ଜାତୀୟ ରାଜପଥରେ ଜଳବନ୍ଦୀ ସମସ୍ୟା ନେଇ କେନ୍ଦ୍ର ସରକାରଙ୍କୁ ପତ୍ର  କେନ୍ଦ୍ର ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଇସ୍କନ ମନ୍ଦିର ନିକଟରେ ଜମୁଥିବା ଜଳ ସମସ୍ୟା ସମାଧାନ ପାଇଁ ଅନୁରୋଧ  ଜୟଦେବବିହାର, ରସୁଲଗଡ, ପଳାଶୁଣି ଓ ପାହାଳ ନିକଟରେ ଜାତୀୟ ରାଜପଥରେ ଜଳ ସମସ୍ୟା ଦର୍ଶାଇଲେ  

ରକ୍ତଦାନ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ରକ୍ତଦାନ ମହାପୁଣ୍ୟ । ରକ୍ତଦାନ ଦ୍ୱାରା ଆମେ ଗୋଟିଏ ମଣିଷର ଅମୂଲ୍ୟ ଜୀବନକୁ ବଞ୍ଚାଇ ପାରିଥାଉ । ତେଣୁ ସମସ୍ତେ ବିଶେଷ କରି ଯୁବ ସମାଜ ରକ୍ତଦାନ କରିବା ପାଇଁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆହ୍ୱାନ ଦେଇଛନ୍ତି ।

ଆଜି ସଚିବାଳୟରେ ‘ଆମ ମୁଖ୍ୟମନ୍ତ୍ରୀ ଆମ କଥା’ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନାୟକ ରକ୍ତଦାନର ମହତ୍ୱ ସମ୍ପର୍କରେ ଜନସାଧାରଣଙ୍କୁ ସଚେତନ କରି ‘ରକ୍ତଦାନ କରନ୍ତୁ, ଜୀବନ ବଞ୍ଚାନ୍ତୁ’ ବୋଲି ଆହ୍ୱାନ ଦେଇଛନ୍ତି । ଏ ସମ୍ପର୍କରେ ବ୍ୟାପକ ସଚେତନତା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱାରାପ କରିଥିଲେ ।

ଗତ କିଛି ବର୍ଷ ମଧ୍ୟରେ ଆମ ରାଜ୍ୟରେ ରକ୍ତଦାନ ଏକ ଆନ୍ଦୋଳନରେ ପରିଣତ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ କହିଛନ୍ତି ଯେ ୧୮ରୁ ୬୫ ବର୍ଷ ମଧ୍ୟରେ ସବୁ ସୁସ୍ଥ ଲୋକ ରକ୍ତଦାନ କରିପାରିବେ । ରକ୍ତଗତ ସମସ୍ୟା ଥିବା ହେମୋଫିଲିଆ, ଥାଲାସେମିଆ ଓ ସିକିଲ ସେଲ୍ ଆନାମିଆ ପରି ରୋଗୀମାନଙ୍କୁ ଏବଂ ବିପିଏଲ୍ ପରିବାରକୁ ମାଗଣାରେ ରକ୍ତ ଯୋଗାଇ ଦିଆଯାଉଛି ।

ସେହିପରି ଦୁର୍ଘଟଣାଗ୍ରସ୍ତ ଅସହାୟ ବ୍ୟକ୍ତିମାନଙ୍କୁ ମଧ୍ୟ ମାଗଣାରେ ରକ୍ତ ଯୋଗାଇ ଦିଆଯାଉଛି । ରକ୍ତଗତ ସମସ୍ୟା ଥିବା ରୋଗୀମାନଙ୍କୁ ଡାକ୍ତରଖାନା ଯିବା ଆସିବା ପାଇଁ ସରକାର ୫୦୦ ଟଙ୍କା ଭତ୍ତା ମଧ୍ୟ ଦିଆଯାଉଛି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ରଥଯାତ୍ରା ପାଇଁ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।