୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

ଓଡିଶାକୁ ମିଳିଲା ୫୦୦ କୋଟି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିବାର ୨୪ଘଣ୍ଟା ଭିତରେ କେନ୍ଦ୍ର ସରକାର ଆଜି ଓଡିଶାକୁ ବାତ୍ୟା ସହାୟତା ବାବଦରେ ୫୦୦ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଗତକାଲି ଅପରାହ୍ନରେ ପ୍ରଧାନମନ୍ତ୍ରୀ ଓଡିଶାର ବାତ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ବୁଲି ଦେଖିବାପରେ ଓଡିଶା ପାଇଁ ଏହି ସହାୟତା ରାଶି ଘୋଷଣା କରିଥିଲେ । ଏଭଳି ତତ୍‍କାଳ ବାତ୍ୟା ସହାୟତା ଅର୍ଥ ମିଳିବା ଓଡିଶା ଇତିହାସରେ ପ୍ରଥମ ।

ରାଜ୍ୟକୁ ୫୦୦ କୋଟି ଟଙ୍କା ପ୍ରଦାନ ନେଇ କେନ୍ଦ୍ର ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଅବଗତ କରାଯାଇଛି । ଏହି ଅର୍ଥ ୨୦୨୦-୨୧ ବର୍ଷ ପାଇଁ ଏନ୍‍ଡିଆରଏମ୍‍ଏଫ୍‍ ପାଣ୍ଠିରୁ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯାଇଥିବାବେଳେ ତୁରନ୍ତ ଏହା ରାଜ୍ୟ ସରକାରଙ୍କ ଖାତାକୁ ଦେବାପାଇଁ କୁହାଯାଇଛି ।

ବାତ୍ୟା ଅମ୍ଫନ ପ୍ରଭାବରେ ରାଜ୍ୟର ୧୦ଟି ଜିଲ୍ଲାର ୮୯ଟି ବ୍ଲକରେ କ୍ଷୟକ୍ଷତି ହୋଇଥିବା ରାଜ୍ୟ ସରକାର ଉଲ୍ଲେଖ କରିବା ସହିତ ଏହାଦ୍ୱାରା ୪୪ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ଦର୍ଶାଇଥିଲେ । ତେବେ ପ୍ରଥମ ଥର ପାଇଁ ରାଜ୍ୟ ସରକାର କେନ୍ଦ୍ର ନିକଟରେ କୌଣସି ଅର୍ଥ ପ୍ରଦାନ ପାଇଁ ପ୍ରସ୍ତାବ ରଖିନଥିଲେ ।

ପ୍ରଧାନମନ୍ତ୍ରୀ ବାତ୍ୟାଞ୍ଚଳ ପରିଦର୍ଶନ ସାରି ବିମାନବନ୍ଦର ଠାରେ ଓଡିଶାର ବାତ୍ୟା ସଂକ୍ରାନ୍ତରେ ସମୀକ୍ଷା ସମୟରେ ଓଡିଶାର ବାତ୍ୟା ପ୍ରସ୍ତୁତିକୁ ଭୁରି ଭୁରି ପ୍ରଶଂସା କରିଥିଲେ । ଗଣମାଧ୍ୟମକୁ ସମ୍ବୋଧନ ସମୟରେ ପ୍ରଧାନମନ୍ତ୍ରୀ ଏଥିପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ ତାଙ୍କ ଟିମ୍‍କୁ ଅଭିନନ୍ଦନ ଜଣାଇଥିଲେ ।

ଉଲ୍ଲେଖନୀୟ ଯେ ସରକାରଙ୍କ ତ୍ୱରିତ ପଦକ୍ଷେପ ଯୋଗୁଁ ବାତ୍ୟାରେ ୪୪ଲକ୍ଷ ଲୋକ କ୍ଷତିଗ୍ରସ୍ତ ହୋଇଥିବାବେଳେ ଜଣେ ହେଲେ କାହାର ଜୀବନହାନି ଘଟିନାହିଁ । ରାଜ୍ୟ ସରକାରଙ୍କ ଏହି ‘ଜିରୋ କାଜୁଆଲିଟି’କୁ ପ୍ରଧାନମନ୍ତ୍ରୀ ପ୍ରଶଂସା କରିବାକୁ ପଛାଇ ନଥିଲେ ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020