ପାଞ୍ଚଜଣ ବରିଷ୍ଠ ଡାକ୍ତରଙ୍କୁ ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି  ଡାକ୍ତର ବିଜୟ କୁମାର ମହାପାତ୍ର ହେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ  କଳାହାଣ୍ଡି ସିଡିଏମ୍‍ଓ ଡାକ୍ତର ବନଲତା ଦେବୀ ହେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ  ଗଞ୍ଜାମ ସିଡିଏମ୍‍ଓ ଡାକ୍ତର ବିଜୟ କୁମାର ପାଣିଗ୍ରାହୀଙ୍କୁ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି  ଡାକ୍ତର ଦୀନବନ୍ଧୁ ପଣ୍ଡା ହେଲେ ରାଉରକେଲା ଆରସିଏଚ୍‍ ନିର୍ଦ୍ଦେଶକ  ଡାକ୍ତର ପ୍ରଦୀପ କୁମାର ମହାପାତ୍ର ହେଲେ ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକ  

ଅନ୍‍ଲାଇନ୍‍ରେ କର୍ମଚାରୀଙ୍କ ପେନ୍‍ସନ


ସରକାରୀ କର୍ମଚାରୀମାନେ ପେନ୍‍ସନ ପାଇଁ ଏଣିକି ଅନ୍‍ଲାଇନ୍‍ରେ ଆବେଦନ କରିବେ । ସେମାନଙ୍କ ପେନ୍‍ସନ ସଂକ୍ରାନ୍ତୀୟ ନଥି ବି ରାଜ୍ୟ ସରକାରର ବିଭିନ୍ନ ଦପ୍ତର ସମେତ ଆକାଉଣ୍ଟାଣ୍ଟ ଜେନେରାଲ (ଏଜି)ଙ୍କ କାର୍ଯ୍ୟାଳୟକୁ ଅନ୍‍ଲାଇନ୍‍ରେ ପଠାଯିବ । ଏଥିପାଇଁ ସ୍ୱତନ୍ତ୍ର ଭାବେ ଇଣ୍ଟିଗ୍ରେଟେଡ ଫିନାନସିଆଲ ମ୍ୟାନେଜମେଣ୍ଟ ସିଷ୍ଟମ (ଆଇଏଫ୍‍ଏମ୍‍ଏସ୍‍) ନାମରେ ଏକ ସ୍ୱତନ୍ତ୍ର ସଫ୍ଟୱର ପ୍ରସ୍ତୁତ ହୋଇଛି ।

ଏହି ନୂତନ ବ୍ୟବସ୍ଥାର କାର୍ଯ୍ୟକାରିତା ସଂକ୍ରାନ୍ତରେ ସାଧାରଣ ପ୍ରଶାସନ ଓ ଅଭିଯୋଗ ବ୍ୟାପାର ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜିବ ଚୋପ୍ରା ସମସ୍ତ ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ଶାସନ ସଚିବ, ବିଭାଗୀୟ ମୁଖ୍ୟ, ସମସ୍ତ ଜିଲ୍ଲାପାଳ ଡିଡିଓମାନଙ୍କୁ ଜଣାଇଛନ୍ତି । ଏହା ଫଳରେ ଅବସରଗ୍ରହଣ କରିବା ଦିନ ହିଁ କର୍ମଚାରୀମାନଙ୍କ ପେନ୍‍ସନ ମଞ୍ଜୁରୀ ମିଳିପାରିବ । ଉକ୍ତ ବ୍ୟବସ୍ଥା ୨୦୨୦ ମାର୍ଚ୍ଚ ୩୧ ତାରିଖରୁ କାର୍ଯ୍ୟକାରୀ ହେବ ।

