୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

ଜାଡ଼ରେ ଥରୁଛି ଓଡ଼ିଶା


ରାତିର ତାପମାତ୍ରା ହ୍ରାସ ଯୋଗୁ ସମଗ୍ର ଓଡ଼ିଶା ଏବେ ଜାଡ଼ରେ ଥରୁଛି । ୧୧ଟି ଜିଲ୍ଲାର ତାପମାତ୍ରା ୧୦ ଡିଗ୍ରୀ ତଳେ ଥିବା ବେଳେ ସୋନପୁର ଓ ଫୁଲବାଣୀରେ ତାପମାତ୍ରା ସବୁଠାରୁ କମ୍‍ ରହିଛି ।

ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ରେକର୍ଡ ହୋଇଥିବା ତାପମାତ୍ରା ଅନୁଯାୟୀ ସୋନପୁର ଓ ଫୁଲବାଣୀରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଛି । ଫୁଲବାଣୀର କେତେକ ସ୍ଥାନରେ ତୁଷାରପାତ ହୋଇଥିବା ବେଳେ ସୋନପୁରରେ ପ୍ରବଳ ଜାଡ଼ ଅନୁଭୂତ ହେଉଛି ।

ଅନୁଗୁଳ ଜିଲ୍ଲାରେ ତାପମାତ୍ରା ୬.୬ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ରାଜ୍ୟର ତତଲାଗଡ଼ କୁହାଯାଉଥିବା ଟିଟିଲାଗଡ଼ର ସର୍ବନିମ୍ନ ତାପମାତ୍ରା ୭.୧ ରହିଛି ।

ଦାରିଙ୍ଗିବାଡ଼ିର ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଭବାନୀପାଟଣାରେ ୮.୫, କୋରାପୁଟରେ ୯, କେନ୍ଦୁଝରଗଡ଼ରେ ୯.୧, ତାଳଚେରରେ ୯.୭, ଝାରସୁଗୁଡ଼ାରେ ୯.୪ ରହିଛି ।

ତେବେ ସବୁଠାରୁ ଅଧିକ ତାପମାତ୍ରା ଗୋପାଳପୁରରେ ରେକର୍ଡ କରାଯାଇଛି । ଏଠାରେ ତାପମାତ୍ରା ୧୪.୨ ଡିଗ୍ର୍ରୀ ଥିବା ବେଳେ ପୁରୀରେ ୧୪, ପାରାଦୀପରେ ୧୩.୯ ରହିଥିବା ବେଳେ ରାଜଧାନୀରେ ଏହା ୧୧.୪ ଡିଗ୍ରୀ ରେକର୍ଡ କରାଯାଇଛି ।

ଶୀତର ପ୍ରକୋପ ଆଉ ୩/୪ ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିବା ବେଳେ ସର୍ବାଧିକ ତାପମାତ୍ରା ମାଲକାନଗିରିରେ ୩୦.୨ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ତାଳଚେରରେ ୩୦.୧ ଡିଗ୍ରୀ ରହିଛି । ରାଜ୍ୟର ଅନ୍ୟ ସମସ୍ତ ସ୍ଥାନରେ ସର୍ବୋଚ୍ଚ ତାପମାତ୍ରା ୩୦ ଡିଗ୍ରୀ ତଳେ ରହିଛି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020