ଗୋଟିଏ ଦିନରେ କରୋନାରେ ରେକର୍ଡ ୧୩ ମୃତ  ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୨୭୨  ଗଞ୍ଜାମରେ ସର୍ବାଧିକ ୬ଜଣ ମୃତ  ୪୬ହଜାର ଛୁଇଁଲା କରୋନା ଆକ୍ରାନ୍ତଙ୍କ ତାଲିକା  ଗୋଟିଏ ଦିନର ୨୯ ଜିଲ୍ଲାରୁ ୧୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭  ଖୋରଧାରେ ସର୍ବାଧିକ ୩୪୨ ଆକ୍ରାନ୍ତ ଚିହ୍ନଟ  ଗଞ୍ଜାମରେ ୨୨୨, କଟକରେ ୧୭୭, ସୁନ୍ଦରଗଡରେ ୧୨୬ ଓ ନୟାଗଡରେ ୧୦୬ ଚିହ୍ନଟ  

ଛାତ୍ରଛାତ୍ରୀଙ୍କ ପାଇଁ ପାନୀୟ ଜଳ


ଓଡ଼ିଶାରେ ଶିଶୁମାନଙ୍କ ମଧ୍ୟରେ ଯେଉଁ ପୁଷ୍ଟିହୀନତା ଓ ରକ୍ତହୀନତା ଦେଖାଦେଉଛି ତାହା କେବଳ ପୁଷ୍ଟିକର ଖାଦ୍ୟର ଅଭାବ ଯୋଗୁ ନୁହେଁ ପିଲାମାନେ ଠିକଣା ସମୟରେ ପର୍ଯ୍ୟାପ୍ତ ପରିମାଣର ବିଶୁଦ୍ଧ ପାନୀୟ ଜଳ ପିଉନଥିବାରୁ ଏହି ସମସ୍ୟା ସହିତ ଅନେକ ରୋଗବ୍ୟାଧି ଦେଖାଦେଉଛି ।

କେରଳ ସରକାର ଏହି ଗମ୍ଭୀର ସମସ୍ୟାକୁ ଗୁରୁତର ସହ ଗ୍ରହଣ କରି ବିଦ୍ୟାଳୟଗୁଡ଼ିକରେ ନିୟମିତ ବ୍ୟବଧାନରେ ପାଣି ପିଇବାର ବ୍ୟବସ୍ଥା କରିଛନ୍ତି । ଏଥିଲାଗି ସ୍ୱତନ୍ତ୍ର ଭାବେ ଘଣ୍ଟି ବାଜୁଛି ଏବଂ ଶିକ୍ଷକମାନଙ୍କ ଉପସ୍ଥିତିରେ ପିଲାମାନେ ଗିଲାସ ଭର୍ତ୍ତିକରି ପାଣି ପିଉଛନ୍ତି । ଅନେକ ବିଦ୍ୟାଳୟରେ ବିଶୁଦ୍ଧ ପାନୀୟ ଜଳ ସହିତ ଷ୍ଟିଲ୍‍ ଗ୍ଲାସ ଯୋଗାଇ ଦିଆଯାଉଛି । ଏବେ କେରଳର ଏହି ମଡେଲକୁ ଅନେକ ରାଜ୍ୟ ଅନୁଧ୍ୟାନ କରୁଛନ୍ତି । ଓଡ଼ିଶାରେ ଅନୁରୂପ କାର୍ଯ୍ୟକ୍ରମ ଚଳାଇବାକୁ ଦାବି ଉଠିଲାଣି ।

ରାଜ୍ୟ ବାଳିକା ଓ ମହିଳା ନୀତିରେ ସରକାର ଯେଉଁ ପରିସଂଖ୍ୟାନ ଦେଇଛନ୍ତି ତଦନୁଯାୟୀ ରାଜ୍ୟର ୬୫ ପ୍ରତିଶତ ଶିଶୁ ରକ୍ତହୀନତା ଓ ୩୪.୪ ପ୍ରତିଶତ ଶିଶୁ ପୁଷ୍ଟିହୀନତାରେ ପୀଡ଼ିତ । ଏହି ସମସ୍ୟାକୁ ଆଖି ଆଗରେ ରଖି ଗର୍ଭବତୀ ମା’ମାନଙ୍କୁ ପୁଷ୍ଟିକର ଖାଦ୍ୟ ଯୋଗଯାଉଛି । ଏହାଛଡ଼ା ଅଙ୍ଗନବାଡ଼ିର ଶିଶୁମାନଙ୍କୁ ଓ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ମଧ୍ୟାହ୍ନ ଭୋଜନ ଦିଆଯାଉଛି । ଏହାଫଳରେ ପୁଷ୍ଟିହୀନତା ବହୁ ମାତ୍ରାରେ ହ୍ରାସ ପାଇବ ବୋଲି ଆଶା କରାଯାଉଛି ।

