୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

ଘରେ ପହଞ୍ଚିବ ମଦ

ମଇ ୨୪ତାରିଖରୁ ବରାଦ ଦେଲା ମାତ୍ରେ ଗ୍ରାହକଙ୍କ ଘରେ ପହଞ୍ଚିଯିବ ମଦ । ପ୍ରାୟ ଦୁଇମାସ ଧରି ମଦ ଦୋକାନ ବନ୍ଦ ରହିବାପରେ ରାଜ୍ୟ ସରକାର ଲୋକଙ୍କ ଘରେ ମଦ ପହଞ୍ଚାଇବାକୁ ନିଷ୍ପତ୍ତି ନେଇଛନ୍ତି ।

ମଦର ହୋମ ଡେଲିଭରୀ ପାଇଁ ଜାରି ହୋଇଥିବା ନିୟମ ଅନୁଯାୟୀ ମଇ ୨୪ ତାରିଖରୁ ଲୋକେ ବରାଦ ଦେଲାମାତ୍ରେ ବିଦେଶୀ ମଦ ସହିତ ବିୟର ପାଇପାରିବେ । ତେବେ ଘରେ ପହଞ୍ଚିବାକୁ ଥିବା ମଦ ଉପରେ ରାଜ୍ୟ ସରକାର ୫୦ ପ୍ରତିଶତ କୋଭିଡ ଟିକସ ବସାଇଛନ୍ତି । ୨୦୧୯-୨୦ ବର୍ଷର ଦର ଆଧାରରେ ଏହି ୫୦ ପ୍ରତିଶତ ଅତିରିକ୍ତ ଟିକସ ଲାଗୁ ହେବ ।

ମଦ ଦୋକାନୀମାନେ ଦୋକାନ ବାହାରେ ସେମାନଙ୍କ ଫୋନ୍‍ ନମ୍ବର, ୟୁପିଆଇ ନମ୍ବର, ହ୍ୱାଟ୍‍ସାଆପ୍‍ ଓ ଇମେଲ୍‍ ନମ୍ବର ପ୍ରଦର୍ଶନ କରିବେ । ଗ୍ରାହକମାନେ ଏହା ସହାୟତାରେ ମଦ ପାଇଁ ବରାଦ କରିବେ । ଏଥି ସହିତ ଡିଜିଟାଲ ପେମେଣ୍ଟର ବ୍ୟବସ୍ଥା ହେବ । ଓଡିଶା ମଦ ନିଗମ ତାହାର ୱେବସାଇଟ୍‍ରେ ସମସ୍ତ ଜିଲ୍ଲାରେ ଥିବା ଠିପିଖୋଲା ଓ ଠିପି ବନ୍ଦ ମଦ ଦୋକାନର ତାଲିକା ସହିତ ଦୋକାନର ଲାଇସେନ୍ସ ଓ ମଦ ପରିବହନ କରାଇବାକୁ ଥିବା ସଂସ୍ଥାର ନାମ ଉଲ୍ଲେଖ କରିବେ ।

ପ୍ରତ୍ୟେକ ମଦର ଦର ୱେସାଇଟ୍‍ରେ ଉଲ୍ଲେଖ ରହିବ । ଏହି ଦର ଠାରୁ କୌଣସି ଦୋକାନୀ ଅଧିକ ପଇସା ନେଇପାରିବେ ନାହିଁ । ତେବେ ଲୋକଙ୍କ ଘରେ ମଦ ପହଞ୍ଚାଇବାପାଇଁ ପଡୁଥିବା ଦେୟ ସଂକ୍ରାନ୍ତରେ ଅବକାରୀ କମିଶନ ନିଷ୍ପତ୍ତି ନେବେ ଓ ଏଥିରେ ପରିବର୍ତ୍ତନ କରିବେ ।

ବର୍ତ୍ତମାନ ୧୦୦୦ ଟଙ୍କା ପର୍ଯ୍ୟନ୍ତ ମଦ ଘରେ ପହଞ୍ଚାଇବାପାଇଁ ୧୦୦ ଟଙ୍କା ଦେୟ ଦେବାକୁ ପଡିବ । ଏହାପରେ ଅତିରିକ୍ତ ୫୦୦ ଟଙ୍କାର ମଦ ପିଛା ୨୫ ଟଙ୍କା କରି ଗ୍ରାହକ ଦେବେ । ତେବେ ଏହି ଦେୟ ୩୦୦ ଟଙ୍କାରୁ ଅଧିକ ହୋଇପାରିବ ନାହିଁ । ପ୍ରତିଦିନ ସକାଳ ୭ରୁ ସଂଧ୍ୟା ୬ ମଧ୍ୟରେ ମଦ ଯୋଗାଣ ହେବ ।

ମଦ ଯୋଗାଣରେ ନିୟୋଜିତ ବ୍ୟକ୍ତିଙ୍କୁ ମଦ ଦୋକାନୀ ଓ ସମ୍ପୃକ୍ତ ଏଜେନ୍ସି ପାଶ୍‍ ପ୍ରଦାନ କରିବେ । ଯାହା ଫଳରେ ସେମାନେ ସହଜରେ ଯା ଆସ କରିପାରିବେ । ମଦ ଯୋଗାଣ ସମୟରେ ସାମାଜିକ ଦୂରତା ରକ୍ଷା କରାଯିବ । ଉଲ୍ଲେଖନୀୟ ଯେ ଓଡିଶା ସରକାରଙ୍କ ପୂବରୁ ଦିଲ୍ଲୀ ଓ ମହାରାଷ୍ଟ୍ର ଭଳି କେତେକ ରାଜ୍ୟ ସରକାର ମଦର ହୋମ ଡେଲିଭରୀ ଆରମ୍ଭ କରିଦେଇଛନ୍ତି ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020