ଲଘୁଚାପ ପ୍ରଭାବରେ ୬ଟି ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା  ସତର୍କ କଲା ଆଞ୍ଚଳିକ ପାଣିପାଗ ବିଭାଗ  ମାଲକାନଗିରି, କୋରାପୁଟ, ରାୟଗଡା, ନବରଙ୍ଗପୁର, କଳାହାଣ୍ଡି ଓ କନ୍ଧମାଳରେ ପ୍ରବଳ ବର୍ଷା ସୂଚନା  ୧୬ ତାରିଖରୁ ଉପକୂଳ ଓଡିଶାର କେତେକ ସ୍ଥାନରେ ବର୍ଷା ସମ୍ଭାବନା  ଗଭୀର ସମୁଦ୍ରକୁ ନଯିବାକୁ ମତ୍ସ୍ୟଜୀବୀଙ୍କୁ ପରାମର୍ଶ  ଫେବୃୟାରୀ ୨୨ ତାରିଖରୁ ମାଟ୍ରିକ ପରୀକ୍ଷା  ମାର୍ଚ୍ଚ ୮ ତାରିଖ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା  ଓଏମ୍‍ଆର ଓ ଲିଖିତ ପରୀକ୍ଷା ଲାଗି ୪ ସେଟ୍‍ର ପ୍ରଶ୍ନପତ୍ର  ପରୀକ୍ଷା ସମୟ ପୂର୍ବାହ୍ନ ୯ଟାରୁ ୧୧ଟା ୩୦ ମିନିଟ୍‍  ଗଣିତ ପରୀକ୍ଷା ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ଅଧିକ ୧୫ମିନିଟ୍‍  ୧୧ରୁ ୧୬ ଫେବୃୟାରୀ ମଧ୍ୟରେ ଧନ୍ଦାମୂଳକ ପରୀକ୍ଷାର ପ୍ରାକ୍ଟିକାଲ ପରୀକ୍ଷା  

ପୁଲିସ୍ ଆବଶ୍ୟକତା ନେଇ ଚାଲିଛି ଅନୁଧ୍ୟାନ

ରାଜ୍ୟର ଲୋକସଂଖ୍ୟା ଦୃଷ୍ଟିରୁ କେତେ ପୁଲିସ୍‍ କର୍ମଚାରୀ ଆବଶ୍ୟକ ଓ କେତୋଟି ନୂତନ ଥାନାର ଆବଶ୍ୟକତା ରହିଛି ସେ ସଂକ୍ରାନ୍ତରେ ସରକାର ଅନୁଧ୍ୟାନ କରୁଛନ୍ତି । କଂଗ୍ରେସ ବିଧାୟକ ଚିରଞ୍ଜୀବ ବିଶ୍ୱାଳ ବିଧାନସଭାରେ ପଚାରିଥିବା ଏକ ପ୍ରଶ୍ନର ଉତ୍ତରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି ।

ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ପରିସଂଖ୍ୟାନ ଅନୁଯାୟୀ ଓଡିଶାରେ ବିଭିନ୍ନ ବର୍ଗରେ ୬୬,୯୭୯ ମଞ୍ଜୁରୀପ୍ରାପ୍ତ ପୁଲିସ୍‍ କର୍ମଚାରୀ ପଦବୀ ରହିଛି । ସେଥିରେ ଗତ ଜାନୁୟାରୀ ପହିଲା ସୁଦ୍ଧା ୫୬,୬୫୧ ଜଣ ପୁଲିସ୍‍ କାର୍ଯ୍ୟରତ ଥିବାବେଳେ ଖାଲିପଡିଛି ୧୦,୩୨୮ ପଦବୀ ।

ମୁଖ୍ୟମନ୍ତ୍ରୀଙ୍କ ହିସାବ ମୁତାବକ ଓଡିଶା ପୁଲିସ୍‍ ପାଇଁ ପ୍ରଥମଶ୍ରେଣୀ ପାହ୍ୟାର ୧୦୨୬ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ସେଥିରେ ୬୭୮ଜଣ କାର୍ଯ୍ୟ କରୁଛନ୍ତି ଓ ୩୪୬ଟି ପଦବୀ ଖାଲିପଡିଛି । ସେହିପରି ପୁଲିସ୍‍ ବାହିନୀର ଦ୍ୱିତୀୟଶ୍ରେଣୀ ପାହ୍ୟାରେ ୫୯୪୩ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ସେଥିରୁ ୧୮୮୮ଟି ପଦବୀ ଖାଲି ପଡିଛି ଓ କାର୍ଯ୍ୟରତ ଅଛନ୍ତି ୪୦୫୫ଜଣ ।

ତେବେ ଓଡିଶା ପୁଲିସ୍‍ର ତୃତୀୟଶ୍ରେଣୀ ପାହ୍ୟାରେ ସର୍ବାଧିକ ୬୦,୦୧୨ଟି ମଞ୍ଜୁରୀପ୍ରାପ୍ତ ପଦବୀ ଥିବାବେଳେ ସେଥିରୁ ୮୦୯୪ଟି ଖାଲି ପଡିଛି । ଏହି ବର୍ଗରେ ୫୧,୯୧୮ଜଣ ପୁଲିସ୍‍ କର୍ମଚାରୀ ରାଜ୍ୟରେ କାର୍ଯ୍ୟରତ ଥିବା ମୁଖ୍ୟମନ୍ତ୍ରୀଙ୍କ ପ୍ରଦତ୍ତ ତଥ୍ୟରୁ ଜଣାପଡିଛି ।

ଖାଲି ପଡିଥିବା ପଦବୀ ଗୁଡିକୁ ନୂତନ ଚୟନ ଓ ପଦୋନ୍ନତି ଭିତ୍ତିରେ ପୂରଣ କରିବା ନିମନ୍ତେ ଆବଶ୍ୟକୀୟ ପଦକ୍ଷେପ ଗ୍ରହଣ କରାଯାଉଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । (ତଥ୍ୟ)