ଆମ୍ରୀ ହସପିଟାଲରେ ଯକୃତ ଚିକିତ୍ସା ଆରମ୍ଭ

ଓଡ଼ିଶାର ଲୋକମାନଙ୍କ ପାଇଁ ବିଶ୍ୱ ସ୍ତରୀୟ ସ୍ୱାସ୍ଥ୍ୟ ସେବା ଆଣି ଦେବାର ପ୍ରତିଶ୍ରୁତିକୁ ଜାରି ରଖି ଆମ୍ରୀ ହସପିଟାଲସ୍ ଭୁବନେଶ୍ୱର ପକ୍ଷରୁ ଗୁରୁଗାଓଁ ସ୍ଥିତ ମଲ୍ଟି-ସ୍ପେସିଆଲିଟି ମେଡିକାଲ୍ ଅନୁଷ୍ଠାନ ମେଦାନ୍ତ ସହଯୋଗରେ ଆଜି ଠାରୁ ଯକୃତ ଚିକିତ୍ସା ଓପିଡି କ୍ଲିନିକ୍ ଆରମ୍ଭ କରାଯାଇଛି ।

ଏହି ସ୍ୱତନ୍ତ୍ର ଯକୃତ (ଲିଭର୍) ଚିକିତ୍ସା କ୍ଲିନିକ୍ ଓପିଡି ସେବା ପ୍ରତି ମାସରେ ଥରେ ଉପଲବ୍ଧ ହେବ । ଏହି ବ୍ୟବସ୍ଥାଟି ଓଡ଼ିଶା ରାଜ୍ୟର ଏଭଳି ପ୍ରଥମ ଧରଣର କ୍ଲିନିକ୍ ଯାହା ରାଜ୍ୟରୁ ଓ ଦେଶର ପୂର୍ବାଚଂଳର ବିଭିନ୍ନ ପ୍ରାନ୍ତରୁ ଆସୁଥିବା ରୋଗୀମାନଙ୍କୁ ଯକୃତ ପ୍ରତିରୋପଣ ଭଳି ଜଟିଳ ଚିକିତ୍ସା ସେବା ସମେତ ବିଶ୍ୱ ସ୍ତରୀୟ ଯକୃତ ସେବା ପ୍ରଦାନ କରିବ ।

ଡକ୍ଟର ଏ ଏସ୍ ସୋଇନ୍, ଅଧ୍ୟକ୍ଷ, ଇନଷ୍ଟିଚ୍ୟୁଟ୍  ଅଫ୍‍ ଲିଭର୍ ଟ୍ରାନ୍ସପ୍ଲାଣ୍ଟ ଆଣ୍ଡ ରିଜେନେରେଟିଭ୍ ମେଡିସିନ୍, ମେଦାନ୍ତ-ଦି ମେଡିସିଟି ଏହାର ନେତୃତ୍ୱ ନେବେ ଓ ସିନିୟର କନସଲଟାଣ୍ଟ ଡକ୍ଟର ପ୍ରଶାନ୍ତ ଭାଙ୍ଗୀ ତାଙ୍କୁ ସହଯୋଗ ପ୍ରଦାନ କରିବେ ।

ଡକ୍ଟର ଏ ଏସ୍ ସୋଇନ୍ ହେଉଛନ୍ତି ଜଣେ ବିଶ୍ୱ ବିଖ୍ୟାତ ସର୍ଜନ ଯିଏ କି ୨୭୦୦ରୁ ଅଧିକ ଯକୃତ ପ୍ରତିରୋପଣ କରିଛନ୍ତି । ମେଦାନ୍ତ ଭାରତର ସର୍ବବୃହତ ଓ ସବୁଠୁ ସଫଳ ଯକୃତ ପ୍ରତିରୋପଣ କାର୍ଯ୍ୟକ୍ରମର ନେତୃତ୍ୱ ନେଉଛି ଯାହାକୁ ଆର୍ନ୍ତର୍ଜାତୀୟ ସ୍ତରରେ ଟାୟାର-୧ କାର୍ଯ୍ୟକ୍ରମର ମାନ୍ୟତା ମିଳିଛି ।

ଯକୃତ ପ୍ରତିରୋପଣ ଏକ ଜଟିଳ ପ୍ରକ୍ରିୟା ଯେଉଁଥିରେ ଗୋଟିଏ ସମୟରେ ସମ୍ବେଦନଶୀଳ ଢ଼ଂଗରେ ଏକ ସଙ୍ଗେ ଅନେକ ଜଟିଳ ମାନଦଣ୍ଡକୁ ସମାଧାନ କରିବାକୁ ପଡ଼ିଥାଏ ।

ଦ୍ରୁତ ପରିବର୍ତନଶୀଳ ଜୀବନଶୈଳୀ ଯୋଗୁଁ ଯକୃତ ରୋଗର ସଂଖ୍ୟା ବଢ଼ି·ଲିଛି । ଏହି ବ୍ୟବସ୍ଥା ଆରମ୍ଭ ହେବା ସହିତ ଆମେ ଏହି ଗୁରୁତ୍ୱପୂର୍ଣ୍ଣ ସ୍ୱାସ୍ଥ୍ୟ ସମସ୍ୟାକୁ ଯଥା ସମ୍ଭବ ଶ୍ରେଷ୍ଠ ଉପାୟରେ ସମାଧାନ କରିପାରିବୁ ବୋଲି ଡକ୍ଟର ଏ ଏସ୍ ସୋଇନ୍ କହିଛନ୍ତି ।

ଆମ୍ରୀ ହସପିଟାଲସ୍, ଭୁବନେଶ୍ୱର ର ଉପସଭାପତି ତଥା ୟୁନିଟ୍‍ ମୁଖ୍ୟ ଡକ୍ଟର (ଲେଫ୍ଟେନାଂଟ୍ କର୍ଣ୍ଣେଲ୍) ବିବେକ ଲାଲ୍ କହିଛନ୍ତି ଯେ ଓଡ଼ିଶାର ଲୋକମାନଙ୍କୁ ଉନ୍ନତମାନର ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ସହିତ ଆମର ରହିଥିବା ଦୃଢ଼ ପ୍ରତିଶ୍ରୁତି ଅନୁଯାୟୀ ଯକୃତ ପ୍ରତିରୋପଣ କାର୍ଯ୍ୟକ୍ରମ ପାଇଁ ଦୀର୍ଘ ଦିନ ଧରି ରହିଥିବା ଆବଶ୍ୟକତାକୁ ପୂରଣ କରାଯିବ ।

 

 



Powered by Catalyst IT Solutions Pvt. Ltd.