ଗୋଟିଏ ଦିନରେ କରୋନାରେ ରେକର୍ଡ ୧୩ ମୃତ  ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୨୭୨  ଗଞ୍ଜାମରେ ସର୍ବାଧିକ ୬ଜଣ ମୃତ  ୪୬ହଜାର ଛୁଇଁଲା କରୋନା ଆକ୍ରାନ୍ତଙ୍କ ତାଲିକା  ଗୋଟିଏ ଦିନର ୨୯ ଜିଲ୍ଲାରୁ ୧୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭  ଖୋରଧାରେ ସର୍ବାଧିକ ୩୪୨ ଆକ୍ରାନ୍ତ ଚିହ୍ନଟ  ଗଞ୍ଜାମରେ ୨୨୨, କଟକରେ ୧୭୭, ସୁନ୍ଦରଗଡରେ ୧୨୬ ଓ ନୟାଗଡରେ ୧୦୬ ଚିହ୍ନଟ  

ନେତାଙ୍କ ଭାଷଣ ଅଧ୍ୟକ୍ଷାଙ୍କୁ ମହଙ୍ଗା


ନେତା, ମନ୍ତ୍ରୀମାନେ ଛାତ୍ର ସଂସଦ ଉତ୍ସବରେ ଅତିଥି ହୋଇ ଭାଷଣ ଦେବା ଅଭିଯୋଗରେ ସରକାରୀ କଲେଜର ଜଣେ ଅବସରପ୍ରାପ୍ତ ଅଧ୍ୟକ୍ଷା ଦୁଇବର୍ଷ ଧରି ପେନ୍‍ସନ କିମ୍ବା ଅବସରକାଳୀନ ପ୍ରାପ୍ୟ ପାଉନାହାନ୍ତି । ସମ୍ପୃକ୍ତ ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ଏଥିପାଇଁ କଠୋର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ଏହା ଶିକ୍ଷାବିତ୍‍ ମହଲରେ ଆଲୋଡନ ସୃଷ୍ଟି କରିଛି ।

ଏଭଳି ଏକ ବିଚିତ୍ର ଅବସ୍ଥା ଭୋଗୁଛନ୍ତି ୨୦୧୬-୧୭ ବର୍ଷରେ ଢେଙ୍କାନାଳ ସ୍ୱୟଂଶାସିତ କଲେଜର ତକ୍ରାଳୀନ ଅଧ୍ୟକ୍ଷା । ଛାତ୍ର ସଂସଦର ନିର୍ବାଚିତ ପ୍ରତିନିଧିମାନଙ୍କ ନିଷ୍ପତ୍ତି କ୍ରମେ ସେ ବର୍ଷ ଜାନୁୟାରୀ ୧୭ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସଂସଦର ବାର୍ଷିକ ଉତ୍ସବକୁ ମୁଖ୍ୟ ଅତିଥିକରି ଡକାଯାଇଥିଲା । ଯେଉଁ ସମୟରେ ଏହି ନିଷ୍ପତ୍ତି ନିଆଗଲା ସେତେବେଳେ ପଞ୍ଚାୟତ ନିର୍ବାଚନ ଲାଗି ଆଦର୍ଶ ଆଚରଣ ବିଧି ଘୋଷଣା କରାଯାଇନଥିଲା । ତେବେ ଉତ୍ସବ ପୂର୍ବରୁ ଆଚରଣବିଧି ଲାଗୁ ହେବାରୁ ଅଧ୍ୟକ୍ଷା ମୁଖ୍ୟ ଅତିଥି ଭାବେ କୌଣସି ରାଜନୈତିକ ନେତାଙ୍କୁ ନଡାକିବାପାଇଁ ଅଡି ବସିଥିଲେ ।

