ଗୋଟିଏ ଦିନରେ କରୋନା ନେଲା ୫ ମୁଣ୍ଡ  ମୋଟ କରୋନା ମୃତ୍ୟୁସଂଖ୍ୟା ୩୪ ହେଲା  ମୃତକଙ୍କ ମଧ୍ୟରେ ଗଞ୍ଜାମରୁ ୩ ଓ ଖୋରଧାରୁ ୨ଜଣ  ରାଜ୍ୟରେ ୪୯୫ କରୋନା ଆକ୍ରାନ୍ତ ଚିହ୍ନଟ  ଆକ୍ରାନ୍ତଙ୍କ ମଧ୍ୟରୁ ୧୪୦ ଜଣ ସ୍ଥାନୀୟ ସଂକ୍ରମିତ  ସର୍ବାଧିକ ୨୧୬ ଆକ୍ରାନ୍ତ ଗଞ୍ଜାମରୁ ଚିହ୍ନଟ  

ରାତ୍ରୀ କର୍ଫ୍ୟୁରେ ଦୁଇଘଣ୍ଟା କୋହଳ

ରୋନା ମୁକାବିଲା ଲାଗି ଜାରି ରାତ୍ରୀକାଳୀନ କର୍ଫ୍ୟୁରେ ରାଜ୍ୟ ସରକାର ଦୁଇଘଣ୍ଟା କୋହଳ କରିଛନ୍ତି । ଜୁଲାଇ ଏକ ତାରିଖରୁ ଏହା ସଂଧ୍ୟା ୭ଟା ପରିବର୍ତ୍ତେ ରାତି ୯ରୁ ସକାଳ ୫ଟା ପର୍ଯ୍ୟନ୍ତ ଲାଗୁ ହେବ । ସେହିଭଳି ଜୋନ୍‍-୧ ତାଲିକାରେ ଥିବା ୧୦ଟି ଜିଲ୍ଲା ଜୁଲାଇ ମାସରେ ପ୍ରତି ଶନି ଓ ରବିବାର ଦିନ ସଟ୍‍ଡାଉନ୍‍ ହେବ ।

ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ରାଜ୍ୟ ସରକାରଙ୍କ ଏହି କଟକଣା ସଂକ୍ରାନ୍ତରେ ଆଜି ଘୋଷଣା କରିଛନ୍ତି । ମୁଖ୍ୟ ସଚିବ କହିଛନ୍ତି ଯେ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ଗୁଡିକ ଅଗଷ୍ଟ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ତେବେ ପରୀକ୍ଷା ଓ ମୂଲ୍ୟାୟନ କାର୍ଯ୍ୟ ଅନୁମତି ନେଇ କରାଯାଇ ପାରିବ । ବିଭିନ୍ନ ଧର୍ମାନୁଷ୍ଠାନ, ସର୍ବସାଧାରଣଙ୍କ ପୂଜାସ୍ଥଳ, ଆର୍ନ୍ତଜାତୀୟ ବିମାନ ଉଡାଣ, ସାମାଜିକ, ରାଜନୈତିକ, କ୍ରୀଡା, ମନୋରଞ୍ଜନ ଓ ସାଂସ୍କୃତିକ ଆଦି କାର୍ଯ୍ୟକ୍ରମ ଯେଉଁଠାରେ ଅଧିକ ଜନସମାଗମ ହେବାର ଆଶଙ୍କା ରହିଛି ତାହା ଉପରେ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ କଟକଣା ଜାରି ହୋଇଛି ।

ତେବେ ବିବାହ ଓ ଶୁଦ୍ଧିକ୍ରିୟା ଆଦି ପାଇଁ ସ୍ଥାନୀୟ ପ୍ରଶାସନ ଠାରୁ ଅନୁମତି ନେଇ ପାଳନ ହୋଇପାରିବ । ତେବେ ବିବାହ ପାଇଁ ପୂର୍ବଭଳି ସର୍ବାଧିକ ୫୦ ଓ ଶୁଦ୍ଧିକାର୍ଯ୍ୟ ପାଇଁ ସର୍ବାଧିକ ୨୦ ପର୍ଯ୍ୟନ୍ତ ବ୍ୟକ୍ତି ଯୋଗଦେବା ଲାଗି ଅନୁମତି ମିଳିବ । ସପିଙ୍ଗ ମଲ୍‍ ଗୁଡିକ ଖୋଲିବା ନେଇ ରାଜ୍ୟ ସରକାର ସ୍ଥାନୀୟ ପ୍ରଶାସନ ଉପରେ ଦାୟିତ୍ୱ ନ୍ୟସ୍ତ କରିଛନ୍ତି । ପରିସ୍ଥିତିକୁ ଦେଖି ତାହାକୁ ଅନୁମତି ପ୍ରଦାନ କରାଯିବ ।

