ପାଞ୍ଚଜଣ ବରିଷ୍ଠ ଡାକ୍ତରଙ୍କୁ ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି  ଡାକ୍ତର ବିଜୟ କୁମାର ମହାପାତ୍ର ହେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ  କଳାହାଣ୍ଡି ସିଡିଏମ୍‍ଓ ଡାକ୍ତର ବନଲତା ଦେବୀ ହେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ  ଗଞ୍ଜାମ ସିଡିଏମ୍‍ଓ ଡାକ୍ତର ବିଜୟ କୁମାର ପାଣିଗ୍ରାହୀଙ୍କୁ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି  ଡାକ୍ତର ଦୀନବନ୍ଧୁ ପଣ୍ଡା ହେଲେ ରାଉରକେଲା ଆରସିଏଚ୍‍ ନିର୍ଦ୍ଦେଶକ  ଡାକ୍ତର ପ୍ରଦୀପ କୁମାର ମହାପାତ୍ର ହେଲେ ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକ  

ସିବିଆଇ ତଦନ୍ତ ପାଇଁ ରାଜ୍ୟପାଳଙ୍କ ଦ୍ୱାରସ୍ଥ

ସ୍ମୀତାରାଣି ମୃତ୍ୟୁ ଘଟଣା ସିବିଆଇ ତଦନ୍ତ ପାଇଁ ଆଜି ବିରୋଧି ଦଳ ନେତା ପ୍ରଦୀପ୍ତ କୁମାର ନାଏକଙ୍କ ନେତୃତ୍ୱରେ ବିଜେପିର ବିଧାୟକ ଦଳ ରାଜ୍ୟପାଲଙ୍କୁ ଭେଟି ହସ୍ତକ୍ଷେପ ଲୋଡିଛନ୍ତି ।

ରାଜ୍ୟପାଳଙ୍କୁ ଭେଟିବା ଅବସରରେ ଶ୍ରୀ ନାୟକ କହିଛନ୍ତି ଯେ ସ୍ମିତାରାଣୀ ହତ୍ୟା ଓ ଦୁର୍ଷ୍କମକୁ ଏକ ଆତ୍ମହତ୍ୟାର ରୂପ ଦେବା ପାଇଁ ଚାଲିଥିବା ସରକାରୀ ଷଡଯନ୍ତ୍ର ବିରୋଧରେ ବିଜେପି ବିଧାୟକ ମାନେ ବିଧାନସଭାରେ ଆଲୋଚନା କରିବା ପାଇଁ ଚାହୁଁଥିଲେ । ଯେଉଁ ଷଡଯନ୍ତ୍ରକୁ ରୁପେଶ ଭଦ୍ର ଓ ବିଜେଡିର ନେତା ମାନେ ଆରମ୍ଭ କରିଥିଲେ, ତାକୁ ଜିଲ୍ଲା ଏସପି, ମହିଳା କମିଶନ ଅଧ୍ୟକ୍ଷା ପରବର୍ତୀ ସମୟରେ ଆହୁରି ଆଗକୁ ନେଲେ ପରେ ରାଜ୍ୟ ସରକାରଙ୍କର ମନ୍ତ୍ରୀ ବି ସେଥିରେ ସାମିଲ ହେଲେ ।

ଘଟଣାର ନିରପେକ୍ଷ ତଦନ୍ତ ପାଇଁ ଏହି ଘଟଣାର ତଦନ୍ତ ଭାର ସିବିଆଇକୁ ହସ୍ତାନ୍ତର କରାଯାଉ ଏହି ଦାବିରେ ବିଜେପି ବିଧାୟକ ମାନେ ଗତ ୩ ଦିନ ହେଲାଣି ନିରବ ପ୍ରତିବାଦ କରି ଆସୁଥିଲେ । ହେଲେ ବଡ ଆଶ୍ଚର୍ଯ୍ୟର କଥା ବିରୋଧି ଦଳର ବିନା ଅନୁପସ୍ଥିତିରେ ବାଚସ୍ପତି ଗୃହ ଚଲାଇ ଆସୁଛନ୍ତି । ବାଚସ୍ପତି ଶାସକ ଦଳର ସମର୍ଥନରେ ପକ୍ଷପାତିତା କରୁଥିବାରୁ ଏବଂ ମୁଖ୍ୟ ବିରୋଧି ଦଳକୁ ଗୃହରେ କହିବା ପାଇଁ ସୁଯୋଗ ଦେଉନଥିବାରୁ ଆଜି ରାଜ୍ୟପାଲ ହସ୍ତକ୍ଷେପ ଲୋଡିଛନ୍ତି ।

