ସଚିବାଳୟ ମାର୍ଗର ନାମ ପରିବର୍ତ୍ତନ  ନୂଆ ନାମ ହେଲା ଲୋକସେବା ମାର୍ଗ  ସଚିବାଳୟର ନାମ ଲୋକସେବା ଭବନ ହେବାପରେ ରାସ୍ତାର ନାମ ବି ବଦଳିଲା  ଏଜି ଛକରୁ ଆଚାର୍ଯ୍ୟ ବିହାର ରାସ୍ତାର ନାମ ଏଣିକି ଲୋକସେବା ମାର୍ଗ  

ରାଜସ୍ୱ ଅବିବୃଦ୍ଧି ୯ ପ୍ରତିଶତ

ଚଳିତ ଆର୍ଥିକ ବର୍ଷ ଅକ୍ଟୋବର ଶେଷସୁଦ୍ଧା ଓଡ଼ିଶାର ରାଜସ୍ୱ ସଂଗ୍ରହରେ ୯ ପ୍ରତିଶତ ଅବିବୃଦ୍ଧି ଘଟିଛି । ଆଜି ମୁଖ୍ୟ ଶାସନ ସଚିବ ଅସିତ୍ ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଚିବସ୍ତରୀୟ ବୈଠକର ଅଲୋଚନାରୁ ଏହି ସୂଚନା ମିଳିଛି ।

ବିଭିନ୍ନ ବିଭାଗର ଆର୍ଥିକ ପରି•ଳନା କାର୍ଯ୍ୟ ସମୀକ୍ଷା କରି ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ ବଜେଟ୍ ବିନିଯୋଗକୁ ତ୍ୱରାନ୍ୱିତ କରି ଡ଼ିସେମ୍ବର ମାସ ଶେଷସୁଦ୍ଧା ଅତିକମରେ ଆବଣ୍ଟିତ ଅର୍ଥର ୬୦% ବିନିଯୋଗ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ମୁଖ୍ୟ ଶାସନ ସଚିବ ଶ୍ରୀ ତ୍ରିପାଠୀ କହିଥିଲେ ଯେ ବର୍ତମାନ ବିଭିନ୍ନ ଆନ୍ତର୍ଜାତିକ ସଂସ୍ଥାମାନେ ଓଡ଼ିଶାକୁ ଏକ ପ୍ରଗତିଶୀଳ ଓ କର୍ମଚଞ୍ଚଳ ରାଜ୍ୟଭାବେ ପ୍ରଶଂସା କରୁଥିବାରୁ ଏହାକୁ ଏକ ଉତମ ମାନର ଅନୁଶାସିତ ରାଜ୍ୟରେ ପରିଣତ କରିବା ପାଇଁ ସରକାରୀ ବିଭାଗମାନେ ଆଗଭର ହୁଅନ୍ତୁ । ତ୍ୱରିତ ଓ ସଠିକ୍ ସେବା ଯୋଗାଣ ମାଧ୍ୟମରେ ଏହା ସମ୍ଭବ ହେବ ।

ଅଧିକରୁ ଅଧିକ ସରକାରଙ୍କଠାରୁ ନାଗରିକ ଓ ବ୍ୟବସାୟ ସଂସ୍ଥା ମାନଙ୍କୁ ଯୋଗାଯାଉଥିବା ସେବାକୁ ଅନଲାଇନ୍ କରିବା ପାଇଁ ଶ୍ରୀ ତ୍ରିପାଠୀ ବିଭାଗମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ । ଓରସାକ୍ ଦ୍ୱାରା ପ୍ରସ୍ତୁତ କରାଯାଇଥିବା ଓଡ଼ିଶା-୪ କେ-ଜିଓ ପୋର୍ଟାଲରେ ସମସ୍ତ ସାଧାରଣ ସଂପତି ବିବରଣୀ ଅପଲୋଡ କରିବା ପାଇଁ ଉନ୍ନୟନ କମିଶନର ସୁରେନ୍ଦ୍ର ଚନ୍ଦ୍ର ମହାପାତ୍ର ପରାମର୍ଶ ଦେଇଥିଲେ ।

