ଗୋଟିଏ ଦିନରେ କରୋନାରେ ରେକର୍ଡ ୧୩ ମୃତ  ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୨୭୨  ଗଞ୍ଜାମରେ ସର୍ବାଧିକ ୬ଜଣ ମୃତ  ୪୬ହଜାର ଛୁଇଁଲା କରୋନା ଆକ୍ରାନ୍ତଙ୍କ ତାଲିକା  ଗୋଟିଏ ଦିନର ୨୯ ଜିଲ୍ଲାରୁ ୧୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭  ଖୋରଧାରେ ସର୍ବାଧିକ ୩୪୨ ଆକ୍ରାନ୍ତ ଚିହ୍ନଟ  ଗଞ୍ଜାମରେ ୨୨୨, କଟକରେ ୧୭୭, ସୁନ୍ଦରଗଡରେ ୧୨୬ ଓ ନୟାଗଡରେ ୧୦୬ ଚିହ୍ନଟ  

ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପାଇଁ ନୂଆ ନିର୍ଦ୍ଦେଶନାମା

ରାଜଧାନୀରେ କରୋନା ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ପକ୍ଷରୁ ସତର୍କତାମୂଳକ ପଦକ୍ଷେପ ସ୍ୱରୂପ ଘରୋଇ ହସ୍ପିଟାଲ୍‌ଗୁଡ଼ିକ ନିମନ୍ତେ ନୂତନ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ତଦନୁଯାୟୀ ଭୁବନେଶ୍ୱର ମହାନଗର ନିଗମ ଅଧୀନସ୍ଥ ବସ୍ତି ଅଞ୍ଚଳରେ ରହୁଥିବା ଘରୋଇ ହସ୍‌ପିଟାଲ୍‌ ଏବଂ ନର୍ସିଂ ହୋମ୍‌ର ସ୍ୱାସ୍ଥ୍ୟ କର୍ମଚାରୀମାନଙ୍କ ଏକ ଡାଟାବେସ୍‌ ସଂପୃକ୍ତ ଅନୁଷ୍ଠାନ ଦ୍ୱାରା ପ୍ରସ୍ତୁତ କରାଯିବ ।

ଉକ୍ତ କର୍ମଚାରୀମାନେ ସିଫଫ ଡୁ୍ୟଟିରେ ୧୪ ଦିନ କାର୍ଯ୍ୟ କରିବେ ଏବଂ ସେମାନଙ୍କ ପାଇଁ ଘରୋଇ ହସ୍ପିଟାଲ୍‌/ନର୍ସିଂ ହୋମମାନେ ହସ୍ପିଟାଲ୍‌ ପରିସରରେ ରହିବା ବ୍ୟବସ୍ଥା କରିବେ । ୧୪ ଦିନ ପରେ କୋଭିଡ୍‌ ପରୀକ୍ଷାରେ ନେଗେଟିଭ୍‌ ଆସିଲେ ସେମାନେ ଘରକୁ ଯାଇପାରିବେ । ଏହି ଭଳି ଭାବେ ପର୍ଯ୍ୟାୟ କ୍ରମେ କର୍ମଚାରୀମାନେ ୧୪ ଦିନ ଡୁ୍ୟଟି କରିବେ ।

ଘରୋଇ ଡାକ୍ତରଖନା ଓ ନର୍ସିଂହୋମ୍‌ ଗୁଡିକ ସେମାନଙ୍କ ସଂସ୍ଥାରୁ ଜଣେ ଅଧିକାରୀଙ୍କୁ ନୋଡାଲ ଅଫିସର ଭାବେ ଚୟନ କରିବା ସହିତ ତାଙ୍କ ନାମ ବିଏମ୍‌ସିକୁ ଅବଗତ କରିବେ । ସମ୍ପୃକ୍ତ ଅଫିସରଙ୍କ ନାମ ଫୋନ୍‌ ନମ୍ବର ସହିତ କେଉଁ ସିଫଫରେ କେଉଁ କେଉଁ କର୍ମଚାରୀଙ୍କୁ କାର୍ଯ୍ୟରେ ମୁତୟନ କରାଯାଉଛି ତାହାର ବିସ୍ତୃତ ସୂଚନା ମଧ୍ୟ ପ୍ରଦାନ କରିବେ ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020