ପାଞ୍ଚଜଣ ବରିଷ୍ଠ ଡାକ୍ତରଙ୍କୁ ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି  ଡାକ୍ତର ବିଜୟ କୁମାର ମହାପାତ୍ର ହେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ  କଳାହାଣ୍ଡି ସିଡିଏମ୍‍ଓ ଡାକ୍ତର ବନଲତା ଦେବୀ ହେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ  ଗଞ୍ଜାମ ସିଡିଏମ୍‍ଓ ଡାକ୍ତର ବିଜୟ କୁମାର ପାଣିଗ୍ରାହୀଙ୍କୁ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି  ଡାକ୍ତର ଦୀନବନ୍ଧୁ ପଣ୍ଡା ହେଲେ ରାଉରକେଲା ଆରସିଏଚ୍‍ ନିର୍ଦ୍ଦେଶକ  ଡାକ୍ତର ପ୍ରଦୀପ କୁମାର ମହାପାତ୍ର ହେଲେ ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକ  

ଚିତ୍ର ଶିଳ୍ପୀଙ୍କୁ ସମ୍ବର୍ଦ୍ଧନା

ବଡ଼ବିଲ ଆର୍ଟ ପ୍ରୋଜେକ୍ଟରେ ଯୋଗଦାନ କରିଥିବା କଳାକାର ମାନଙ୍କର ସମ୍ବର୍ଦ୍ଧନା ଉତ୍ସବ ଆଜି ଏଠାରେ ଅନୁଷ୍ଠିତ ହୋଇଯାଇଛି । ବଡ଼ବିଲ ଆର୍ଟ ପ୍ରୋଜେକ୍ଟ ର ଚତୁର୍ଥ ସଂସ୍କରଣ "ମୁଭିଙ୍ଗ ଇନଟୁ ଦି ମାର୍ଜିନ " ଭାରତର ବିଭିନ୍ନ ପ୍ରାନ୍ତରର ଦଶ ଜଣ ଚିତ୍ରଶିଳ୍ପୀଙ୍କୁ ନେଇଡିସେମ୍ବର ଛଅରୁ ୩ଦିନ ପାଇଁ ଅନୁଷ୍ଠିତ ହୋଇଥିଲା ।

ଉତ୍ସ ଫାଉଣ୍ଡେସନ, ଭୁବନେଶ୍ୱର ଓ ଆର୍ୟ୍ୟ ଆଇରନ ଷ୍ଟିଲ କମ୍ପାନୀ ତରଫରୁ ପ୍ରତି ଦୁଇ ବର୍ଷରେ ବଡ଼ବିଲରେ ଆୟୋଜନ କରାଯାଉଥିବା କଳା ପ୍ରକଳ୍ପର ଚତୁର୍ଥ ସଂସ୍କରଣକୁ ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟର କଳା ଇତିହାସ ବିଭାଗର ଵିଭାଗୀୟ ମୁଖ୍ୟ, ପ୍ରଫେସର ପ୍ରଦୋଷ ମିଶ୍ର କ୍ୟୁରେଟ କରୁଥିଲେ ।

ଚିତ୍ରଶିଳ୍ପୀ ଉମେଶ ସିଂ, ରାଜେଶ କୁମାର ସିଂ, ସୁରେଶ କେ. ନାୟାର, ପ୍ରଣତି ପଣ୍ଡା, ଅଙ୍କିତା କାଶ୍ୟପ, ଅର୍ଚ୍ଚନା ଦାସ, ବିଭୁ ପଟ୍ଟନାୟକ, ତ୍ରିନାଥ ମହାନ୍ତି, ବି. ଅଜୟ ଶର୍ମା ଓ ସିତିକାନ୍ତ ସାମନ୍ତସିଂହାର ମୁଖ୍ୟ ସହର ଠାରୁ ଦୂରରେ ଆୟୋଜିତ ଏହି ଅଭିନବ କଳା ପ୍ରକଳ୍ପରେ ଯୋଗ ଦେଇ ସ୍ଥାନୀୟ ଅଧିବାସୀ ମାନଙ୍କ ସଂସ୍କୃତି, ଚଳଣି, ଚିନ୍ତାଧାରା ଓ ମନସ୍ଥିତିକୁ ଫଟୋଗ୍ରାଫି, ଭିଡିଓଗ୍ରାଫି, ଇନଷ୍ଟଲେସନ, ପରଫରମାନ୍ସ, ଚିତ୍ର, ବର୍ଜ୍ୟବସ୍ତୁକୁ ନେଇ ସ୍ଥାପତ୍ୟ ନିର୍ମାଣ ଆଦି ଭିନ୍ନ ଭିନ୍ନ ମାଧ୍ୟମରେ ନିଜ ନିଜର କଳାତ୍ମକ ସୃଷ୍ଟିକୁ ପରିପ୍ରକାଶ କରିଥିଲେ । କଳାକାର ମାନେ ରଘୁରାଜପୁରର ପାରମ୍ପରିକ ଚିତ୍ରଶିଳ୍ପୀ ମାନଙ୍କ ସହ ମିଶି ମଧ୍ୟ କଳା ସୃଷ୍ଟି କରିଥିଲେ ।

ପ୍ରୋଜେକ୍ଟର ପ୍ରାରମ୍ଭିକ ରୂପରେଖ ଓ କାର୍ୟ୍ୟ ପ୍ରଣାଳୀ ମଧ୍ୟରେ କଳାକାର ମାନଙ୍କର ବିବିଧ ପରୀକ୍ଷା ନିରୀକ୍ଷାକୁ ଉପସ୍ଥିତ ବୁଦ୍ଧିଜୀବି ମାନଙ୍କ ସାମ୍ନାରେ ପ୍ରୋଜେକ୍ଟ କ୍ୟୁରେଟର ଉପସ୍ଥାପନା କରିଥିଲେ । ବଡ଼ବିଲ ପରି ଏକ ଖଣି ଅଞ୍ଚଳରେ ଭାରତର ବିଭିନ୍ନ ପ୍ରାନ୍ତରୁ ଯୋଗଦାନ କରିଥିବା ପ୍ରମୂଖ ଯୁବ ଓ ପ୍ରବୀଣ ଚିତ୍ରଶିଳ୍ପୀମାନେ ସେମାନଙ୍କର ସାତ ଦିନର କଳାଯାତ୍ରାର ଅନୁଭୂତି ମଧ୍ୟ ବଖାଣିଥିଲେ । ଉତ୍ସବରେ ଉତ୍ସ ଫାଉଣ୍ଡେସନର ଚେୟାରମାନ ତଥା ବିଶିଷ୍ଠ ଚିତ୍ରଶିଳ୍ପୀ ଜଗନ୍ନାଥ ପଣ୍ଡା, ପ୍ରୋଜେକ୍ଟ କ୍ୟୁରେଟର ରମାକାନ୍ତ ସାମନ୍ତରାୟ,  ବିଶିଷ୍ଟ ଚିତ୍ରଶିଳ୍ପୀ, ସାହିତ୍ୟିକ ଓ ବୁଦ୍ଧିଜୀବିମାନେ ଉପସ୍ଥିତ ଥିଲେ ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020