ଗୋଟିଏ ଦିନରେ କରୋନାରେ ରେକର୍ଡ ୧୩ ମୃତ  ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୨୭୨  ଗଞ୍ଜାମରେ ସର୍ବାଧିକ ୬ଜଣ ମୃତ  ୪୬ହଜାର ଛୁଇଁଲା କରୋନା ଆକ୍ରାନ୍ତଙ୍କ ତାଲିକା  ଗୋଟିଏ ଦିନର ୨୯ ଜିଲ୍ଲାରୁ ୧୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭  ଖୋରଧାରେ ସର୍ବାଧିକ ୩୪୨ ଆକ୍ରାନ୍ତ ଚିହ୍ନଟ  ଗଞ୍ଜାମରେ ୨୨୨, କଟକରେ ୧୭୭, ସୁନ୍ଦରଗଡରେ ୧୨୬ ଓ ନୟାଗଡରେ ୧୦୬ ଚିହ୍ନଟ  

ନୋଟିସ୍‍ ଦେଇ ପାରିଲାନି ବିଜେପି


ବହୁ ଚର୍ଚ୍ଚିତ ସ୍ମିତାରାଣୀ ମୃତ୍ୟୁ ପ୍ରସଙ୍ଗରେ ବିଜେପି ବିଧାନସଭାରେ ଠିକଣା ଭାବେ ନୋଟିସ୍‍ ଦେଇ ପାରିଲା ନାହିଁ । ଏଥିଯୋଗୁଁ ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ର କଂଗ୍ରେସ ଦେଇଥିବା ମୁଲତବି ପ୍ରସ୍ତାବକୁ ଗ୍ରହଣ କରିବା ସହିତ ଏହା ଉପରେ ଆଲୋଚନା ପାଇଁ ଅନୁମତି ଦେଇଥିଲେ ।

ଆଜି କଂଗ୍ରେସ ପକ୍ଷରୁ ଦିଆଯାଇଥିବା ମୁଲତବି ପ୍ରସ୍ତାବ ଆଲୋଚନା ସମୟରେ ବିଜେପି ସଦସ୍ୟମାନେ ଦେଇଥିବା ମୋସନ କାହିଁକି ଗହଣ କରାଗଲା ନାହିଁ ପ୍ରଶ୍ନ କରିବାରୁ ବାଚସ୍ପତି କହିଥିଲେ ଯେ ଗତକାଲି ସର୍ବଦଳୀୟ ବୈଠକରେ ବିଜେପି ଗତ ୧୧ ତାରିଖରେ ଦେଇଥିବା ମୁଲତବି ପ୍ରସ୍ତାବ ଓ ୧୩ ତାରିଖରେ ପୂର୍ବାହ୍ନ ଓ ଅପରାହ୍ନରେ ଏକା ପ୍ରସଙ୍ଗରେ ବିରୋଧିଦଳ ନେତା ଦେଇଥିବା ମୋସନ ନୋଟିସ୍‍ ଉପରେ ଆଲୋଚନା ହୋଇଥିଲା ।

ପୁଙ୍ଖାନୁପୁଙ୍ଖ ଆଲୋଚନା ପରେ ଉପରୋକ୍ତ ବିଷୟକୁ ମୁଲତବି ପ୍ରସ୍ତାବ ଆକାରରେ ଆଲୋଚନା ପାଇଁ ବହୁମତ ପ୍ରକାଶ ପାଇଥିଲା ଏବଂ ବିରୋଧିଦଳ ନେତା ଓ ବିଜେପି ବିଧାୟକଦଳର ମୁଖ୍ୟ ସଚେତକଙ୍କୁ ଆଲୋଚନାରେ ସହଯୋଗ ପାଇଁ ଅନୁରୋଧ କରାଯାଇଥିଲା । କିନ୍ତୁ ଗତକାଲି ସଂଧ୍ୟାରେ ବିଜେପି ଦେଇଥିବା ମୁଲତବି ପ୍ରସ୍ତାବଟିକୁ ବାତିଲ ପାଇଁ ଦଳର ମୁଖ୍ୟ ସଚେତକ ଲିଖିତ ଭାବେ ବାଚସ୍ପତିଙ୍କୁ ଜଣାଇଥିଲେ ।

