୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

ସୌନ୍ଦର୍ଯ୍ୟକରଣ ଦାବି


କେନ୍ଦୁଝରଗଡ଼ରେ ଥିବା ଶ୍ରୀ ବଳଦେବ ଜୀଉଙ୍କ ପ୍ରାଚୀନ ମନ୍ଦିରର ବିକାଶ, ସୌନ୍ଦର୍ଯ୍ୟକରଣ ଓ ସୁରୁଖୁରୁରେ ନୀତିକାନ୍ତି ପାଇଁ ଦାବି ହୋଇଛି । କେନ୍ଦୁଝର ବିକାଶ ପରିଷଦ ଭୁବନେଶ୍ୱର ପକ୍ଷରୁ ଏ ନେଇ ମୁଖ୍ୟମନ୍ତ୍ରୀଙ୍କୁ ପତ୍ର ଲେଖାଯାଇଛି ।

ବିକାଶ ପରିଷଦ ଦର୍ଶାଇଛି ଯେ ପୁରୀର ସୌନ୍ଦର୍ଯ୍ୟକରଣ ଓ ବିକାଶ ସାଙ୍ଗକୁ ଏହାକୁ ବିଶ୍ୱସ୍ତରୀୟ କରିବା ଏବଂ ବିଶ୍ୱ ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନ ଦେବା ପାଇଁ ସରକାରଙ୍କ ଉଦ୍ୟମ ବେଶ୍‍ ପ୍ରଶଂସନୀୟ ।

ଏଥିସହିତ ଶ୍ରୀ ଲିଙ୍ଗରାଜ ଓ କୋଣାର୍କର ସୂର୍ଯ୍ୟ ମନ୍ଦିରର ବିକାଶ ପାଇଁ ରାଜ୍ୟ ସରକାର ଯେଭଳି ପଦକ୍ଷେପ ଗ୍ରହଣ କରିଛନ୍ତି ତାହାକୁ ସବୁସ୍ତରରୁ ସ୍ୱାଗତ କରାଯିବା ଆବଶ୍ୟକ ।

ତେବେ କେନ୍ଦୁଝରଗଡ଼ରେ ଥିବା ଏହି ପ୍ରାଚୀନ ମନ୍ଦିରକୁ ବିକାଶ ଯୋଜନାରେ ସାମିଲ କରାଯାଇ ତାହାର ମରାମତି, ବିକାଶ ଓ ଶୃଙ୍ଖଳିତ ପରିଚାଳନା ବ୍ୟବସ୍ଥା କରାଗଲେ ଏହା ସମଗ୍ର ରାଜ୍ୟର ଦୃଷ୍ଟି ଆକର୍ଷଣ କରିବ ।

ସେହିଭଳି ଜିଲ୍ଲାରେ ଥିବା ଭାରତ ପ୍ରସିଦ୍ଧ ସୀତାବିଞ୍ଜର ପ୍ରସ୍ତର ମୂର୍ତ୍ତି, ଜଙ୍ଗଲ, ରାବଣଛାୟା ଓ ପ୍ରାଚୀନ ସଭ୍ୟତାର ଭଗ୍ନାବଶେଷର ସୁରକ୍ଷା ସାଙ୍ଗକୁ ଉକ୍ତ ଅଞ୍ଚଳର ବିକାଶ, ସୌନ୍ଦର୍ଯ୍ୟକରଣ ଓ ପ୍ରସାର ପାଇଁ ଆବଶ୍ୟକ ପଦକ୍ଷେପ ନେବାକୁ କେନ୍ଦୁଝରବାସୀଙ୍କ ତରଫରୁ ବିକାଶ ପରିଷଦ ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି । 

ମୁଖ୍ୟମନ୍ତ୍ରୀଙ୍କୁ ଲେଖା ଯାଇଥିବା ପତ୍ରର ନକଲ କେନ୍ଦୁଝର ଜିଲ୍ଲାପାଳଙ୍କୁ ମଧ୍ୟ ବିକାଶ ପରିଷଦ ପକ୍ଷରୁ ପ୍ରଦାନ କରାଯାଇଛି । ଏଥିରେ ପ୍ରଦୀପ କୁମାର ଦାସ, ପ୍ରଫେସର ହାଡ଼ିବନ୍ଧୁ ପଟ୍ଟନାୟକ, ଆଲୋକ କୁମାର ବେହୁରା, ଜ୍ୟୋତିରଞ୍ଜନ ମିଶ୍ର, ପଞ୍ଚୁପାଣ୍ଡବ ଦଳେଇ, ନବଘନ ଗିରି, ଡମ୍ବରୁଧର ଘଣା, ବିନୋଦ କୁମାର ସିଂହ, ଡ. ମନୋଜ ମିଶ୍ର, ଭରତଚନ୍ଦ୍ର ବେହେରା ଓ ଶ୍ରୀକାନ୍ତ କୁମାର ମହନ୍ତ ପ୍ରମୁଖ ଏହି ପତ୍ର ପ୍ରଦାନ କରିଥିଲେ । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020