ଇତିମଧ୍ୟରେ କେନ୍ଦ୍ର ସରକାର ନୂଆ ଶିକ୍ଷାନୀତି ପ୍ରଣୟନ ପାଇଁ ଚିଠା ପ୍ରସ୍ତୁତ କରିଛନ୍ତି । ଏହି ଚିଠା ନୀତି ଅନୁମୋଦିତ ହେଲେ ୩ ବଷରୁ ପିଲାମାନେ ସ୍କୁଲ ଯିବାକୁ ପଡ଼ିବ । ବିଦ୍ୟାଳୟରେ ଏହି ଛୋଟ ପିଲାମାନଙ୍କ ଲାଗି ପୁଷ୍ଟିକର ଜଳଖିଆ ବ୍ୟବସ୍ଥା ଲାଗି ଚିଠା ଶିକ୍ଷାନୀତିରେ କୁହାଯାଇଛି ।

କେରଳରେ ଶିଶୁମାନଙ୍କ ମଧ୍ୟରେ ରକ୍ତହୀନତା ଓ ପୁଷ୍ଟିହୀନତା ହାର ଢେର୍‍ କମ୍‍ । ତେଣୁ ସେଠାରେ ଶିଶୁ ମୃତ୍ୟୁହାର ଆମ ଦେଶର ବିଭିନ୍ନ ରାଜ୍ୟ ତୁଳନାରେ ବହୁତ କମ୍‍ ରହୁଛି । କେରଳ ସରକାର ବିଦ୍ୟାଳୟ ଭିତରେ ଓ ବାହାରେ ଥିବା ଶିଶୁମାନଙ୍କ ସ୍ୱାସ୍ଥ୍ୟ ରକ୍ଷା ଲାଗି ବେଶ୍‍ ଦାୟିତ୍ୱବାନ୍‍ । ଇତିମଧ୍ୟରେ କରାଯାଇଥିବା ବିଭିନ୍ନ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ପରୀକ୍ଷା ନିରୀକ୍ଷାରୁ ଜଣାପଡ଼ିଛି ଯେ ପୁଷ୍ଟିକର ଖାଦ୍ୟ ଦିଆଯାଉଥିବା ସତ୍ତେ୍ୱ ମଧ୍ୟ ଅନେକ ପିଲାଙ୍କର ଦୁର୍ବଳ ସ୍ୱାସ୍ଥ୍ୟ ରହିବାର ଅନ୍ୟତମ କାରଣ ହେଉଛି ପର୍ଯ୍ୟାପ୍ତ ପରିମାଣର ବିଶୁଦ୍ଧ ପାନୀୟ ଜଳ ସେବନ ନ କରିବା ।

ଏହି ସମସ୍ୟା ଜଣାପଡ଼ିବା ପରେ କେରଳର କେତେକ ବିଦ୍ୟାଳୟରେ ପିଲାମାନଙ୍କୁ ନିର୍ଦ୍ଦିଷ୍ଟ ବ୍ୟବଧାନରେ ପାନୀୟ ଜଳ ପିଆଇବା ବ୍ୟବସ୍ଥା ହୋଇଛି । ଏହି ପିଲାମାନଙ୍କ ଉପରେ କରାଯାଇଥିବା ଅନୁଧ୍ୟାନରୁ ଜଣାପଡ଼ିଛି ଯେ ଆବଶ୍ୟକ ପରିମାଣର ପାଣି ବିଦ୍ୟାଳୟରେ ପିଉଥିବା ପିଲାମାନଙ୍କର ସ୍ୱାସ୍ଥ୍ୟ ପାଣି ପିଉନଥିବା ପିଲାମାନଙ୍କର ଠାରୁ ଢେର୍‍ ଭଲ ।

ବିଦ୍ୟାଳୟରେ ପାଣି ପିଇବା ଅଭ୍ୟାସ ହୋଇଯିବା ପରେ ଏହି ପିଲାମାନେ ଘରେ ବି ଆବଶ୍ୟକ ପରିମାଣର ପାଣି ପିଉଛନ୍ତି । କାଳେ କେଉଁ ପିଲା କମ୍‍ ପାଣି ପିଇବ ତାହାକୁ ଆଖି ଆଗରେ ରଖି ଶ୍ରେଣୀ ଗୃହରେ ଶିକ୍ଷକମାନଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପାଣି ପିଇବା ଘଣ୍ଟା ବାଜିବା ପରେ ପାଣି ପିଆଯାଉଛି । ଏଥିପାଇଁ ପ୍ରତ୍ୟେକ ପିଲାଙ୍କ ନିକଟରେ ସ୍ୱତନ୍ତ୍ର ଭାବେ ପାଣି ବୋତଲ ଓ ପାଣି ମାପକ ଗିଲାସ ବ୍ୟବସ୍ଥା କରାଯାଇଛି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020