ତେବେ ଓଡିଶା ବିଧାନସଭାର କାର୍ଯ୍ୟବିଧି ଓ କାର୍ଯ୍ୟ ପରିଚାଳନା ବ୍ୟବସ୍ଥା ଅନୁଯାୟୀ ବିରୋଧିଦଳ ନେତାଙ୍କ ଦ୍ୱାରା ଗତକାଲି ପୂର୍ବାହ୍ନରେ ଦିଆଯାଇଥିବା ମୋସନ ସଂକ୍ରାନ୍ତୀୟ ନୋଟିସ୍‍ଟି ଉପଯୁକ୍ତ ଆକାରରେ ପ୍ରସ୍ତାବିତ ହୋଇନଥିବା ବାଚସ୍ପତି ଗୃହରେ ଅବଗତ କରିଥିଲେ । ସେହିଭଳି ଗତକାଲି ଅପରାହ୍ନରେ ବିରୋଧିଦଳ ନେତାଙ୍କ ଠାରୁ ମିଳିଥିବା ମୋସନ ସଂକ୍ରାନ୍ତୀୟ ନୋଟିସ୍‍ଟି ମଧ୍ୟ ଉପଯୁକ୍ତ ଆକାରରେ ପ୍ରସ୍ତାବିତ ହୋଇନାହିଁ ।

ଆଜି ସକାଳେ ବିଜେପି ବିଧାୟକଦଳ ତରଫରୁ ଆଉ କୌଣସି ମୁଲତବି ପ୍ରସ୍ତାବ ଦିଆଯାଇ ନଥିଲା । ଫଳରେ କଂଗ୍ରେସ ବିଧାୟକଦଳ ନେତାଙ୍କ ତରଫରୁ ମିଳିଥିବା ଦୁଇଗୋଟିଏ ନୋଟିସ୍‍ ମଧ୍ୟରୁ ‘ରହସ୍ୟ ଘେରରେ ଲେଡି ଭିଏଲ୍‍ଡବ୍ଲ୍ୟୁ ସ୍ମିତାରାଣୀ ଆତ୍ମହତ୍ୟା ପ୍ରସଙ୍ଗ: ତଦନ୍ତକରି ସତ୍ୟ ଉନ୍ମୋଚନ ପାଇଁ ପ୍ରଶାସନ ଓ ପୁଲିସ୍‍ର ଆନ୍ତରିକତା ନାହିଁ’ ସମ୍ପର୍କିତ ମୁଲତବୀ ପ୍ରସ୍ତାବଟିକୁ ଆଲୋଚନା ପାଇଁ ଅନୁମତି ଦିଆଯାଇଥିବା ଶ୍ରୀ ପାତ୍ର କହିଥିଲେ ।

ତେବେ ଆଜି ମୁଲତବି ପ୍ରସ୍ତାବ ଉପରେ ଆଲୋଚନା ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ବିଜେପି ସଦସ୍ୟମାନେ ଗୃହ ମଧ୍ୟଭାଗରେ ହଟ୍ଟଗୋଳ କରିବା ସହିତ ବାଚସ୍ପତିଙ୍କ ପୋଡିୟମ ଉପରକୁ ଚଢିବାକୁ ଚେଷ୍ଟା କରୁଥିବା ଲକ୍ଷ୍ୟ କରାଯାଇଥିଲା । ହଟଗୋଳ ମଧ୍ୟରେ କଂଗ୍ରେସଦଳ ନେତା ନରସିଂହ ମିଶ୍ର, ସୁରେଶ କୁମାର ରାଉତରାୟ, ସନ୍ତୋଷସିଂହ ସାଲୁଜା, ଅଧିରାଜ ପାଣିଗ୍ରାହୀ ଓ ତାରା ପ୍ରସାଦ ବାହିନିପତି ପ୍ରମୁଖ କହିଥିବାବେଳେ ଧ୍ୟାନଆର୍ଷକାରୀ ପ୍ରସ୍ତାବ ଉପରେ ଅମର ପ୍ରସାଦ ଶତପଥୀ, ପ୍ରଫୁଲ ସାମଲ, ପ୍ରମିଳା ମଲିକ ପ୍ରମୁଖ ମତ ରଖିଥିଲେ । ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଉତ୍ତର ରଖିବାପରେ ମୁଲତବି ପ୍ରସ୍ତାବଟି ଅଗ୍ରାହ୍ୟ ହୋଇଯାଇଥିଲା । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020