ହଜ୍‍ ଯାତ୍ରାପାଇଁ ୭୩୧ଜଣ ମନୋନିତ

ଚଳିତବର୍ଷ ଓଡିଶା ହଜ୍‍ କମିଟି ଜରିଆରେ ୭୩୧ ଜଣ ହଜ୍‍ଯାତ୍ରୀ ମକ୍କା ମଦିନା ଯାତ୍ରା କରିବାପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ସେମାନଙ୍କ ମଧ୍ୟରେ ୪୩୩ ଜଣ ପୁରୁଷ ଓ ୨୯୮ ଜଣ ମହିଳା ଅଛନ୍ତି ।

ହଜ୍‍ ଯାତ୍ରାରେ ଯାଉଥିବା ରାଜ୍ୟର ଯାତ୍ରୀମାନଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇବା ସହିତ ସେମାନଙ୍କୁ ସମସ୍ତ ପ୍ରକାର ସହୟତା ପ୍ରଦାନ ଲାଗି ପ୍ରତିଶ୍ରୁତି ଦେଇଛନ୍ତି ।

ହଜ୍‍ ଯାତ୍ରୀମାନେ ଚଳିତମାସ ୧୨ ରୁ ୨୯ ତାରିଖ ମଧ୍ୟରେ କଲିକତାରୁ ଯାତ୍ରାର ଆରମ୍ଭକରିବେ । ସାଉଦି ଆରବରେ ପାଖାପାଖି ୪୫ଦିନ କାଳ ଅବସ୍ଥାନ କରିବାପରେ ସେପ୍ଟେମ୍ବର ୨ ରୁ ୧୨ ତାରିଖ ମଧ୍ୟରେ ସ୍ୱଦେଶ ଫେରିବାର କାର୍ଯ୍ୟକ୍ରମ ଥିବା ରାଜ୍ୟ ହଜ୍‍ କମିଟି ପକ୍ଷରୁ ସୂଚନା ଦିଆଯାଇଛି ।

ହଜ୍‍ ଯାତ୍ରୀମାନଙ୍କୁ ସହଯୋଗ ନିମନ୍ତେ ରାଜ୍ୟ ସରକାରଙ୍କ ତରଫରୁ ୪ଜଣ ସରକାରୀଙ୍କୁ ସାଉଦିଆରବ ପଠାଇବାର ବ୍ୟବସ୍ଥା ହୋଇଛି ।

ରାଜ୍ୟ ହଜ୍‍ ଯାତ୍ରୀଙ୍କ ରହଣି ଏବଂ ଅନ୍ୟାନ୍ୟ ସୁବିଧା ନିମନ୍ତେ ରାଜ୍ୟ ସରକାର ଭୁବନେଶ୍ୱରରେ ହଜ୍‍ ଭବନ ନିର୍ମାଣ କରାଯାଉଛି । ଏଥି ସହିତ ରାଜ୍ୟର ବିଭିନ୍ନ ସଦର ମହୁକୁମାରେ ହଜ୍‍ କର୍ମଶାଳା ଆୟୋଜିତ କରାଉଛି ।