ଗୋଟିଏ ଦିନରେ କରୋନାରେ ରେକର୍ଡ ୧୩ ମୃତ  ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୨୭୨  ଗଞ୍ଜାମରେ ସର୍ବାଧିକ ୬ଜଣ ମୃତ  ୪୬ହଜାର ଛୁଇଁଲା କରୋନା ଆକ୍ରାନ୍ତଙ୍କ ତାଲିକା  ଗୋଟିଏ ଦିନର ୨୯ ଜିଲ୍ଲାରୁ ୧୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭  ଖୋରଧାରେ ସର୍ବାଧିକ ୩୪୨ ଆକ୍ରାନ୍ତ ଚିହ୍ନଟ  ଗଞ୍ଜାମରେ ୨୨୨, କଟକରେ ୧୭୭, ସୁନ୍ଦରଗଡରେ ୧୨୬ ଓ ନୟାଗଡରେ ୧୦୬ ଚିହ୍ନଟ  

କରୋନା ନେଲା ଆଉ ୨ ଜୀବନ

କରୋନା ଆଉ ୨ଜଣଙ୍କ ଜୀବନ ନେଇଛି । ମୃତକ ଦୁଇ ଜଣ ଗଞ୍ଜାମ ଜିଲ୍ଲାର । ଏହାକୁ ମିଶାଇ ରାଜ୍ୟରେ କରୋନା ମୃତ୍ୟୁସଂଖ୍ୟା ୨୩ ଛୁଇଁଥିବାବେଳେ କେବଳ ଗଞ୍ଜାମ ଜିଲ୍ଲାରେ ୧୨ ଜଣ ପ୍ରାଣ ହରାଇଲେଣି । ଗତକାଲି ରାଜ୍ୟରେ କରୋନାରେ ୩ଜଣଙ୍କ ପ୍ରାଣହାନୀ ଘଟିଥିଲା । ଅନ୍ୟ ଯେଉଁ ଜିଲ୍ଲାରେ କରୋନା ଜୀବନ ନେଲାଣି ସେଥି ମଧ୍ୟରେ ଖୋରଧାରୁ ୫ଜଣ, କଟକରୁ ୪ଜଣ ଏବଂ ପୁରୀ ଓ ବରଗଡ ଜିଲ୍ଲାରୁ ଜଣେ କରି ଅଛନ୍ତି ।

ସେହିଭଳି ରାଜ୍ୟର ୧୯ ଜିଲ୍ଲାରେ ୨୪୫ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨୧୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର ଓ ୩୧ ସ୍ଥାନୀୟ ସଂକ୍ରମିତ ବୋଲି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ନୂଆ ସଂକ୍ରମିତଙ୍କ ମଧ୍ୟରେ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୯୬ ପଜିଟିଭ ଚିହ୍ନଟ ହୋଇଥିବାବେଳେ ଯାଜପୁରରେ ୪୦, ଖୋରଧା ୨୮, ବରଗଡ ୧୦, ଜଗତ୍‍ସିଂହପୁର ୯, କେନ୍ଦ୍ରାପଡା ୮, କଟକ, ଗଜପତି, ନବରଙ୍ଗପୁର ଓ କେନ୍ଦୁଝରରୁ ୭କରି, ସୁନ୍ଦରଗଡ ୬, ମୟୁରଭଞ୍ଜ ୫, ଢେଙ୍କାନାଳ ଓ ନୟାଗଡରୁ ୩କରି, ବାଲେଶ୍ୱରରୁ ୨ ଏବଂ ଝାରସୁଗୁଡା, ରାୟଗଡା ଓ ସୋନପୁରରୁ ଜଣେ କରି ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
କୋଲକତାରେ ଅମ୍ଫାନ ସହାୟତାକାର୍ଯ୍ୟ ସାରି ଫେରିଥିବା ଆଉ ଦୁଇ ଜବାନ କରୋନା ସଂକ୍ରମିତ ହୋଇଥିବା ଜଣାପଡିଛି । ଏମାନଙ୍କୁ ମିଶାନ ଆକ୍ରାନ୍ତ ମୋଟ୍‍ ଜବାନଙ୍କ ସଂଖ୍ୟା ୨୯୨ରେ ପହଞ୍ଚିଛି ।

ନୂଆ ଆକ୍ରାନ୍ତଙ୍କ ଚିହ୍ନଟ ପରେ ରାଜ୍ୟରେ ମୋଟ୍‍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୮୫୯ରେ ପହଞ୍ଚି ଥିବାବେଳେ ସେମାନଙ୍କ ମଧ୍ୟରୁ ୪୭୪୩ଜଣ ଚିକିତ୍ସାପରେ ସୁସ୍ଥହୋଇ ଘରକୁ ଫେରିଥିବାବେଳେ ୨୦୮୬ଜଣ ଏବେ ବି ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି ।

କୋଭିଡ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ସର୍ବାଧିକ ୪୬୩ଜଣ ଗଞ୍ଜାମ ଜିଲ୍ଲାରେ ଥିବାବେଳେ ଗଜପତିରେ ୩୦୨, ଖୋରଧାରେ ୨୩୪, କଟକରେ ୧୨୧, ଯାଜପୁରରେ ୧୩୫ ଓ ଜଗତ୍‍ସିଂହପୁରରେ ୧୨ ଜଣ ରରହିଛନ୍ତି । ତେବେ କମ୍‍ ଆକ୍ରାନ୍ତ ଥିବା ଜିଲ୍ଲା ମଧ୍ୟରେ ସୋନପୁର ଓ ବୌଦରେ ଜଣେ କରି ଥିବାବେଳେ ଦେବଗଡରେ ୨ଜଣ ଓ ନୂଆପଡାରେ ୪ଜଣ କରୋନା ଆକ୍ରାନ୍ତ ଚିକିତ୍ସିତ ହେଉଛନ୍ତି ।



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020