୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

୨୬ ଜିଲ୍ଲାରେ କରୋନା

ରାଜ୍ୟରେ ଆଜି ୮୦ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ସହିତ ଦୁଇ ନୂଆ ଜିଲ୍ଲା ଗଜପତି ଓ ନବରଙ୍ଗପୁରରେ କରୋନା ତାହାର ପାଦ ଥାପିଛି । ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତ ଜିଲ୍ଲା ସଂଖ୍ୟା ୨୬ରେ ପହଞ୍ଚିଛି । ଗଜପତିରେ ୪ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ନବରଙ୍ଗପୁରରେ ଜଣେ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍‍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ରେ ପହଞ୍ଚିଛି ।

ଆଜି ଚିହ୍ନଟ ହୋଇଥିବା ୮୦ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୭୧ଜଣ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର । ଗଜପତି ଜିଲ୍ଲାରେ ଚିହ୍ନଟ ୪ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମହରାଷ୍ଟ୍ର ଫେରନ୍ତା ହୋଇଥିବାବେଳେ ଆଉ ୩ଜଣ ସ୍ଥାନୀୟ ଅଞ୍ଚଳର । ସେହିଭଳି ପୁରୀରେ ଚିହ୍ନଟ ହୋଇଥିବା ୧୭ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୧ଜଣ ଗୁଜୁରାଟ, ୪ଜଣ ପଶ୍ଚିମବଙ୍ଗ ଏବଂ ଆନ୍ଧ୍ରପ୍ରଦେଶ ଓ ତାମିଲନାଡୁ ଫେରନ୍ତା ଜଣେ କରି ରହିଛନ୍ତି ।

କଟକର ଜଣେ ଆକ୍ରାନ୍ତ ଗୁଜୁରାଟ ଫେରନ୍ତା ହୋଇଥିବାବେଳେ ବାଲେଶ୍ୱରର ୩ଜଣ ସୁରଟ ଫେରନ୍ତା । ସେହିଭଳି ଗଞ୍ଜାମରେ ଚିହ୍ନଟ ୧୯ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୧୫ଜଣ ସୁରଟ ଓ ଜଣେ ମହାରାଷ୍ଟ୍ର ଫେରନ୍ତା । ଅନ୍ୟ ୩ଜଣ ସ୍ଥାନୀୟ ବ୍ୟକ୍ତି କରୋନାରେ ଆକ୍ରାନ୍ତ । ଯାଜପୁରରେ ଚିହ୍ନଟ ୧୪ ଆକ୍ରାନ୍ତଙ୍କ ମଧ୍ୟରୁ ୮ପଶ୍ଚିମବଙ୍ଗ, ୫ ଆନ୍ଧ୍ରପ୍ରଦେଶ ଓ ଜଣେ ଗୁଜୁରାଟ ଫେରନ୍ତା । ସୁନ୍ଦରଗଡର ସମସ୍ତ ୫ ଆକ୍ରାନ୍ତ ମହାରାଷ୍ଟ୍ରରୁ ଫେରିଥିବା ଜଣାଯାଇଛି ।

କନ୍ଧମାଳର ଦୁଇ ନୂଆ ଆକ୍ରାନ୍ତ ତେଲେଙ୍ଗାନାରୁ ଫେରିଥିବାବେଳେ ଝାରସୁଗୁଡାର ୩ ଆକ୍ରାନ୍ତ ଦୁଇଜଣ ଘରେ କ୍ୱାରେଣ୍ଟାଇନ୍‍ରେ ଥିବାବେଳେ ଆଉ ଜଣେ କ୍ୱାରେଣ୍ଟାଇନ୍‍ କେନ୍ଦ୍ରରେ ଥିଲା । ନବରଙ୍ଗପୁରର ପ୍ରଥମ ଆକ୍ରାନ୍ତ ଜଣଙ୍କ ଆନ୍ଧ୍ରପ୍ରଦେଶରୁ ଫେରିଥିବା ଦର୍ଶାଯାଇଛି । ସେହିଭଳି ବଲାଙ୍ଗିରର ଆକ୍ରାନ୍ତ ଜଣଙ୍କ ତେଲେଙ୍ଗାନାରୁ ଫେରିଥିବା ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ସ୍ପଷ୍ଟ କରିଛି ।

ଆଜିସୁଦ୍ଧା ରାଜ୍ୟରେ ମୋଟ୍‍ ୧,୧୮,୪୪୬ଟି ନମୂନା ପରୀକ୍ଷା ହୋଇଥିବାବେଳେ ଏଥିରୁ ୧୨୬୯ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ୪୩୭ଜଣ ସୁସ୍ଥହୋଇ ଘରକୁ ଫେରିଥିବାବେଳେ ଡାକ୍ତରଖାନାରେ ଏବେ ବି ୮୨୬ ଜଣ ବିଭିନ୍ନ କୋଭିଡ ଡାକ୍ତରଖାନାରେ ଚିିକିତ୍ସିତ ହେଉଛନ୍ତି । ଏବେ ସୁଦ୍ଧା ମୃତ୍ୟୁବରଣ କରିଥିବା ୭ଜଣ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଓ ଖୋରଧା ଜିଲ୍ଲାର ୩ଜଣ କରି ଥିବାବେଳେ କଟକ ଜିଲ୍ଲାର ଜଣେ ରହିଛନ୍ତି ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020