ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ସମବାୟ ନିର୍ଦ୍ଦେଶାଳୟର ମିଶ୍ରଣ

ରାଜ୍ୟ ସରକାରଙ୍କ ପକ୍ଷରୁ ନିଆଯାଇଥିବା ୫‘ଟି’ ପଦକ୍ଷେପ ପରିପ୍ରେକ୍ଷୀରେ ସମବାୟ ବିଭାଗ ଅନ୍ତର୍ଗତ ପାଞ୍ଚଗୋଟି ନିର୍ଦ୍ଦେଶାଳୟକୁ ବିଭାଗ ସହିତ ଏକୀକରଣ କରାଯାଇଛି । ସମବାୟ ବିଭାଗ ପକ୍ଷରୁ ଏ ଦିଗରେ ଦିଆଯାଇଥିବା ପ୍ରସ୍ତାବକୁ ଖାଦ୍ୟଯୋଗାଣ ଓ ଖାଉଟି କଲ୍ୟାଣ, ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଅନୁମୋଦନ କରିବା ପରେ ଏ ସଂକ୍ରାନ୍ତରେ ବିଭାଗ ପକ୍ଷରୁ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି ।

ପ୍ରକାଶିତ ବିଜ୍ଞପ୍ତି ଅନୁଯାୟୀ ରେଜିଷ୍ଟ୍ରାର୍‌ ଅଫ୍‌ କୋଅପରେଟିଭ୍‌ ସୋସାଇଟି, ଅଡିଟର ଜେନେରାଲ୍‌ କୋଅପରେଟିଭ୍‌ ସୋସାଇଟି, ଡାଇରେକେଫାରେଟ୍‌ ଅଫ୍‌ ଏଗ୍ରିକଲଚରାଲ୍‌ ମାର୍କେଟିଂ, କୋଅପରେଟିଭ୍‌ ଟ୍ରିବୁ୍ୟନାଲ୍‌ ଏବଂ ଷ୍ଟେଟ୍‌ କୋଅପରେଟିଭ୍‌ ଇଲେକ୍‌ସନ୍‌ କମିଶନ ନିର୍ଦ୍ଦେଶାଳୟକୁ ସମବାୟ ବିଭାଗ ସହିତ ଏକୀକରଣ କରାଯାଇଛି । ଏଣିକି ଓସ୍ୱାସ୍‌ ମାଧ୍ୟମରେ ସବୁ ଫାଇଲ୍‌ ପ୍ରେରଣ କାର୍ଯ୍ୟ କରାଯିବ । ତେବେ ଏହି ମିଶ୍ରଣ ପରେ ନିର୍ଦ୍ଦେଶାଳୟଗୁଡ଼ିକ ପୂର୍ବ ସ୍ଥାନରେ ଥିବା କାର୍ଯାଳୟରୁ କାର୍ଯ୍ୟକରିବେ ।

ସୂଚନାଯୋଗ୍ୟ ଯେ ବର୍ତ୍ତମାନ ରେଜିଷ୍ଟ୍ରାର କୋଅପରେଟିଭ୍‌ ସୋସାଇଟି ଏବଂ ଡାଇରେକେଫାରେଟ୍‌ ଅଫ୍‌ ଏଗ୍ରିକଲଚରାଲ୍‌ ମାର୍କେଟିଂ ବିଭାଗୀୟ ମୁଖ୍ୟ କାର୍ଯ୍ୟାଳୟରେ କାର୍ଯ୍ୟ କରୁଥିବାବେଳେ ଅଡିଟର ଜେନେରାଲ୍‌ କୋଅପରେଟିଭ୍‌ ସୋସାଇଟିଜ୍‌, ତୋଷାଳୀ ପ୍ଲାଜାଠାରେ, କୋଅପରେଟିଭ୍‌ ଟ୍ରିବୁ୍ୟନାଲ୍‌, ଖାରବେଳ ନଗରଠାରେ ନିଜସ୍ୱ ଭବନରେ ଏବଂ ଷ୍ଟେଟ୍‌ କୋଅପରେଟିଭ୍‌ ଇଲେକ୍‌ସନ୍‌ କମିଶନ ବରମୁଣ୍ଡାସ୍ଥିତ ଓଡ଼ିଶା ରାଜ୍ୟ କୃଷି ବିପଣନ ପରିଷଦ କାର୍ଯ୍ୟାଳୟ ପରିସରରେ କାର୍ଯ୍ୟକରୁଛି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019