ଏଠାରେ ଉଲ୍ଲେଖନୀୟ ଯେ କର୍ମଚାରୀମାନେ ସରକାରଙ୍କ ଠାରୁ ନେଉଥିବା ବିଭିନ୍ନ ଋଣ ଓ ଅଗ୍ରୀମ ଲାଗି ପୂର୍ବରୁ ହ୍ୟୁମାନ ରିସୋର୍ସ ମ୍ୟାନେଜମେଣ୍ଟ ସିଷ୍ଟମ (ଏଚ୍‍ଆରଏମ୍‍ଏସ୍‍) ନାମରେ ଅନ୍ୟଏକ ସଫ୍ଟୱର ସୃଷ୍ଟି ହୋଇଛି । ଋଣ ଓ ଅଗ୍ରୀମ ପାଇଁ କର୍ମଚାରୀମାନେ ଏହି ସଫ୍ଟୱର ମାଧ୍ୟମରେ ଆବେଦନ କରିପାରିବେ ଏବଂ ତଳୁ ଉପର ପର୍ଯ୍ୟନ୍ତ ବିଭିନ୍ନ ଦପ୍ତର ଏମିତିକି ଆକାଉଣ୍ଟାଣ୍ଟ ଜେନେରାଲଙ୍କ ପର୍ଯ୍ୟନ୍ତ ସମସ୍ତେ ଏହି ସଫ୍ଟୱେର ମାଧ୍ୟମରେ ଋଣ ଓ ଅଗ୍ରୀମ ଆବେଦନ ଉପରେ ନିଷ୍ପତ୍ତି ନେବେ ।

ବହୁ କ୍ଷେତ୍ରରେ କର୍ମଚାରୀମାନେ ନେଉଥିବା ଋଣ ଓ ଅଗ୍ରୀମ ଏବଂ ସେମାନଙ୍କ ଉପରେ ଥିବା ସରକାରୀ ପ୍ରାପ୍ୟ ଠିକଣା ଭାବେ ସର୍ଭିସ ବହି, ପେ ରୋଲ୍‍ ଆଦିରେ ଦର୍ଶାଯାଉନଥିବାରୁ ବିଭିନ୍ନ ସ୍ଥାନକୁ ବଦଳି ପରେ ଅବସର ଗ୍ରହଣ କରୁଥିବା କର୍ମଚାରୀଙ୍କ ପେନ୍‍ସନ ମିଳିବାରେ ବିଳମ୍ବ ହୋଇଥାଏ । ତେବେ ଆଇଏଫ୍‍ଏମ୍‍ଏସ୍‍ ସହିତ ଏଚ୍‍ଆରଏମ୍‍ଏସ୍‍ ଯୋଡିହୋଇ ଯିବା ଫଳରେ କର୍ମଚାରୀମାନଙ୍କ ଇ-ସର୍ଭିସ ବୁକ୍‍ ଓ ଇ- ପେ ରୋଲ୍‍ରେ ସେମାନଙ୍କ ଋଣ, ଅଗ୍ରୀମ ଓ ଅନ୍ୟାନ୍ୟ ସରକାରୀ ଦେୟ ସଂକ୍ରାନ୍ତୀୟ ସର୍ବଶେଷ ତଥ୍ୟ ରହିବ । କେବେ ଋଣ ଓ ଅଗ୍ରୀମ ନେଇଥିଲେ ଓ ସେଥିରୁ କେତେ ପରିଶୋଧ କଲେ ତାହାର ବିବରଣୀ ଏହି ସଫ୍ଟୱରରେ ରହିବ ।

ଏ ପରିପ୍ରେକ୍ଷୀରେ ଆସନ୍ତା ଜାନୁୟାରୀ ପହିଲା ପରଠାରୁ କେବଳ ଏଚ୍‍ଆରଏମ୍‍ଏସ୍‍ ମାଧ୍ୟମରେ ସରକାରୀ କର୍ମଚାରୀମାନେ ଋଣ ଓ ଅଗ୍ରୀମ ପାଇଁ ବିଭାଗୀୟ କର୍ତ୍ତୃପକ୍ଷଙ୍କ ନିକଟରେ ଆବେଦନ କରିପାରିବେ । ଯେଉଁ କ୍ଷେତ୍ରରେ ସମ୍ପୃକ୍ତ କର୍ମଚାରୀ ଅନ୍‍ ଲାଇନ୍‍ରେ ଋଣ, ଅଗ୍ରିମ କିମ୍ବା ପେନ୍‍ସନ ପାଇଁ ଆବେଦନ ନକରି ଫର୍ମପୂରଣ କରିଦେବେ ତାହା ଆଉ ଧାର୍ଯ୍ୟ ତାରିଖ ପରେ ଗ୍ରହଣ କରାଯିବ ନାହିଁ ବୋଲି ସୂଚନା ମିଳିଛି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020