ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ଟିମ୍‍ ମାଲକାନଗିରିକୁ ଅଭିନନ୍ଦନ


ଲୋକଙ୍କୁ ମୌଳିକ ଭିତ୍ତିଭୂମି ଯୋଗାଣ କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ଟିମ୍‍ ମାଲକାନଗିରିକୁ ନୀତି ଆୟୋଗ ଅଭିନନ୍ଦନ ଜଣାଇଛନ୍ତି । ଫଳରେ ରାଜ୍ୟର ଏହି ପଛୁଆ ଜିଲ୍ଲା ପୁରସ୍କାର ଆକାରରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପ ପାଇଁ ଅଧିକ ଅର୍ଥ ପାଇବ ।

ନୀତି ଆୟୋଗର ମୁଖ୍ୟ କାର୍ଯ୍ୟନିର୍ବାହୀ ରବି କାନ୍ତ୍‍ ଟିମ୍‍ ମାଲକାନଗିରିକୁ ଅଭିନନ୍ଦନ ଜଣାଇବା ସହିତ ଏହି ଆଂକାକ୍ଷୀ ଜିଲ୍ଲା ଯେଭଳି ଅଧିକ ଉନ୍ନତ ପ୍ରଦର୍ଶନ କରିବ ସେଥିପାଇଁ ଅତିରିକ୍ତ ଭାବେ ୩କୋଟି ଟଙ୍କା ମଞ୍ଜୁର କରିଛନ୍ତି । କେବଳ ସେତିକି ନୁହେଁ ମାଲକାନଗିରି ଜିଲ୍ଲାପାଳଙ୍କୁ ତାଙ୍କର ଉନ୍ନତ ପ୍ରଦର୍ଶନ ଲାଗି ‘ଗୁଡ୍‍ ସର୍ଭିସ ଏଣ୍ଟ୍ରି’ ରେ ସାମିଲ ପାଇଁ ଶ୍ରୀ କାନ୍ତ୍‍ ରାଜ୍ୟ ସରକାରଙ୍କୁ ଅନୁରୋଧ କରିଛନ୍ତି । ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ଥିବା ଟିମ୍‍ ମାଲକାନଗିରି ଅନ୍ୟ ଆଂକାକ୍ଷୀ ଜିଲ୍ଲା ଗୁଡିକ ସହିତ ପ୍ରତିଯୋଗୀତା ଭିତ୍ତିରେ ଆଗକୁ ଯିବାପାଇଁ କାର୍ଯ୍ୟ କରୁଛନ୍ତି ।

ସର୍ବନିମ୍ନ ମୌଳିକ ଭିତ୍ତିଭୂମି ମଧ୍ୟରେ ସରକାର ପ୍ରାଧାନ୍ୟ ଦେଉଥିବା ପାନୀୟଜଳ, ବିଦ୍ୟୁତ୍‍, ସଡକ ସଂଯୋଗ ଆଦି ରହିଛି । ଶ୍ରୀ ଅଗ୍ରୱାଲ ମାଓ ଅଧ୍ୟୁଷିତ ମାଲକାନଗିରିର ଜିଲ୍ଲାପାଳ ଦାୟିତ୍ୱ ନେବାପରେ ବିଭିନ୍ନ ଦୂର ଦୂରାନ୍ତ ଅଞ୍ଚଳକୁ ଯାଇ ସେଠାରେ ମୌଳିକ ଭିତ୍ତିଭୂମିର ଅନୁଧ୍ୟାନ କରିବା ସହିତ ଲୋକଙ୍କ ଆବଶ୍ୟକତା ଅନୁଯାୟୀ ଉପଲବ୍ଧ କରୁଛନ୍ତି । ନୀତି ଆୟୋଗ ପକ୍ଷରୁ ବ୍ୟକ୍ତିଗତ ଶୌଚାଳୟ, ପାନୀୟଜଳ, ବିଦ୍ୟୁତ୍‍ ଓ ସଡକ ସଂଯୋଗ ସହିତ ୮ଟି ଗୁରୁତ୍ୱପୂର୍ଣ୍ଣ ଡାଟା-ପଏଣ୍ଟକୁ ଚିହ୍ନଟ କରାଯାଇଛି । ବିଭିନ୍ନ ପଞ୍ଚାୟତରେ ଇଣ୍ଟରନେଟ୍‍ ସଂଯୋଗ ଓ ଜନସେବାକେନ୍ଦ୍ର ସ୍ଥାପନକୁ ଜିଲ୍ଲା ପ୍ରଶାସନ ଅନୁଧ୍ୟାନ କରୁଛି ।

ସରକାର ଶତ ପ୍ରତିଶତ ଜିଲ୍ଲାରେ ବିଜୁଳି ସଂଯୋଗ ଯୋଗାଇ ଦେଇଥିବାବେଳେ ବର୍ତ୍ତମାନ ଏହି ଜିଲ୍ଲାରେ ପ୍ରତ୍ୟେକ ପରିବାରକୁ ବିଜୁଳି ଯୋଗାଣ ଉପରେ ଗୁରୁତ୍ୱ ଦିଆଯାଉଛି । ବିଜୁଳି ସଂଯୋଗ ସହିତ ପାନୀୟଜଳ ଓ ସଡକ ସଂଯୋଗକୁ ମଧ୍ୟ ସରକାର ଅଗ୍ରାଧିକାର ଦେଉଛନ୍ତି । ବିଭିନ୍ନ ଯୋଜନାରେ ସର୍ବନିମ୍ନ ମୌଳିକ ସୁବିଧା ଯୋଗାଯାଇ ପାରିଲେ ଲୋକଙ୍କ ଜୀବନଧାରଣ ମାନରେ ଉନ୍ନତି ଆସିପାରିବ ।

ମାଲକାନଗିରି ଜିଲ୍ଲା ପ୍ରଶାସନ ଏବେ ବିଭିନ୍ନ ବିକାଶମୂଳକ ପ୍ରକଳ୍ପ ଲାଗି ଆକ୍ସନପ୍ଲାନ ପ୍ରସ୍ତୁତ କରୁଛନ୍ତି । ଏଥିପାଇଁ ରାଜ୍ୟ ସରକାର ଏବଂ କେନ୍ଦ୍ରୀୟ ପ୍ରଭାରୀ ଅଫିସରମାନଙ୍କ ସହିତ ଯୋଗାଯୋଗ କରାଯାଉଛି । ଜିଲ୍ଲା ପ୍ରଶାସନକୁ ସହାୟତା ପାଇଁ ଆର୍ଥିକ ବ୍ୟାପାର ବିଭାଗ ପକ୍ଷରୁ ଏଡିବି, ୟୁଏନ୍‍ଡିପିର ବିଶେଷଜ୍ଞମାନଙ୍କୁ ନେଇ ଏକ ଟିମ୍‍ ମୁତୟନ କରାଯାଇଛି । କେନ୍ଦ୍ରୀୟ ସଚିବମାନଙ୍କୁ ନେଇ ଗଠିତ କ୍ଷମତାପ୍ରାପ୍ତ କମିଟିର ବିଚାର ନିମନ୍ତେ ଟିମ୍‍ ମାଲକାନଗିରି ଏବେ ଏଡିବି ଓ ୟୁନିଡିପି ବିଶେଷଜ୍ଞଙ୍କ ସହାୟତାରେ ପ୍ରକଳ୍ପ ରିପୋର୍ଟ ପ୍ରସ୍ତୁତ କରୁଛନ୍ତି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019