୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

ରାଜ୍ୟରେ କରୋନା ଆକ୍ରାନ୍ତ ୧୧୮୯

ରାଜ୍ୟରେ ଆଜି ୮୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ମୋଟ୍‍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ରେ ପହଞ୍ଚିଛି । ତେବେ ଆଜି ସର୍ବାଧିକ ୪୬ଜଣ ଆକ୍ରାନ୍ତ ଯାଜପୁର ଜିଲ୍ଲାରେ ଚିହ୍ନଟ ହୋଇଥିବାବେଳେ ଏହି ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୨୨୫ରେ ପହଞ୍ଚିଛି । ୩୨୨ ଆକ୍ରାନ୍ତଙ୍କ ସହିତ ଗଞ୍ଜାମ ଜିଲ୍ଳା ପ୍ରଥମ ସ୍ଥାନରେ ଥିବାବେଳେ ଯାଜପୁର ଦ୍ୱିତୀୟ ସ୍ଥାନରେ ରହିଛି ।

ଯାଜପୁର ଜିଲ୍ଲାରେ ଆଜି ଚିହ୍ନଟ ହୋଇଥିବା ସମସ୍ତ ୪୬ଜଣ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର ହୋଇଥିବାବେଳେ ଏମାନଙ୍କ ମଧ୍ୟରୁ ୩୭ଜଣ ପଶ୍ଚିମବଙ୍ଗ, ଦୁଇ ଜଣ ତାମିଲନାଡୁ ଏବଂ ତେଲେଙ୍ଗାନା, ୟୁଏଇ, ଛତିଶଗଡ ଓ ହରିଆନାରୁ ଜଣେ କରି ଆସିଥିବା ଜଣାଯାଇଛି ।

ସେହିଭଳି ଆଜି ଭଦ୍ରକରେ ଚିହ୍ନଟ ହୋଇଥିବା ସମସ୍ତ ୩ଜଣ ମହାରାଷ୍ଟ୍ର ଫେରନ୍ତା ହୋଇଥିବାବେଳେ ଖୋରଧାର ୩ଜଣଙ୍କ ମଧ୍ୟରୁ ଜଣେ ମହରାଷ୍ଟ୍ରର । ଅନ୍ୟ ଦୁଇ ଆକ୍ରାନ୍ତ ସ୍ଥାନୀୟ ବାସିନ୍ଦା ବୋଲି ସରକାର ସୂଚନା ଦେଇଛନ୍ତି । ସୁନ୍ଦରଗଡର ଜଣେ ଆକ୍ରାନ୍ତ କଣ୍ଟେନମେଣ୍ଟ ଜୋନ୍‍ରୁ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମର ୫ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଦୁଇଜଣ ସୁରଟ, ଜଣେ ତାମିଲନାଡୁ ଓ ଆଉ ଦୁଇଜଣ ସ୍ଥାନୀୟ ବାସିନ୍ଦା ।

ପୁରୀରେ ଚିହ୍ନଟ ହୋଇଥିବା ୩ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୨ଜଣ ପଶ୍ଚିମବଙ୍ଗ ଓ ଜଣେ ଗୁଜୁରାଟ ଫେରନ୍ତା । କେନ୍ଦୁଝରରେ ଚିହ୍ନଟ ସମସ୍ତ ୩ଜଣ ପଶ୍ଚିମବଙ୍ଗ ଫେରନ୍ତା ହୋଇଥିବା ଜଣାଯାଇଛି ।

ରାଜ୍ୟରେ ମୋଟ୍‍ ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ରେ ପହଞ୍ଚିଥିବାବେଳେ ଏମାନଙ୍କ ମଧ୍ୟରୁ ୩୯୩ ଜଣ ସୁସ୍ଥହୋଇ ଘରକୁ ଫେରିଲେଣି । ସୁସ୍ଥ ହୋଇଥିବା ରୋଗୀଙ୍କ ତାଲିକାରେ ଗଞ୍ଜାମ ୧୫୪ ଅଙ୍କ ସହିତ ସବୁଠାରୁ ଆଗରେ ରହିଛି । ସେହିଭଳି ଯାଜପୁରରେ ୬୩, ବାଲେଶ୍ୱରରେ ୪୨, ଭଦ୍ରକରେ ୩୦ ଓ ଖୋରଧା ଜିଲ୍ଲାରେ ୪୮ଜଣ ସୁସ୍ଥ ହୋଇଛନ୍ତି ।

ତେବେ ଇତି ମଧ୍ୟରେ କରୋନାରେ ରାଜ୍ୟରେ ୭ଜଣଙ୍କ ପ୍ରାଣହାନୀ ଘଟିଛି । ଏମାନଙ୍କ ମଧ୍ୟରେ ଗଞ୍ଜାମ ଓ ଖୋରଧାର ୩ଜଣ କରି ଆକ୍ରାନ୍ତ ଥିବାବେଳେ କଟକ ଜିଲ୍ଲାର ଜଣେ କରୋନା ଆକ୍ରାନ୍ତ ବି ରହିଛନ୍ତି ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020