ସେହିଭଳି ଜୋନ୍‍-୧ ତାଲିକାରେ ଥିବା ଗଞ୍ଜାମ, ଗଜପତି, ଖୋରଧା, କଟକ, ଜଗସିଂହପୁର, ଯାଜପୁର, ବାଲେଶ୍ୱର, ମୟୁରଭଞ୍ଜ, କେନ୍ଦୁଝର ଓ ଝାରସୁଗଡା ଜିଲ୍ଲାରେ ଆନ୍ତଃଜିଲ୍ଲା ବସ୍‍ ପରିବହନକୁ ସ୍ଥାନୀୟ ପ୍ରଶାସନ ଅନୁମତି ଦେଇ ପାରିବେ । ଏହିସବୁ ଜିଲ୍ଲା ପ୍ରତି ଶନିବାର ଓ ରବିବାର ସଟ୍‍ଡାଉନ୍‍ ରହିବ । ସଟ୍‍ଡାଉନ୍‍ ସମୟରେ ଜରୁରୀସେବା ଯଥା ମେଡିକାଲ, ଜଳଯୋଗାଣ ଆଦିକୁ ବାଦ୍‍ ଦିଆଯାଇଛି ।

ରାତ୍ରୀକାଳୀନ କର୍ଫ୍ୟୁରେ ରାଜ୍ୟ ସରକାର ୨ଘଣ୍ଟା ମହଲତ ଦେଇଥିବାବେଳେ ଜୁରୀକାଳୀନ ସେବା, ଶିଳ୍ପସଂସ୍ଥା, ଗଣମାଧ୍ୟମ ପ୍ରତିତିନିଧି, ସ୍ୱାସ୍ଥ୍ୟସେବା ସହିତ ଜଡିତ ବ୍ୟକ୍ତି, ଆଇଟି ସଂସ୍ଥାର କର୍ମଚାରୀଙ୍କ ଲାଗି ଏହା କୋହଳ ହେବ । କଟକଣା ସମୟରେ ବିମାନବନ୍ଦର ଓ ରେଳଷ୍ଟେସନରୁ ଯାତ୍ରୀ ପରିରବହନ ଲାଗି ଓଲା ଉବେର ସହିତ ଅନ୍ୟାନ୍ୟ ଟ୍ୟାକ୍ସି ମଧ୍ୟ ଚଳାଚଳ କରିପାରିବ ।

ରେଷ୍ଟୁରାଣ୍ଟ ଗୁଡିକୁ ଖୋଲିବାକୁ ଅନୁମତି ଦିଆଯାଇଥିବାବେଳେ ସେଠାରେ କିନ୍ତୁ ଲୋକେ ଖାଇପାରିବେ ନାହିଁ । ଖାଦ୍ୟ ଘରକୁ ଆଣି ଖାଇବେ । ଅନୁରୂପ ନିୟମ ରାଜପଥ କଡରେ ଥିବା ଢାବା ପାଇଁ ଲାଗୁ ହେବ ।

ତେବେ ଦେଶର କରୋନା ହଟସ୍ପଷ୍ଟ ରାଜ୍ୟ ଗୁଡିକରୁ ଯେଭଳି ସୀମିତ ସଂଖ୍ୟକ ବିମାନ ଓ ରେଳ ଓଡିଶାକୁ ଆସିବ ସେଥିପାଇଁ ଅନୁରୋଧ କରାଯାଇଥିବା ମୁଖ୍ୟ ସଚିବ କହିଛନ୍ତି । ସେହିଭଳି କରୋନା ସଂକ୍ରମଣ ଦୃଷ୍ଟିରୁ ଜୁଲାଇମାସ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଥିବାରୁ ମାସ୍କ ପିନ୍ଧିବା ଠାରୁ ଆରମ୍ଭ କରି ଅନ୍ୟାନ୍ୟ କଟକଣା ଯେଭଳି କଡାକଡି ପାଳନ ତାହାର ଧରପଗଡ ଜୋରଦାର ପାଇଁ କୁହାଯାଇଛି ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020