୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

କନ୍‌ଭେନ୍‌ସନ୍‌ ସେଣ୍ଟର ଉଦ୍‌ଘାଟିତ


ଲୋକସେବା ଭବନ ପରିସରରେ ୫୧୮୦ ବର୍ଗମିଟର ପରିମିତ ଅଞ୍ଚଳରେ ପ୍ରତିଷ୍ଠିତ ନବନିର୍ମିତ ଅତ୍ୟାଧୁନିକ ବିଶ୍ୱସ୍ତରୀୟ କନ୍‌ଭେନ୍‌ସନ୍‌ ସେଣ୍ଟରକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଦ୍‌ଘାଟନ କରିଛନ୍ତି । ଏହି କନ୍‌ଭେନ୍‌ସନ୍‌ ସେଣ୍ଟର ନିର୍ମାଣ ବାବଦରେ ୪୦ କୋଟି ଟଙ୍କା ବ୍ୟୟ କରାଯାଇଛି । କନ୍‌ଭେନ୍‌ସନ୍‌ ସେଣ୍ଟରକୁ ସ୍ୱତନ୍ତ୍ର ଭାବେ ଆଧୁନିକ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି । ଏହି ଦ୍ୱିତଳ ପ୍ରାସାଦର ତଳ ମହଲାରେ ୪୦୦ ଆସନ ବିଶିଷ୍ଟ ବୃହତ୍‌ ସମ୍ମିଳନୀ ପ୍ରକୋଷ୍ଠ ରହିଛି ।

ଏଥିରେ ୩୭ ଫୁଟ୍‌ ଲମ୍ବ ଓ ୨୪ ଫୁଟ୍‌ ପ୍ରସ୍ଥ ବିଶିଷ୍ଟ ଏକ ବୃହଦାକାର ଭିଡିଓ ୱାଲ ନିର୍ମାଣ କରାଯାଇଛି ଓ ଏଥିରେ ପ୍ରତ୍ୟେକ ଧାଡ଼ିରେ ମାଇକ୍ରୋଫୋନ୍‌ ସଂଯୋଗ କରାଯାଇଛି । ଅନୁରୂପ ଭାବରେ, ତଳ ମହଲାରେ ୮୦-୯୦ ଆସନ ବିଶିଷ୍ଟ ବାଂକେ୍ୱଟ୍‌ ହଲ୍‌, ୬୦ ଆସନ ବିଶିଷ୍ଟ ବ୍ରେକ୍‌ଆଉଟ୍‌ ସ୍ପେଶ୍‌ ଓ ସୁସଜ୍ଜିତ ଭିଆଇପି ଲାଉଞ୍ଜ ରହିଛି ।

ଏଥିସହିତ କନ୍‌ଭେନ୍‌ସନ୍‌ ସେଣ୍ଟରର ପ୍ରଥମ ମହଲାରେ ୧୦୦ ଆସନ ବିଶିଷ୍ଟ ଏକ ସମ୍ମିଳନୀ କକ୍ଷ ସମେତ ୩୦ ଏବଂ ୧୫ ଜଣ ବସିବା ଭଳି ଦୁଇଟି ପୃଥକ୍‌ ପୃଥକ୍‌ କ୍ଷୁଦ୍ର ସମ୍ମିଳନୀ କକ୍ଷ ରହିଛି । ଏହି ସେଣ୍ଟରରେ ଦୁଇଟି ଗ୍ରୀନ୍‌ ରୁମ୍‌, କଣ୍ଟ୍ରୋଲ ରୁମ୍‌, ମେଡିକାଲ ରୁମ୍‌, ରେକର୍ଡ ରୁମ୍‌, ପ୍ରେସ୍‌ ଲାଉଞ୍ଜ ସହିତ ଅଫିସ୍‌ ଏବଂ ଖବରଦାତାଙ୍କୁ ସୂଚନା ପାଇଁ ସ୍ୱତନ୍ତ୍ର ସ୍ଥାନ ରହିଛି । ଦୁଇଟି ଲିଫଫି ରହିଥିବା ବେଳେ ସୁଦୃଢ଼ ଅଗ୍ନି ନିରାପତ୍ତା ବ୍ୟବସ୍ଥା ରହିଛି ।

କନ୍‌ଭେନ୍‌ସନ୍‌ ସେଣ୍ଟରରେ ଭୂତଳ ଜଳ ସଂରକ୍ଷଣ ବ୍ୟବସ୍ଥା ସହିତ ଭିତର ଏବଂ ବାହାର ପାଶ୍ୱର୍ରେ ସବୁଜବଳୟ ଏବଂ ଲ୍ୟାଣ୍ଡସ୍କେପିଂ ବ୍ୟବସ୍ଥା କରାଯାଇଛି । ର୍ୟାମ୍ପ୍‌ ଓ ସ୍ୱତନ୍ତ୍ର ଶୌଚାଳୟ ବ୍ୟବସ୍ଥା କ୍ରମେ କନ୍‌ ଭେନ୍‌ସନ୍‌ ସେଣ୍ଟରକୁ ଭିନ୍ନକ୍ଷମ ଅନୁକୂଳ କରାଯାଇଛି ।

ଏହି ଉଦ୍‌ଘାଟନ ଉତ୍ସବରେ ପୂର୍ତ୍ତ ତଥା ଇସ୍ପାତ ଓ ଖଣି ମନ୍ତ୍ରୀ ଶ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ, ମୁଖ୍ୟ ଶାସନ ସଚିବ ଶ୍ରୀ ଅସିତ୍‌ କୁମାର ତି୍ରପାଠୀଙ୍କ ସମେତ ବିଭିନ୍ନ ବିଭାଗର ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଏବଂ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020