ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ପିଆଜ ବିକିଲା କଂଗ୍ରେସ


ପିଆଜ ଦରବୃଦ୍ଧି ପ୍ରତିବାଦରେ ଆଜି ଭୁବନେଶ୍ୱର ଜିଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ନେତୃତ୍ୱରେ କଂଗ୍ରେସ ଭବନଠାରୁ ଆରମ୍ଭ କରି ରାଜମହଲ ଛକ ପର୍ଯ୍ୟନ୍ତ ୪୦ଟଙ୍କା ଦରରେ କଂଗ୍ରେସ ପିଆଜ ବିକ୍ରି କରିଛି । ଦଳର ଏଭଳି ପ୍ରତିବାଦ ଶୋଭାଯାତ୍ରାରେ ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସହିତ ନିଖିଳ ଭାରତ କଂଗ୍ରେସ କମିଟିର ଯୁଗ୍ମସଂପାଦ ଆଦିତ୍ୟ ଶର୍ମା ଯୋଗଦେଇଥିଲେ ।

ଶସ୍ତାରେ ପିଆଜ ମିଳୁଥିବା ହେତୁ ବହୁ କ୍ରେତା ଲମ୍ବା ଲାଇନ ଲଗାଇ ପିଆଜ କିଣୁଥିଲେ । ଦୁଃଖ ଏବଂ ପରିତାପର ବିଷୟ ଭାରତ ସରକାର ୫୨ ହଜାର ମେଟ୍ରିକ ଟନ ପିଆଜକୁ ଗୋଦାମ ଘରେ ସାଇତି ରଖିଥିଲେ କିନ୍ତୁ ତନ୍ମଧ୍ୟରୁ ୨୬ ହଜାର ମେଟ୍ରିକ ଟନ ପିଆଜ ନଷ୍ଟ ବା ପଚିଷଢ଼ି ଯିବାର ଖବର ଖୋଦ କେନ୍ଦ୍ର ଖାଦ୍ୟ ଯୋଗାଣ ମନ୍ତ୍ରୀ ପ୍ରକାଶ କରିଛନ୍ତି । ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଅଛେଦିନ ଆସୁଥିବା ଯେଉଁ ବାର୍ତା ଦେଇଥିଲେ ତାହା କିଭଳି ଏକ ଭଲଦିନ ଆସି ପଂହଚିଛି ଯେତେବେଳେ କି ସାଧାରଣ ଗରୀବ ପଖାଳଖିଆ ମଣିଷ ଥାଳିରୁ ପିଆଜ ପାଖୁଡ଼ା ମଧ୍ୟ ଉଭାନ ହୋଇଯାଇଛି ।

ସରକାରଙ୍କ ପ୍ରୟୋଜିତ ଷଡ଼ଯନ୍ତ୍ର ଯୋଗୁଁ ପିଆଜ ବେପାରୀମାନେ ହଜାର ହଜାର କୋଟି ଟଙ୍କାର ମୁନାଫା କମାଇଲେ କିନ୍ତୁ ସାଧାରଣ ଗରୀବ ଖଟିଖିଆ ମଣିଷ ପକେଟରୁ ଏ ଦିନ ଦ୍ୱିପ୍ରହରେ ପଇସା ଲୁଟିନେଲେ । ବାରମ୍ବାର ଗଣ ମାଧ୍ୟମରେ ବିବୃତି ରଖୁଛନ୍ତି ବିଦେଶରୁ ଆମଦାନୀ କରାଯାଉଛି । ପ୍ରଶ୍ନ ଉଠୁଛି ଦେଶରେ ଆବଶ୍ୟକତା ରୁ ଅଧିକ ପିଆଜ ମହଜୁଦ ଥିବାବେଳେ ବିଦେଶରୁ ଆମଦାନୀ କରିବାର ଆବଶ୍ୟକତା ପଡ଼ିଲା କେଉଁଠୁ । ଦୟାକରି ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମନ୍କିବାତ୍ରେ କହିବେକି?

ଓଡ଼ିଶା ସରକାରଙ୍କ ଯୋଗାଣ ବିଭାଗର ମନ୍ତ୍ରୀ ବିଭିନ୍ନ ସମୟରେ ରାଜ୍ୟ ସରକାରଙ୍କ ତରଫରୁ ସୁଲଭ ମୂଲ୍ୟରେ ପିଆଜ ଯୋଗାଇ ଦେଉଥିବାର ଡିଣ୍ଡିମ ପିଟୁଥିବାବେଳେ ପ୍ରକୃତରେ କୌଣସୀ ଠାରେ ପିଆଜ ମିଳୁନାହିଁ । ଏ ରାଜ୍ୟ ସରକାର ୨୦ବର୍ଷ ଭିତରେ ପିଆଜ ଏବଂ ଆଳୁ ଉତ୍ପାଦନର ବିକାଶ ପାଇଁ ମିଶନ ଗଠନ କରି ରାଜ୍ୟ ରାଜକୋଷରୁ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରି କୃଷକମାନଙ୍କୁ ରାହତ୍ ଦେବାବଦଳରେ ରାଜ୍ୟ ରାଜକୋଷକୁ ଲୁଟ୍ କରିବାର ମସୁଧାକୁ କଂଗ୍ରେସ କଡ଼ା ସମାଲୋଚନା କରିଛି ।

ଏହି ପ୍ରତିବାଦ ଶୋଭାଯାତ୍ରାରେ ପିଆଜର ଅହେତୁକ ଦରଦାମ ପ୍ରତିବାଦରେ ଜିଲ୍ଲା କଂଗ୍ରେସ ତରଫରୁ ଏକ ଠେଲା ଗାଡ଼ିରେ ୨କଇଣ୍ଟାଲରୁ ଅଧିକ ପିଆଜ ସର୍ବସାଧାରଣଙ୍କ ପାଇଁ ବିକ୍ରି କରାଯାଇଥିଲା । କଂଗ୍ରେସ ଦଳର ନେତୃବର୍ଗ ଉଭୟ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କୁ ଚେତାଇ ଦେଇ କହିଛନ୍ତି ଯେ ଖୁବଶୀଘ୍ର ସୁଲଭ ମୂଲ୍ୟରେ ପିଆଜ ଲୋକମାନଙ୍କୁ ଯୋଗାଇ ଦିଆଯାଉ ନଚେତ ଆସନ୍ତା ଦିନରେ କଂଗ୍ରେସ ରାଜରାସ୍ତାରେ ପ୍ରତିବାଦ କରିବ ଏବଂ ଏ ସରକାରକୁ ଅଚଳ କରିଦେବ ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019