ବିରୋଧିଦଳ ନେତା କହିଛନ୍ତି ଯେ, ମୃତ ସ୍ମୀତାରାଣିଙ୍କର ବାପା କହିଛନ୍ତି ସେ ଥାନାରେ ଏଫଆଇର ଦେବା ବେଳେ ଜଣେ ପୋଲିସ ଅଧିକାରି ତାଙ୍କୁ ଝିଅ ଆତ୍ମହତ୍ୟା କରିଛି ବୋଲି ଲେଖିବା ପାଇଁ ବାଧ୍ୟ କରିଥିଲେ । ସେହିପରି ପୋଷ୍ଟମର୍ଟମ ରିପୋର୍ଟରେ ଆତ୍ମହତ୍ୟା ଜନିତ ମୃତ୍ୟୁ ବୋଲି କେବେ ବି ଲେଖାଯାଇ ନଥାଏ । ହେଲେ ନିଜେ ମନ୍ତ୍ରୀ ବିଧାନସଭାରେ ଏହାକୁ ଆତ୍ମହତ୍ୟା ବୋଲି କହିଲେ, ସେ ତାହା କେଉଁ ସୁତ୍ରରୁ ଜାଣିଲେ ।

ଆମେ ଏହି ଘଟଣା ଉପରେ ଆଲୋଚନା ପାଇଁ ବିଧାନସଭାରେ ମୋସନ ଆଣିବା ପାଇଁ ଚାହିଁଥିଲୁ । ହେଲେ ବାଚସ୍ପତି ଆମର ଦାବିକୁ ଗ୍ରହଣ କଲେ ନାହିଁ । ସଂଖ୍ୟା ଦୃଷ୍ଟିରୁ ମୁଖ୍ୟ ବିରୋଧୀ ଦଳ ବିଜେପିର ମୋସନ ଉପରେ ଆଲୋଚନା ପାଇଁ ଗୃହକୁ ସୁଯୋଗ ଦେବା ସଂସଦିୟ ପରମ୍ପରା । ସ୍ୱାଭାବିକ ଭାବେ ବିଜେପିକୁ ବାଚସ୍ପତି ଗୃହରେ ପ୍ରସଙ୍ଗ ରଖିବା ପାଇଁ ଦେବା କଥା । ଯାହା ବାଚସ୍ପତି କଲେ ନାହିଁ ।

ବିଜେପି ବିଧାୟକମାନେ ଏହା ବିରୋଧରେ ଗତ ୩ ଦିନ ଧରି ଗାନ୍ଧୀ ମୃତି ପାଖେ ନିରବ ପ୍ରତିବାଦ କରିଆସୁଥିଲେ । ହେଲେ ବାଚସ୍ପତି ଏବେ ସୁଦ୍ଧା ମୋସନ ଆଣି ଆଲୋଚନା କରିବା ପାଇଁ ଚାହିଁଲେ ନାହିଁ । ରାଜ୍ୟର ସାମ୍ବିଧାନିକ ମୁଖ୍ୟ ଭାବେ ରାଜ୍ୟପାଳ ମହୋଦୟ ବାଚସ୍ପତିଙ୍କୁ ଏହି ମର୍ମରେ ନିର୍ଦ୍ଦେଶ ଦେବା ପାଇଁ ଅନୁରୋଧ କରିଛୁ ।

ବାଚସ୍ପତି ଚାହୁଁ ନାହାନ୍ତି ସ୍ଥୀତାରାଣିଙ୍କର ହତ୍ୟା ବିଷୟ ଗୃହରେ ରେକର୍ଡ ହେଉ । ସରକାରଙ୍କୁ ବଂଚାଇବା ପାଇଁ ସେ ବିରୋଧି ଦଳର ନେତାଙ୍କୁ ଗୃହରେ କହିବା ପାଇଁ ଦେଉନାହାନ୍ତି । ଯେଉଁ ଦିନ ବିଧାନସଭା ଆରମ୍ଭ ହେଲା ସେଦିନ ବାଚସ୍ପତି ବିରୋଧୀ ଦଳର ନେତାଙ୍କୁ ଠିଆ ହୋଇ କହୁଥିବାବେଳେ ବି ଦେଖିପାରିଲେ ନାହିଁ ଯାହାପାଇଁ ପରେ ସେ କ୍ଷମା ମାଗିଲେ ।

ସେହିପରି ଆଜିବି ବିରୋଧି ଦଳର ନେତା କହୁଥିବାବେଳେ ବାଚସ୍ପତି ଗୃହକୁ ମୁଲତବି କଲେ । ବାଚସ୍ପତିଙ୍କର ଏହି ଅନ୍ୟାୟ ଚଳିବ ନାହିଁ । ବିଜେପିର ବିଧାୟକମାନେ ସ୍ମୀତାରାଣି ପ୍ରସଙ୍ଗ, ଧାନକିଣା ଅନିୟମିତତା ଆଦି ପ୍ରସଙ୍ଗରେ ଗୃହରେ ସରକାରଙ୍କୁ କାଠଗଡାରେ ଠିଆ କରାଇବେ ବୋଲି ଶ୍ରୀ ନାଏକ କହିଛନ୍ତି । ରାଜ୍ୟପାଳଙ୍କୁ ଭେଟିବା ବେଳେ ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ, ମୁଖ୍ୟ ସଚେତକ ମୋହନ ମାଝୀଙ୍କ ସମେତ ସମସ୍ତ ବିଜେପି ବିଧାୟକ ଏବଂ ବିଧାୟିକା ପ୍ରମୁଖ ଉପସ୍ଥିତ ଥିଲେ ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020