ଜାତୀୟ ରାଜପଥରେ ଜଳବନ୍ଦୀ ସମସ୍ୟା ନେଇ କେନ୍ଦ୍ର ସରକାରଙ୍କୁ ପତ୍ର  କେନ୍ଦ୍ର ରାଜପଥ ମନ୍ତ୍ରୀ ନୀତିନ ଗଡକରୀଙ୍କୁ ପତ୍ର ଲେଖିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ  ଇସ୍କନ ମନ୍ଦିର ନିକଟରେ ଜମୁଥିବା ଜଳ ସମସ୍ୟା ସମାଧାନ ପାଇଁ ଅନୁରୋଧ  ଜୟଦେବବିହାର, ରସୁଲଗଡ, ପଳାଶୁଣି ଓ ପାହାଳ ନିକଟରେ ଜାତୀୟ ରାଜପଥରେ ଜଳ ସମସ୍ୟା ଦର୍ଶାଇଲେ  

ବିଶ୍ୱ ତାଲିକାରେ ଭୁବନେଶ୍ୱର

ବିଶ୍ୱର ୫୦ଟି ସ୍ମାର୍ଟସିଟି ତାଲିକାରେ ସ୍ଥାନପାଇଛି ଭୁବନେଶ୍ୱର ସହର । ଇଡେନ୍‍ ଷ୍ଟ୍ରାଟେଜି ଇନ୍‍ଷ୍ଟିଟ୍ୟୁଟ ଦ୍ୱାରା ବିଶ୍ୱର ୧୪୦ଟି ବିକଶିତ ସ୍ମାର୍ଟସିଟିକୁ ନେଇ ଏହି ସର୍ଭେ କରାଯାଇଥିଲା ।

ତାଲିକାର ପ୍ରଥମ ସ୍ଥାନରେ ଲଣ୍ଡନ ଥିବାବେଳେ ଦ୍ୱିତୀୟ ସ୍ଥାନରେ ସିଙ୍ଗାପୁର ରହିଛି । ତୃତୀୟ ସ୍ଥାନରେ ଦକ୍ଷିଣ କୋରିଆର ସିଓଲ ସ୍ମାର୍ଟସିଟି ସ୍ଥାନ ପାଇଛି । ଚତୁର୍ଥ ସ୍ଥାନରେ ନ୍ୟୁୟର୍କ ସହର ରହିଛି ।

ଏହି ତାଲିକାର ୩୨ତମ ସ୍ଥାନରେ ଅହମଦାବାଦ ସହିତ ମିଳିତ ଭାବେ ଭୁବନେଶ୍ୱର ସ୍ମାର୍ଟସିଟି ସ୍ଥାନ ପାଇଛି । ତାଲିକାର ୨୩ତମ ସ୍ଥାନରେ ନୂଆଦିଲ୍ଲୀ ଥିବାବେଳେ ୨୭ତମ ସ୍ଥାନରେ ସୁରଟ ରହିଛି । ୩୪ତମ ସ୍ଥାନରେ ଜୟପୁର ଥିବାବେଳେ ପୁଣେକୁ ୩୬ତମ ସ୍ଥାନ ମିଳିଛି ।

ବିଶ୍ୱ ସ୍ତରରେ କରାଯାଇଥିବା ଏହି ସର୍ବେକ୍ଷଣରେ ପ୍ୟାରିସ୍‍ ଭଳି ସହରକୁ ୪୬ ନମ୍ବରରେ ସ୍ଥାନ ମିଳିଥିବାବେଳେ ଦୁବାଇ ରହିଛି ୪୦ତମ ସ୍ଥାନରେ ।

ମୋଟ୍‍ ୧୦ଟି ମାନଦଣ୍ଡ ଆଧାରରେ ଏହି ସର୍ବେକ୍ଷଣ ହୋଇଥିବାବେଳେ ଏଥି ମଧ୍ୟରେ ସ୍ମାର୍ଟସିଟିର ଲକ୍ଷ୍ୟ, ନେତୃତ୍ୱ, ବଜେଟ୍‍ ବ୍ୟବସ୍ଥା, ବିଭିନ୍ନ ଯୋଜନାକୁ ସହାୟତା, ଜନମଙ୍ଗଳକାରୀ ପଦକ୍ଷେପ ଓ ସ୍ମାର୍ଟ ପୁଲିସ୍‍ ବ୍ୟବସ୍ଥା ଆଦି ରହିଛି ।

ଏଠାରେ ଉଲ୍ଲେଖ କରାଯାଇପାରେ ଯେ ପୂର୍ବରୁ ଭୁବନେଶ୍ୱର ସ୍ମାର୍ଟସିଟି ଜାତୀୟ ସ୍ତରରେ ଏକ ନମ୍ବର ପୁରସ୍କାର ହାସଲରେ ସକ୍ଷମ ହୋଇସାରିଛି ।