ଏଭଳି ସ୍ଥିତିରେ କଲେଜରେ ତୀବ୍ର ଛାତ୍ର ଆନ୍ଦୋଳନ ସୃଷ୍ଟି ହୋଇଥିଲା ଏବଂ ଅଧ୍ୟକ୍ଷାଙ୍କୁ ପ୍ରାୟ ଚାରିଘଣ୍ଟା ଧରି ଦପ୍ତର ମଧ୍ୟରେ ଆନ୍ଦୋଳନକାରୀ ଛାତ୍ରଛାତ୍ରୀମାନେ ତାଲା ପକାଇ ରଖିଥିଲେ । ଢେଙ୍କାନାଳ ଏକ ସହରାଞ୍ଚଳ ହୋଇଥିବାରୁ ସେଠାରେ ଛାତ୍ର ସଂସଦ ଉତ୍ସବରେ ମନ୍ତ୍ରୀ ଯୋଗଦେବା ଆଚରଣବିଧିର ଉଲ୍ଲଙ୍ଘନ କରିବନାହିଁ ବୋଲି ଜିଲ୍ଲା ପ୍ରଶାସନର ଅଧିକାରୀମାନେ ଆନ୍ଦୋଳନରତ ଛାତ୍ରଛାତ୍ରୀମାନଙ୍କୁ କହିବାରୁ ଅଧ୍ୟକ୍ଷା ବାଧ୍ୟହୋଇ ଏହି ଉତ୍ସବ ପାଇଁ ଅନୁମତି ଦେଇଥିଲେ ଏବଂ ପ୍ରଶାସନର ନିର୍ଦ୍ଦେଶକ୍ରମେ ସମସ୍ତଙ୍କ ଭାଷଣର ଭିଡିଓ ରେକର୍ଡିଂ ମଧ୍ୟ ହୋଇଥିଲା ।

କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ତାଙ୍କ ଭାଷଣରେ ନିଯୁକ୍ତି ଓ ବିକାଶ ସମ୍ପର୍କରେ କେତେକ ବକ୍ତବ୍ୟ ଦେଇଥିବାରୁ ତାହା ନିର୍ବାଚନ ଆଚରଣବିଧିର ଉଲ୍ଲଙ୍ଘନ କରୁଛି ବୋଲି ଅଭିଯୋଗ ଆଣି ଅଧ୍ୟକ୍ଷାଙ୍କ ବିରୁଦ୍ଧରେ ସରକାର ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛନ୍ତି । ଏଠାରେ ଉଲ୍ଲେଖନୀୟ ଯେ ଏହି କାର୍ଯ୍ୟକ୍ରମ ସଂକ୍ରାନ୍ତରେ ସେ ଜିଲ୍ଲା ପ୍ରଶାସନ ଓ ଏସ୍‍ପିଙ୍କୁ ମଧ୍ୟ ପୂର୍ବରୁ ଅବହିତ କରାଇଥିଲେ ।

ଚାକିରିକାଳ ମଧ୍ୟରେ ଜଣେ ଭଲ ଅଧ୍ୟାପିକା ଅଧ୍ୟକ୍ଷା ହିସାବରେ ଛାତ୍ରଛାତ୍ରୀ ଓ ସହକର୍ମୀଙ୍କ ମଧ୍ୟରେ ବେଶ୍‍ ଆଦରଣୀୟା ହୋଇଥିବା ଏହି ଅଧ୍ୟକ୍ଷା ଚାକିରିରୁ ଅବସର ନେବାର ଇତି ମଧ୍ୟରେ ଦୁଇବର୍ଷ ହୋଇଗଲାଣି । ତେବେ ତାଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନର ଆଳ ଦେଖାଇ ତାଙ୍କୁ ପେନ୍‍ସନ୍‍ କିମ୍ବା ଅନ୍ୟ କୌଣସି ଅବସରକାଳୀନ ପ୍ରାପ୍ୟ କର୍ତ୍ତୃପକ୍ଷ ଦେଉନାହାନ୍ତି । ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି ଯେ ଯେଉଁ ନେତାଙ୍କ ଭାଷଣ ଆଚରଣବିଧି ଉଲ୍ଲଙ୍ଘନ କରିଛି ବୋଲି କୁହାଯାଉଛି ତାଙ୍କ ବିରୁଦ୍ଧରେ ଜିଲ୍ଲା କିମ୍ବା ରାଜ୍ୟ ନିର୍ବାଚନ ଅଧିକାରୀ କିଛି କାର୍ଯ୍ୟାନୁଷ୍ଠାନ ନେଇନାହାନ୍ତି । ଏ ପରିପ୍ରେକ୍ଷୀରେ ଛାତ୍ରଛାତ୍ରୀଙ୍କ ଚାପରେ ବିଶ୍ୱବିଦ୍ୟାଳୟ ଓ କଲେଜମାନଙ୍କରେ ଯେଉଁଠି ନେତାମାନଙ୍କୁ ଅତିଥିକରି ଡକାଯାଉଛି ସେମାନେ ମାପି ଚୁପି ପଦକ୍ଷେପ ନେବାକୁ ପଡୁଛି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020