ଗୋଟିଏ ଦିନରେ କରୋନାରେ ରେକର୍ଡ ୧୩ ମୃତ  ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୨୭୨  ଗଞ୍ଜାମରେ ସର୍ବାଧିକ ୬ଜଣ ମୃତ  ୪୬ହଜାର ଛୁଇଁଲା କରୋନା ଆକ୍ରାନ୍ତଙ୍କ ତାଲିକା  ଗୋଟିଏ ଦିନର ୨୯ ଜିଲ୍ଲାରୁ ୧୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭  ଖୋରଧାରେ ସର୍ବାଧିକ ୩୪୨ ଆକ୍ରାନ୍ତ ଚିହ୍ନଟ  ଗଞ୍ଜାମରେ ୨୨୨, କଟକରେ ୧୭୭, ସୁନ୍ଦରଗଡରେ ୧୨୬ ଓ ନୟାଗଡରେ ୧୦୬ ଚିହ୍ନଟ  

ଦୁଇ ମୃତ ୭ହଜାର ଆକ୍ରାନ୍ତ

ରାଜ୍ୟର ୨୨ ଜିଲ୍ଲାରୁ ୨୦୬ କରୋନା ସଂକ୍ରମିତ ଚିହ୍ନଟ ପରେ ରାଜ୍ୟରେ କରୋନା ତାଲିକା ୭ହଜାର ପାର କରିଛି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୦୬୫ ହୋଇଥିବାବେଳେ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୯୨ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର ଓ ୧୪ ସ୍ଥାନୀୟ ସଂକ୍ରମିତ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସୂଚନା ଦେଇଛି ।

ସେହିଭଳି ଗଞ୍ଜାମ ଜିଲ୍ଲାରେ ଆଉ ଦୁଇଜଣ କରୋନାରେ ମୃତ୍ୟୁବରଣ କରିଛନ୍ତି । ଏମାନଙ୍କୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁ ସଂଖ୍ୟା ୨୫ରେ ପହଞ୍ଚି ଥିବାବେଳେ ଗଞ୍ଜାମରେ ମୃତ୍ୟୁସଂଖ୍ୟା ୧୪ ହୋଇଛି ।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ମାଲକାନଗିରି ଜିଲ୍ଲାରେ ସର୍ବାଧିକ ୩୬ଜଣ ଥିବାବେଳେ ଯାଜପୁରରୁ ୨୮, କୋରାପୁଟରୁ ୧୮, ଜଗତ୍‍ସିଂହପୁର ଓ କଟକରେ ୧୭କରି, ବଲାଙ୍ଗିରରେ ୧୬, ଦେବଗଡରେ ୧୫, ମୟୁରଭଞ୍ଜରେ ୭, କେନ୍ଦୁଝର ଓ ଅନୁଗୁଳରେ ୬କରି, ବାଲେଶ୍ୱରରେ ୫, ଭଦ୍ରକ, ଢେଙ୍କାନାଳ, କେନ୍ଦ୍ରାପଡା ଓ ସମ୍ବଲପୁରରେ ୪ଜଣ କରି, ଗଞ୍ଜାମ ଓ ଝାରସୁଗୁଡାରେ ୩କରି, ସୁନ୍ଦରଗଡରେ ୨ ଏବଂ ବୌଦ, ନୟାଗଡ ଓ ପୁରୀରେ ଜଣେ କରି ଆକ୍ରାନ୍ତ ହୋଇଛନ୍ତି ।

ସେହିଭଳି କୋଲକାତାରେ ଅମ୍ଫାନ ସହାୟତା ସାରି ଫେରିଥିବା ଆଉ ଜଣେ ଜବାନ ଆକ୍ରାନ୍ତ ହେବାପରେ ମୋଟ ଆକ୍ରାନ୍ତ ଜବାନଙ୍କ ସଂଖ୍ୟା ୨୯୨ରେ ପହଞ୍ଚିଛି । ମୋଟ ୭୦୬୫ ଆକ୍ରାନ୍ତଙ୍କ ମଧ୍ୟରୁ ୪୯୬୪ ଜଣ ଚିକିତ୍ସାପରେ ସୁସ୍ଥହୋଇ ଘରକୁ ଫେରିଥିବାବେଳେ ୨୦୮୭ ଜଣ ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

ଚିକିତ୍ସିତ ହେଉଥିବା କରୋନା ରୋଗୀ ତାଲିକାରେ ଗଞ୍ଜାମ ୪୦୪ ରୋଗୀଙ୍କ ସହିତ ସବୁଠାରୁ ଆଗରେ ଥିବାବେଳେ ଗଜପତି ୨୮୨, ଖୋରଧା ୨୨୨, ଯାଜପୁର ୧୫୪, ଜଗତ୍‍ସିଂହପୁର ୧୨୭ ଓ କଟକରେ ୧୨୧ ଜଣ ଚିକିତ୍ସିତ ହେଉଛନ୍ତି । ଏହି ୬ଟି ଜିଲ୍ଲା ରେଡ୍‍ଜୋନ୍‍ ତାଲିକାରେ ଥିବାବେଳେ ସବୁଠାରୁ କମ୍‍ ମାତ୍ର ଜଣେ କରୋନା ରୋଗୀ ସୁବର୍ଣ୍ଣପୁର ଜିଲ୍ଲାରେ ଅଛନ୍ତି ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020