ଏହା ଫଳରେ ସେଗୁଡିକର ଅଗ୍ରଗତି ଅନୁଧ୍ୟାନ ଏବଂ ରକ୍ଷଣାବେକ୍ଷଣ ସଠିକ୍ ସମୟରେ କରାଯାଇ ପାରିବ ବୋଲି ଶ୍ରୀ ମହାପାତ୍ର କହିଥିଲେ । ଏହି ବୈଠକରେ ଅର୍ଥ ବିଭାଗ ପ୍ରମୁଖ ଶାସନ ସଚିବ ଅଶୋକ କୁମାର ମୀନା ଅକ୍ଟୋବର ମାସ ଶେଷସୁଦ୍ଧା ରାଜସ୍ୱ ସଂଗ୍ରହ ଓ ବଜେଟ୍ ବିନିଯୋଗ ସମ୍ବନ୍ଧିତ ବିଷୟବସ୍ତୁ ଆଲୋଚନା ପାଇଁ ଉପସ୍ଥାପନ କରିଥିଲେ ।

ଶ୍ରୀ ମୀନା ଜଣାଇଥିଲେ ଯେ ବିଭାଗମାନଙ୍କ ଦ୍ୱାରା ବିଭିନ୍ନ ବ୍ୟାଙ୍କ୍ ରେ ଫଣ୍ଡିଂ- ପାର୍କିଂ ସମସ୍ୟା କ୍ଷେତ୍ରରେ ଉଲ୍ଲେଖନୀୟ ଅଗ୍ରଗତି ହୋଇଛି । ବର୍ତମାନ ବିଭାଗ ମାନଙ୍କର ପ୍ରକୃତ ଖର୍ଚ୍ଚ ସାଧାରଣ ଟ୍ରେଜେରୀ ପୋର୍ଟାଲ୍ ରେ ପ୍ରତିଫଳିତ ହେଉଛି ଯାହାକି ନଗଦ କାରବାର ସ୍ଥିତିର ପରି•ଳନାରେ ବିଶେଷ ସହାୟକ ହେବ ।

ସୂଚନା ଅନୁଯାୟୀ ଚଳିତ ଆର୍ଥିକ ବର୍ଷ ଅକ୍ଟୋବର ଶେଷସୁଦ୍ଧା ପ୍ରାୟ ୭୩୯୯ କୋଟି ଟଙ୍କା ଅଣ-ଟିକସ ରାଜସ୍ୱ ବାବଦରେ ସଂଗ୍ରହ ହୋଇ ଏ କ୍ଷେତ୍ରରେ ୧୨.୨୪ % ଅବିବୃଦ୍ଧି ଘଟିଛି । ଖଣି ରାଜସ୍ୱ ଆଦାୟରେ ପ୍ରାୟ ୧୧ % ଏବଂ ଜଳଟିକସ ବାବଦରେ ପ୍ରାୟ ୪୬ % ଅବିବୃଦ୍ଧି ଘଟିଛି । ସେହିପରି ନିଜସ୍ୱ -ଟିକସ୍ କ୍ଷେତ୍ରରେ ମଧ୍ୟ ୭.୫୬ % ବୃଦ୍ଧି ଘଟିଛି ।

ଗତ ଆର୍ଥିକ ବର୍ଷ ଅକ୍ଟୋବର ଶେଷସୁଦ୍ଧା ନିଜସ୍ୱ-ଟିକସ୍ ବାବଦରେ ୨୨,୮୭୧ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ଚଳିତ ବର୍ଷ ସେପ୍ଟେମ୍ବର ସୁଦ୍ଧା ୨୪୯୦୯ କୋଟି ଟଙ୍କା ଆଦାୟ ହୋଇଛି । ସମତାଳରେ ବଜେଟ୍ ବିନିଯୋଗରେ ମଧ୍ୟ ପ୍ରାୟ ୧୬% ଅବିବୃଦ୍ଧି ଘଟିଛି । ଗତ ଆର୍ଥିକ ବର୍ଷ ଅକ୍ଟୋବର ମାସ ଶେଷସୁଦ୍ଧା ବିଭିନ୍ନ ବିଭାଗମାନେ ୫୨,୫୨୫ କୋଟି ଟଙ୍କା ବିନିଯୋଗ କରିଥିବା ବେଳେ ଚଳିତ ବର୍ଷ ଏହି ବିନିଯୋଗ ୬୦,୪୪୮ କୋଟି ଟଙ୍କା ଅତିକ୍ରମ କରିଛି ।

ବୈଠ ବିଭିନ୍ନ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ, ପ୍ରମୁଖ ଶାସନ ସଚିବ, ଶାସନ ସଚିବ ଏବଂ ସ୍ୱତନ୍ତ୍ର ଶାସନ ସଚିବମାନେ ବୈଠକ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019