ରାଜସ୍ୱ ପ୍ରଦର୍ଶନରେ ଅବିବୃଦ୍ଧି

ଚଳିତ ଆର୍ଥିକ ବର୍ଷର ପ୍ରଥମ ତୈମାସିକ ରାଜସ୍ୱ ପ୍ରଦର୍ଶନରେ ଉତ୍ସାହଜନକ ଅବିବୃଦ୍ଧି ଘଟିଛି । ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବ ସ୍ତରୀୟ ବୈଠକରୁ ଏହା ଜଣାପଡିଛି ।

ବିଭିନ୍ନ ବିଭାଗର ପ୍ରଥମ ତୈମାସିକ ରାଜସ୍ୱ କାର୍ଯ୍ୟ ସଂପାଦନ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ଜିଲ୍ଲା ଖଣିଜ ପାଣ୍ଠି ଅନ୍ତର୍ଗତ ପ୍ରକଳ୍ପ ଗୁଡିକର ମଞ୍ଜୁରୀ ଏବଂ କାର୍ଯ୍ୟାନ୍ୱୟନ ଉପରେ ଗୁରୁତ୍ୱ ଦେବା ପାଇଁ ବିଭାଗ ମାନଙ୍କୁ ନିଦେଶ ଦେଇଥିଲେ ।

ସଂପୃକ୍ତ ବିଭାଗ ମାନେ ଅଗ୍ରଧିକାର କ୍ଷେତ୍ରରେ ନୂଅ । ଆବଶ୍ୟକତା ଭିତିକ ପ୍ରକଳ୍ପ ପ୍ରସ୍ତାବ ଦାଖଲ କରିବା ପାଇଁ ମଧ୍ୟ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଥିଲେ । ବଜେଟ୍ ଅନ୍ତର୍ଗତ ପ୍ରକଳ୍ପ ଓ ଯୋଜନା ଗୁଡିକ ପରି ଜିଲ୍ଲା ଖଣିଜ ପାଣ୍ଠି ପ୍ରକଳ୍ପର କାର୍ଯ୍ୟାନ୍ୱୟନ ଓ ପରି·ଳନା କରିବା ନିମନ୍ତେ ଉନ୍ନୟନ କମିଶନର ଶ୍ରୀ ଆର୍.ବାଲାକ୍ରିଷ୍ଣନ୍ ପରାମର୍ଶ ଦେଇଥିଲେ ।

ରାଜ୍ୟ ସଚିବାଳୟଠାରେ ଅନୁଷ୍ଠିତ ଏହି ବୈଠକରେ ଅର୍ଥ ବିଭାଗ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ତୁହିନକାନ୍ତ ପାଣ୍ଡେ ଚଳିତ ଆର୍ଥିକ ବର୍ଷ ପ୍ରଥମ ତୈମାସିକ ରାଜସ୍ୱ ସ୍ଥିତି ଆଲୋଚନା ନିମନ୍ତେ ଉପସ୍ଥାପନ କରିଥିଲେ ।

ସମୀକ୍ଷାରୁ ଜଣାପଡିଥିଲା ୨୦୧୮-୧୯ ଆର୍ଥିକ ବର୍ଷ ଜୁନ୍ ମାସ ଶେଷସୁଦ୍ଧା ବଜେଟ୍ଭୁକ୍ତ ବିଭିନ୍ନ ଯୋଜନା ଓ ପ୍ରକଳ୍ପ ବାବଦ ଅର୍ଥ ବିନିଯୋଗରେ ପୂର୍ବ ବର୍ଷ (୨୦୧୭-୧୮) ଅପେକ୍ଷା ୧୯% ଭାଗ ବୃଦ୍ଧି ହୋଇଛି ।

ଗତ ବର୍ଷ ଜୁନ୍ ମାସ ସୁଦ୍ଧା ସମୁଦାୟ ୧୧,୪୦୯ କୋଟି ଟଙ୍କା ବିନିଯୋଗ ହୋଇଥିବା ବେଳେ ଚଳିତ ବର୍ଷ ଏହା ୧୩,୫୯୧ କୋଟିକୁ ବୃଦ୍ଧି ପାଇଛି । ସାମାଜିକ ବିକାଶ କ୍ଷେତ୍ରରେ ପୂର୍ବ ବର୍ଷ ଅପେକ୍ଷା ୬୫% ଅଧିକ ଅର୍ଥ ବିନିଯୋଗ ହୋଇଛି ।

ଚଳିତ ବର୍ଷ ଏହି କ୍ଷେତ୍ରରେ ବିନିଯୋଗ ପରିମାଣ ୬୬୭୧ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ସେହିପରି କୃଷି ଓ ଆନୁସଂଗିକ କ୍ଷେତ୍ରରେ ୩୫୧୬ ଏବଂ ଭିତିଭୂମି ବିକାଶ କ୍ଷେତ୍ରରେ ୨୮୪୦ କୋଟି ଟଙ୍କାର ବଜେଟ୍ ଅର୍ଥ ବିନିଯୋଗ କରାଯାଇଛି ।

ଅନୁରୂପଭାବେ ଚଳିତ ଆର୍ଥିକ ବର୍ଷ ପ୍ରଥମ ତିନିମାସରେ ରାଜସ୍ୱ ସଂଗ୍ରହରେ ମଧ୍ୟ ଉତ୍ସାହଜନକ ୨୯% ଅବିବୃଦ୍ଧି ଘଟିଛି । ଜୁନ୍ ମାସ ଶେଷସୁଞ୍ଚା ସମୁଦାୟ ୮୯୨୮ କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଛି । ପୂର୍ବ ବର୍ଷ ଏହି ସମୟ ମଧ୍ୟରେ ୬୯୩୬ କୋଟି ଟଙ୍କା ରାଜସ୍ୱ ସଂଗ୍ରହ ହୋଇଥିଲା ।

