ଅଭିଜିତ ଆୟାର ମିତ୍ରଙ୍କ ମନ୍ତବ୍ୟର ତଦନ୍ତ ଲାଗି ଗୃହ କମିଟି ଗଠିତ   ବିରୋଧୀ ଦଳ ନେତା ନରସିଂହ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଏହି କମିଟିରେ ଅଛନ୍ତି ୫ ବିଧାୟକ  କମିଟି ତାହାର ରିପୋର୍ଟ ଆସନ୍ତା ବିଧାନସଭା ଅଧିବେଶନର ପ୍ରଥମ କିମ୍ବା ଦ୍ୱିତୀୟ ଦିନ ଦେବାକୁ ବାଚସ୍ପତିଙ୍କ ନିର୍ଦ୍ଦେଶ  ବିଧାନସଭାର ମୌସୁମୀ ଅଧିବେଶନ ଶେଷ  ଗୃହକୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ ରଖିଲେ ବାଚସ୍ପତି ପ୍ରଦୀପ ଅମାତ  ସେପ୍ଟେମ୍ବର ୪ରୁ ଆରମ୍ଭ ହୋଇଥିଲା ମୌସୁମୀ ଅଧିବେଶନ  

ଚିଟଫଣ୍ଡ କମିଶନଙ୍କ ପାଇଁ ୪ କୋଟି ଖର୍ଚ୍ଚ

ଚିଟଫଣ୍ଡ କମିଶନଙ୍କ ପାଇଁ ରାଜକୋଷରୁ ୪ କୋଟି ଟଙ୍କାରୁ ଊଦ୍ଧ୍ୱର୍ ଅର୍ଥ ଖର୍ଚ୍ଚ ହୋଇଥିବା ବେଳେ କମିଶନ ଦେଇଛନ୍ତି ୪ଟି ଅନ୍ତରୀଣ ରିପୋର୍ଟ । ଚିଟଫଣ୍ଡ କମିଶନଙ୍କ କାର୍ଯ୍ୟକାଳ ବସିବା ଠାରୁ ଏଯାବତ ୧୪ଥର ନିର୍ଦ୍ଧାରିତ ହୋଇସାରିଲାଣି । ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ପାଇଁ ୪ ବର୍ଷ ତଳେ ରାଜ୍ୟ ସରକାର ୩୦୦ କୋଟି ଟଙ୍କାର କର୍ପସ ପାଣ୍ଠି ଗଠନ କରିଥିବା ବେଳେ ଏଯାବତ ଏଥିରୁ କେହି ପଇସାଟିଏ ବି ପାଇନାହାନ୍ତି । ତେବେ ରାଜ୍ୟରେ ୪୦୦ରୁ ଅଧିକ ଚିଟଫଣ୍ଡ ମାମଲାରେ ଅଭିଯୋଗପତ୍ର ଦାଖଲ ହୋଇଛି । ବିଧାୟକ ଦିଲିପ ରାୟଙ୍କ ତିନୋଟି ପୃଥକ ପୃଥକ ପ୍ରଶ୍ନର ଉତରରେ ଅର୍ଥମନ୍ତ୍ରୀ ଶଶୀଭୂଷଣ ବେହେରା ଦେଇଥିବା ତଥ୍ୟରୁ ଏହା ଜଣାପଡ଼ିଛି ।

ବେଆଇନ ଆର୍ôଥକ ପ୍ରତିଷ୍ଠାନମାନଙ୍କ ଦ୍ୱାରା ଜମା ସଂଗ୍ରହର ତଦନ୍ତ ଲାଗି ରାଜ୍ୟ ସରକାର ଅବସରପ୍ରାପ୍ତ ହାଇକୋର୍ଟ ମୁଖ୍ୟ ବିଚାରପତି ରାଧାକୃଷ୍ଣ ପାତ୍ର ତଦନ୍ତ କମିଶନ ୨୦୧୩ ଜୁଲାଇ ମାସରେ ବସାଇଥିଲେ । ଏହି କମିଶନ ୩ ମାସ ମଧ୍ୟରେ ରିପୋର୍ଟ ଦେବା କଥା । ତେବେ ପରବର୍ତୀ ସମୟରେ ତିନିଥରରେ ଜଷ୍ଟିସ ପାତ୍ର କମିଶନଙ୍କ କାର୍ଯ୍ୟକାଳ ବୃଦ୍ଧି କରାଯାଇଥିଲା । ତାଙ୍କ ବିୟୋଗ ପରେ ୨୦୧୫ ଫେବୃଆରୀ ମାସରେ ଅବସରପ୍ରାପ୍ତ ବି·ରପତି ଏମ.ଏମ ଦାସଙ୍କୁ ତଦନ୍ତ କମିଶନର ଦାୟିତ୍ୱ ଦିଆଯାଇ କାର୍ଯ୍ୟକାଳ ୬ ମାସ ନିର୍ଦ୍ଧାରଣ କରାଯାଇଥିଲା । ପରବର୍ତୀ ସମୟରେ ୯ ଥରରେ ଦାସ କମିଶନଙ୍କ କାର୍ଯ୍ୟକାଳ ୪୨ ମାସ ବଢ଼ିଛି ।

