେଳେ ଚାଷୀମାନଙ୍କ ସହାୟତା ପାଇଁ ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠିରୁ ୭୫୧କୋଟି ଟଙ୍କା ଜିଲ୍ଲାପାଳମାନଙ୍କୁ ଦିଆଯାଇଛି । 



Powered by Catalyst IT Solutions Pvt. Ltd.