୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

ଅନ୍ୟ ରାଜ୍ୟ ତୁଳନାରେ କରୋନା ମୃତ୍ୟୁ କମ୍‍

ଦୁଇମାସ ମଧ୍ୟରେ ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଢେର ବଢିଥିଲେ ମଧ୍ୟ ଅନ୍ୟ ବହୁ ରାଜ୍ୟ ତୁଳନାରେ ଏହି ରୋଗର ସଂକ୍ରମଣ ଆମ ରାଜ୍ୟରେ କମ୍‍ ରହିଛି ଏବଂ ମୃତ୍ୟୁହାର ମଧ୍ୟ ମହାରାଷ୍ଟ୍ର, ଗୁଜୁରାଟ, ଦିଲ୍ଲୀ ତୁଳନାରେ ବି ବହୁତ କମ୍‍ ।

ଗତ ମାର୍ଚ୍ଚ ୧୫ ତାରିଖରେ ଓଡିଶାରେ ପ୍ରଥମ କରୋନା ରୋଗୀ ଚିହ୍ନିତ ହୋଇଥିବାବେଳେ ଏପ୍ରିଲ ୧୫ ବେଳକୁ ରାଜ୍ୟରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୦ରେ ସୀମିତ ଥିଲା ଏବଂ ସେଥିରୁ କେବଳ ୩୯ଜଣ ଥିଲେ ଭୁବନେଶ୍ୱର ମହାନଗର ନିଗମ (ବିଏମ୍‍ସି) ଅଞ୍ଚଳର । ତେବେ ଏପ୍ରିଲ୍‍ ୨୬ ତାରିଖ ବେଳକୁ ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଶହେ ଛୁଇଁଥିବାବେଳେ ଚଳିତମାସ ଦୁଇ ତାରିଖ ବେଳକୁ ଏହା ୧୫୭ରେ ସୀମିତ ଥିଲା । ତେବେ ମଇ ୧୪ ବେଳକୁ ଓଡିଶାରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୬୧୧ ହୋଇଥିବାବେଳେ ସପ୍ତାହକ ମଧ୍ୟରେ ଏହା ବୃଦ୍ଧିପାଇ ଆଜି ସୁଦ୍ଧା ୧୧୦୩ରେ ପହଞ୍ଚିଛି । ଏଠାରେ ଉଲ୍ଲେଖନୀୟ ଯେ ଏପ୍ରିଲ ଦ୍ୱିତୀୟ ସପ୍ତାହ ସୁଦ୍ଧା ଓଡିଶାରେ କେବଳ ଜଣେ ମାତ୍ର ବ୍ୟକ୍ତି କରୋନାରେ ମରିଥିବାବେଳେ ଏବେ ଏହି ସଂଖ୍ୟା ୬ରେ ପହଞ୍ଚିଛି ।

ସମଗ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଜାନୁୟାରୀ ଶେଷସୁଦ୍ଧା ମାତ୍ର ୩ ଥିବାବେଳେ ଏହା ବୃଦ୍ଧି ପାଇ ମାର୍ଚ୍ଚ ଶେଷ ବେଳକୁ ୧୩୯୭ ଓ ଏପ୍ରିଲ ଶେଷ ବେଳକୁ ୩୩,୦୬୨ରେ ପହଞ୍ଚିଥିଲା । ତେବେ ଆଜି ସୁଦ୍ଧା ଆମ ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ପ୍ରାୟ ଏକ ଲକ୍ଷ ୧୦ହଜାର ହୋଇଥିବାବେଳେ ଏହି ହାରରେ ସଂକ୍ରମିତଙ୍କ ସଂଖ୍ୟା ବଢି ଚାଲିଲେ ଚଳିତମାସ ଶେଷ ବେଳକୁ ଭାରତର କରୋନା ସଂକ୍ରମିତଙ୍କ ସଂଖ୍ୟା ଦେଢ ରୁ ଦୁଇ ଲକ୍ଷ ମଧ୍ୟରେ ପହଞ୍ଚି ଯାଇପାରେ ଏବଂ ଜୁନ୍‍ରେ ତାହା ଅଢେଇ ରୁ ତିନି ଲକ୍ଷ ହୋଇପାରେ ବୋଲି କରୋନା ଗବେଣୋ ସହ ଜଡିତ ବୈଜ୍ଞାନିକ ଓ ଚିକିତ୍ସକମାନେ ଆଶଙ୍କାବ୍ୟକ୍ତ କରୁଛନ୍ତି ।

ଏଠାରେ ଉଲ୍ଲେଖନୀୟ ଯେ ସମଗ୍ର ବିଶ୍ୱରେ ଗତ ମାର୍ଚ୍ଚ ଶେଷସୁଦ୍ଧା କରୋନା ସଂକ୍ରମିତଙ୍କ ସଂଖ୍ୟା ୮ଲକ୍ଷ ୬୩ହଜାର ଥିବାବେଳେ ଏପ୍ରିଲ୍‍ ଶେଷସୁଦ୍ଧା ଏହା ୩୩ଲକ୍ଷରେ ପହଞ୍ଚିଥିଲା । ଚଳିତମାସ ୧୧ ତାରିଖ ବେଳକୁ ବିଶ୍ୱରେ କରୋନା ସଂକ୍ରମିତଙ୍କ ସଂଖ୍ୟା ୪୨ଲକ୍ଷ ଥିବାବେଳେ ଏବେ ତାହା ବଢି ବଢି ୫୦ଲକ୍ଷ ୨୨ହଜାରକୁ ଟପି ସାରିଲାଣି । ସମଗ୍ର ବିଶ୍ୱରେ କରୋନାରେ ପ୍ରାୟ ୩ଲକ୍ଷ ୩୦ହଜାର ଲୋକ ମୃତ୍ୟୁବରଣ କରିଥିବାବେଳେ ଆମ ଦେଶରେ ଏହି ସଂଖ୍ୟା ପ୍ରାୟ ସାଢେ ୩ହଜାରରେ ପହଞ୍ଚିଲାଣି ।

ସଂଗରୋଧ କଟକଣା ଏବଂ ବିମାନ ସମେତ ଅନ୍ୟାନ୍ୟ ଯାନ ବାହାନ ଉପରେ କଟକଣା ଯୋଗୁଁ କରୋନାର ଦ୍ରୁତ ସଂକ୍ରମଣକୁ ରୋକାଯାଇ ପାରିଥିବାବେଳେ ଏ କ୍ଷେତ୍ରରେ ଜାତୀୟ ସ୍ତରରେ କୋହଳ ମନୋଭାବ ଯୋଗୁଁ ଆଗାମୀ ମାସକ ମଧ୍ୟରେ ଓଡିଶା ସମେତ ସମଗ୍ର ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ଢେର ବୃଦ୍ଧି ପାଇବା ଆଶଙ୍କା କରାଯାଉଛି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020