ସଂଗୃହିତ ରାଜସ୍ୱ ମଧ୍ୟରେ ୬,୪୪୫.୫୨ କୋଟି ଟଙ୍କା ନିଜସ୍ୱ-ଟିକସ ଏବଂ ୨୪୮୨.୩୪ କୋଟି ଟଙ୍କା ଅଣ-ଟିକସ ରାଜସ୍ୱ ରହିଛି । ଖଣି ଓ ଇସ୍ପାତ୍ ବିଭାଗ ମାଧ୍ୟମରେ ସଂଗୃହିତ ଖଣିଜ ରାଜସ୍ୱରେ ସର୍ବଧିକ ୬୯% ଅବିବୃଦ୍ଧି ଘଟିଛି । ପୂର୍ବ ବର୍ଷ ଜୁନ୍ ମାସ ଶେଷସୁଦ୍ଧା ୧୨୭୬ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଚଳିତ ବର୍ଷର ଆଦାୟ ୨୧୫୭ କୋଟିରେ ପହଞ୍ôଚଛି ।

୨୦୧୮ ମସିହା ଅଗଷ୍ଟ ମାସଠାରୁ ପେନ୍ସନ୍ ଦରଖାସ୍ତ ଦାଖଲ, ପ୍ରକ୍ରିୟାକରଣ ଏବଂ ମଞ୍ଜୁରୀକୁ ସଂପୂର୍ଣ୍ଣ ଭାବେ ଅନ୍ଲାଇନ୍ କରିବା ପାଇଁ ବୈଠକରେ ନିଷ୍ପତି ହୋଇଥିଲା । ବର୍ତମାନ ଉଭୟ ଅନ୍ଲାଇନ୍ ଏବଂ ଅଫ୍-ଲାଇନ୍ ବ୍ୟବସ୍ଥା ·ଲୁରହିଛି ।

ପରବର୍ତୀ ପର୍ଯ୍ୟାୟରେ ୨୦୧୯ ଜାନୁଆରୀ ସୁଦ୍ଧା ଏହି ଅନ୍ଲାଇନ୍ ମଞ୍ଜୁରୀ ପ୍ରକ୍ରିୟାକୁ ଏ.ଜି ଅଫିସ୍ ସହ ସଂଯୋଜିତ କରାଯିବ ବୋଲି ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ପାଣ୍ଡେ କହିଥିଲେ । ରାଜ୍ୟ ସରକାରଙ୍କ ବିଭିନ୍ନ ଅନୁଦାନ ଏବଂ ସ୍ୱତନ୍ତ୍ର ପ୍ରକଳ୍ପ ଗୁଡିକ ବାବଦରେ ବିନିଯୋଗ ପ୍ରମାଣ ପତ୍ର (ୟୁ.ସି) ଦାଖଲକୁ ମଧ୍ୟ ଚଳିତ ବର୍ଷ ନଭେମ୍ବର ମାସ ଠାରୁ ପୂଣ୍ଣ ର୍ଭାବେ ଅନ୍ଲାଇନ୍ କରାଯିବ ।


ଜିଲ୍ଲା ଖଣିଜ ପାଣ୍ଠି (ଡ଼ି.ଏମ୍.ଏଫ୍)ରେ ବର୍ତମାନ ସୁଦ୍ଧା ବିଭିନ୍ନ ଜିଲ୍ଲାର ସମୁଦାୟ ୭୯୮୨ଟି ପ୍ରକଳ୍ପ ମଞ୍ଜୁର ହୋଇଥିବା ସମୀକ୍ଷାରୁ ଜଣାପଡିଥିଲା । ଏହିସବୁ ପ୍ରକଳ୍ପ ବାବଦରେ ପ୍ରାୟ ୨୯୩୪ କୋଟି ଟଙ୍କା ଆବଣ୍ଟନ କରାଯାଇଛି । ଏହି ପାଣ୍ଠିରେ ଅନ୍ତର୍ଭୁକ୍ତ କରିବା ପାଇଁ ଅଧିକ ନୂଆ ପ୍ରକଳ୍ପ ପ୍ରସ୍ତାବ ଦାଖଲ କରିବା ନିମନ୍ତେ ମୁଖ୍ୟ ଶାସନ ସଚିବ ଶ୍ରୀ ପାଢ଼ୀ ବିଭାଗ ମାନଙ୍କୁ ନିର୍ଦେଶ ଦେଇଥିଲେ ।

ବୈଠକରେ ଉନ୍ନୟନ କମିଶନର ଆର୍.ବାଲାକ୍ରିଷ୍ଣନ୍, କୃଷି ଉତ୍ପାଦନ କମିଶନର ଗଗନ କୁମାର ଧଳ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର, ଅସୀତ କୁମାର ତ୍ରିପାଠୀ ଓ ଲକ୍ଷ୍ମୀନାରାୟଣ ଗୁପ୍ତା, ସମେତ ସମସ୍ତ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଏବଂ ସ୍ୱତନ୍ତ୍ର ଶାସନ ସଚିବ ମାନେ ଆଲୋଚନାରେ ଅଂଶଗ୍ରହଣ କରିଥିଲେ ।