ଅର୍ଥମନ୍ତ୍ରୀଙ୍କ ସୂଚନାନୁଯାୟୀ ତଦନ୍ତ କମିଶନ, ଏହାର ଅଧିକାରୀ, କର୍ମଚାରୀଙ୍କ ଦରମା ଓ ଭତା, କାର୍ଯ୍ୟାଳୟର ଆନୁଷଙ୍ଗିକ ଖର୍ଚ୍ଚ, ସତ୍ୟପାଠର କମ୍ପ୍ୟୁଟରୀକରଣ ଆଦି ବାବଦକୁ ମୋଟ୍ ୪,୨୩,୧୮,୧୭୧ ଟଙ୍କା ବ୍ୟୟ ହୋଇଛି । ଜଷ୍ଟିସ ଦାସ କମିଶନ ଇତିମଧ୍ୟରେ ସରକାରଙ୍କୁ ୪ଟି ଅନ୍ତରୀଣ ରିପୋର୍ଟ ଦେଇଛନ୍ତି । କ୍ଷତିଗ୍ରସ୍ତ ଜମାକାରୀଙ୍କୁ ସହାୟତା ପ୍ରଦାନ ଲାଗି ୨୦୧୪ ମସିହାରେ ରାଜ୍ୟ ସରକାର ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ ଗଠନ କରିଛନ୍ତି । କମିଶନଙ୍କ ୪ଟି ଅନ୍ତରୀଣ ରିପୋର୍ଟ ଉପରେ କାର୍ଯ୍ୟାନୁଷ୍ଠାନ ଚୂଡ଼ାନ୍ତ ହେବା ପରେ ଏହା ବିଧାନସଭାରେ ଉପସ୍ଥାପନ କରାଯିବ ।
ସେ ପୁଣି କହିଛନ୍ତି ଯେ ୨୦୧୦ରୁ ୨୦୧୮ ମାର୍ଚ୍ଚ ସୁଦ୍ଧା ୨୬୬ଟି ବେଆଇନ ଆର୍ôଥକ ପ୍ରତିଷ୍ଠାନ ବିରୋଧରେ ୬୬୨ଟି ଫୌଜଦାରୀ ମାମଲା ପୋଲିସ ରୁଜୁ କରିଛି । ଏଥିମଧ୍ୟରୁ ୪୧୨ଟିରେ ଅଭିଯୋଗ ଫର୍ଦ୍ଦ ଦାଖଲ ହୋଇଛି ।

ଏହି ବ୍ୟାପାରରେ ୮୫୦ ଜଣଙ୍କୁ ଗିରଫ କରାଯାଇଛି ଏବଂ ୮ଟି ଫୌଜଦାରୀ ମାମଲାର ବିଚାର ପରେ ଅଦାଲତ ଦଣ୍ଡାଦେଶ ପ୍ରଦାନ କରିଛନ୍ତି । ଓଡ଼ିଶା ଜମାକାରୀ ସ୍ୱାର୍ଥ ସୁରକ୍ଷା ଅଧିନିୟମ ଅନୁଯାୟୀ ୪୧ଟି ବେଆଇନ୍ ସଂସ୍ଥାର ସ୍ଥାବର ଓ ଅସ୍ଥାବର ସମ୍ପତି ବାଜ୍ୟାପ୍ତି ପାଇଁ ସରକାର ୨୧ଟି ପ୍ରସ୍ତାବରେ ଆଦେଶ ପ୍ରଦାନ କରିଥିବା ବେଳେ ଏହାର ଅନୁପାଳନ ଲାଗି ଡେଜିଗନେଟେଡ କୋର୍ଟରେ ୪୧ଟି ମାମଲା ରୁଜୁ ହୋଇଛି । ଏଥିମଧ୍ୟରୁ ୨୪ଟି ବିଚାରାଧିନ ଥିବା ବେଳେ ଅବଶିଷ୍ଟ ମାମଲାରେ ଜବତ ସମ୍ପତି ବାଜ୍ୟାପ୍ତି ଲାଗି ଆଦେଶ ହୋଇଛି । ତେବେ ମନ୍ତ୍ରୀଙ୍କ ପ୍ରଦତ ଏହି ତଥ୍ୟରେ ଚିଟଫଣ୍ଡ ବ୍ୟାପାରରେ ସିବିଆଇ ରୁଜୁ କରିଥିବା ମାମଲା ସଂକ୍ରାନ୍ତରେ କିଛି ଉଲ୍ଲେଖ ନାହିଁ ।