୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

ପ୍ରଣାମ ମହାନୁଭବ ପାଇଁ କମିଟି ଗଠିତ

ବିଶିଷ୍ଟ ସ୍ବାଧୀନତା ସଂଗ୍ରାମୀ ତଥା ପୂର୍ବତନ ସାଂସଦ ପଦ୍ମଶ୍ରୀ ଭବାନୀ ଚରଣ ପଟ୍ଟନାୟକଙ୍କ ସ୍ମୃତି ଉଦ୍ଦେଶ୍ୟରେ ଆସନ୍ତା ୨୫ ତାରିଖରେ ‘ପ୍ରଣାମ ମହାନୁଭବ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଲକଡାଉନର କଟକଣା ଦୃଷ୍ଟିରୁ ସାମାଜିକ ଦୂରତ୍ବ ରଖି ସ୍ବାଧୀନତା ସଂଗ୍ରାମୀ ସଦନଠାରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି ।

କାର୍ଯ୍ୟକ୍ରମରେ ରାମଧୂନ ଗାନ ସହ ସ୍ବର୍ଗତ ସଂଗ୍ରାମୀଙ୍କ ଫଟୋ ଚିତ୍ରରେ କେବଳ ମାଲ୍ୟାର୍ପଣ କରାଯିବ । ପରବର୍ତ୍ତୀ ସମୟରେ ବର୍ଷବ୍ୟାପୀ ବିଭିନ୍ନ କାର୍ଯ୍ୟକ୍ରମ ରାଜ୍ୟ ବିଭିନ୍ନ ସ୍ଥାନରେ ଆୟୋଜିତ ହେବ । ଏଥÒଲାଗି ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ଅଧ୍ୟକ୍ଷତାରେ ରାଜ୍ୟସ୍ତରୀୟ ସ୍ମୃତି କମିଟି ଗଠନ କରାଯାଇଛି ।

ଶନିବାର ଶହୀଦ ସ୍ମାରକୀ ସ୍ବାଧୀନତା ସଂଗ୍ରାମୀ ସଦନଠାରେ ଅନୁଷ୍ଠିତ ବୈଠକରେ ରାଜ୍ୟସ୍ତରୀୟ କମିଟି ଘୋଷଣା କରାଯାଇଛି । ବରିଷ୍ଠ ସାମ୍ବାଦିକ ବିରୂପାକ୍ଷ ତ୍ରିପାଠୀଙ୍କ ଆବାହକତ୍ବରେ ଗଠନ କରାଯାଇଥÒବା ଏହି କମିଟିରେ ଉପଦେଷ୍ଟା ଭାବେ ଗାନ୍ଧୀବାଦୀ କୃଷ୍ଣା ମହାନ୍ତି,ସ୍ବାଧୀନତା ସଂଗ୍ରାମୀ ନୀଳମଣି ସାମଲ ଓ ନକୁଳ ଚରଣ ଦାସ, ପୂର୍ବତନ ମନ୍ତ୍ରୀ ସୁରେନ୍ଦ୍ର ନାଥ ନାୟକ, ସାଂସଦ ଭର୍ତ୍ତୃହରି ମହତାବ ଏବଂ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ରହିଛନ୍ତି ।

ଉପସଭାପତି ଭାବେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ କୁମାର ଦାସବର୍ମା, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ଓ ସମୀର ରଞ୍ଜନ ଦାଶ, ବିଜେପି ସଭାପତି ସମୀର ମହାନ୍ତି, ସିପିଏମ ନେତା ସୁରେଶ ପାଣିଗ୍ରାହୀ, ସିପିଆଇ ନେତା ରାମକୃଷ୍ଣ ପଣ୍ଡା, ସମାଜବାଦୀ ପାର୍ଟି ସଭାପତି ରବି ବେହେରା,ଗାନ୍ଧୀବାଦୀ ପ୍ରହ୍ଲାଦ ସିଂ ଓ ଅରୁନ୍ଧତୀ ଦେବୀ,ବିଧାୟକ ଦେବୀପ୍ରସାଦ ମିଶ୍ର, ଅତନୁ ସବ୍ୟସାଚୀ ନାୟକ, ଅନନ୍ତ ନାରାୟଣ ଜେନା ଓ ସୁଶାନ୍ତ ରାଉତ, ପୂର୍ବତନ ବିଧାୟକ ପ୍ରଭାତ କୁମାର ତ୍ରିପାଠୀ ଅଛନ୍ତି ।

ସାଧାରଣ ସମ୍ପାଦକ ଭାବେ ରାଜ୍ୟ ଯୁବକଲ୍ୟାଣ ପରିଷଦର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ବିଜୟ କୁମାର ନାୟକ, ଶିକ୍ଷାବିତ ମନୀନ୍ଦ୍ର କୁମାର ସାମଲ, ଉପେନ୍ଦ୍ର ପାଢୀ, ଗାନ୍ଧୀବାଦୀ କାର୍ଯ୍ୟକର୍ତ୍ତା ଅଭୟ ବଡଜେନା, ମଧୁ ଭାଇ, ମନୋଜ ଜେନା, ପ୍ରମେଶ ମହାନ୍ତି, ମିହିର ପ୍ରତାପ ଦାସ, ରବି ସାମଲ, ଶ୍ରୀକାନ୍ତ ସାମଲ, ଜଗନ୍ନାଥ ପାଢୀ, ବିଚିତ୍ରାନନ୍ଦ ନାୟକ, ଶ୍ୟାମାପ୍ରସାଦ ପଟ୍ଟନାୟକ, ବେଣୁଧର ସେନାପତି, ଡକ୍ଟର ଅତୁଲ୍ୟ ପ୍ରଧାନ, ସଂଗ୍ରାମ କେଶରୀ ପାଇକରାୟ, ଶିବନାରାୟଣ ମିଶ୍ର ଓ ଦେବପ୍ରସାଦ ପରିଜା ପ୍ରମୁଖ ରହିଛନ୍ତି ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020