ଗୋଟିଏ ଦିନରେ କରୋନାରେ ରେକର୍ଡ ୧୩ ମୃତ  ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୨୭୨  ଗଞ୍ଜାମରେ ସର୍ବାଧିକ ୬ଜଣ ମୃତ  ୪୬ହଜାର ଛୁଇଁଲା କରୋନା ଆକ୍ରାନ୍ତଙ୍କ ତାଲିକା  ଗୋଟିଏ ଦିନର ୨୯ ଜିଲ୍ଲାରୁ ୧୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭  ଖୋରଧାରେ ସର୍ବାଧିକ ୩୪୨ ଆକ୍ରାନ୍ତ ଚିହ୍ନଟ  ଗଞ୍ଜାମରେ ୨୨୨, କଟକରେ ୧୭୭, ସୁନ୍ଦରଗଡରେ ୧୨୬ ଓ ନୟାଗଡରେ ୧୦୬ ଚିହ୍ନଟ  

୨୯ଜିଲ୍ଲାରୁ ୧୪୯୯ ପଜିଟିଭ

ରାଜ୍ୟର ୨୯ ଜିଲ୍ଲାରୁ ୧୪୯୯ ନୂଆ ଆକ୍ରାନ୍ତ ଚିହ୍ନଟ ପରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୩୧,୮୭୭ରେ ପହଞ୍ଚିଛି । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୯୧୪ କ୍ୱରେଣ୍ଟାଇନ୍‍ କେନ୍ଦ୍ରର ଓ ୫୮୫ ଲୋକାଲ କେସ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଚିହ୍ନଟ ହୋଇଥିବା ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ଗଞ୍ଜାମରୁ ସର୍ବାଧିକ ୩୬୮, ଖୋରଧାରୁ ୨୧୪, ଗଜପତିରୁ ୯୭, ଢେଙ୍କାନାଳରୁ ୯୨, କୋରାପୁଟରୁ ୮୧ ଚିହ୍ନଟ ହୋଇଥିବାବେଳେ ସୁନ୍ଦରଗଡରୁ ୭୫, ନୟାଗଡରୁ ୬୭, ସମ୍ବଲପୁରରୁ ୫୬, କନ୍ଧମାଳରୁ ୫୦, କଳାହାଣ୍ଡିରରୁ ୪୪, ରାୟଗଡାରୁ ୪୦,ବାଲେଶ୍ୱରରୁ ୩୭, ପୁରୀରୁ ୩୬, ନବରଙ୍ଗପୁରରୁ ୩୩, କଟକରୁ ୨୮, ମାଲକାନଗିରିରୁ ୨୬, ଅନୁଗୁଳରୁ ୨୫, ବଲାଙ୍ଗିର ଓ ଯାଜପୁରରୁ ୧୯କରି, କେନ୍ଦୁଝରରୁ ୧୬, ଜଗତ୍‍ସିଂହପୁରରୁ ୧୫, କେନ୍ଦ୍ରାପଡାରୁ ୧୪, ମୟୁରଭଞ୍ଜରୁ ୧୩, ବରଗଡରୁ ୧୦, ନୂଆପଡାରୁ ୯, ଝାରସୁଗୁଡାରୁ ୭, ସୋନପୁରରୁ ୫, ଦେବଗଡରୁ ୨ ଏବଂ ଭଦ୍ରକରୁ ଜଣେ ଆକ୍ରାନ୍ତ ଅଛନ୍ତି ।

ରାଜ୍ୟରେ ଚିହ୍ନଟ ହୋଇଥିବା ମୋଟ୍‍ ୩୧,୮୭୭ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୧୯,୭୪୫ ଜଣ ସୁସ୍ଥହୋଇ ଘରକୁ ଫେରିଥିବାବେଳେ ୧୧,୯୧୮ଜଣ ଚିକିତ୍ସାଧିନ ଅଛନ୍ତି । ତେବେ ଆଜି ସୁଦ୍ଧା ରାଜ୍ୟରେ ୫,୧୪,୫୭୩ଟି ନମୂନା ପରୀକ୍ଷା ହୋଇଥିବେଳେ ଏହା ବଢାଇବାପାଇଁ ପ୍ରଶାସନ ଅଣ୍ଟା ଭିଡିଛି ।

ସେହିଭଳି କରୋନାରେ ଆଉ ୮ମୁଣ୍ଡ ଗଡିବା ପରେ ମୋଟ କରୋନା ମୃତ୍ୟୁ ସଂଖ୍ୟା ୧୭୭କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୪ ଏବଂ ଖୋରଧା, ନୟାଗଡ, ଗଜପତି ଓ ସୁନ୍ଦରଗଡରୁ ଜଣେ କରି ଅଛନ୍ତି । ଏମାନଙ୍କ ମଧ୍ୟରେ ନୟାଗଡ ଓ ଗଜପତି ଜିଲ୍ଲାରେ ଦୁଇ ମହିଳା ଆକ୍ରାନ୍ତ ଆଖି ବୁଜିଛନ୍ତି ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020