ଗୋଟିଏ ଦିନରେ କରୋନାରେ ରେକର୍ଡ ୧୩ ମୃତ  ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୨୭୨  ଗଞ୍ଜାମରେ ସର୍ବାଧିକ ୬ଜଣ ମୃତ  ୪୬ହଜାର ଛୁଇଁଲା କରୋନା ଆକ୍ରାନ୍ତଙ୍କ ତାଲିକା  ଗୋଟିଏ ଦିନର ୨୯ ଜିଲ୍ଲାରୁ ୧୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭  ଖୋରଧାରେ ସର୍ବାଧିକ ୩୪୨ ଆକ୍ରାନ୍ତ ଚିହ୍ନଟ  ଗଞ୍ଜାମରେ ୨୨୨, କଟକରେ ୧୭୭, ସୁନ୍ଦରଗଡରେ ୧୨୬ ଓ ନୟାଗଡରେ ୧୦୬ ଚିହ୍ନଟ  

ଯୁଦ୍ଧକାଳୀନ ଭିତ୍ତିରେ ବିଜୁଳି ଯୋଗାଣ


ବାତ୍ୟା ବୁଲ୍‍ବୁଲ୍‍ ପ୍ରଭାବରେ ଉପକୂଳ ଜିଲ୍ଲାର ପ୍ରାୟ ୧୬ ଲକ୍ଷ ବିଦ୍ୟୁତ୍‍ ଗ୍ରାହକ ପ୍ରଭାବିତ ହୋଇଥିବାବେଳେ ଯୁଦ୍ଧକାଳୀନ ଭିତ୍ତିରେ ଏହାର ମରାମତି ଚାଲିଛି । ଶକ୍ତି ସଚିବ ବିଷ୍ଣୁ ପଦ ସେଠୀ ବିଦ୍ୟୁତ୍‍ ବିଭାଗର ଟିମ୍‍ ସହିତ ମରାମତି କାର୍ଯ୍ୟର ଅନୁଧ୍ୟାନ ଚଳାଇଥିବାବେଳେ ବର୍ତ୍ତମାନସୁଦ୍ଧା ପ୍ରମୁଖ ବିଦ୍ୟୁତ୍‍ ଲାଇନ୍‍ ଗୁଡିକର ମରାମତି ହୋଇ ସାରିଲାଣି ।

ଓଡିଶା ଉପକୂଳରେ ସ୍ଥଳଭାଗ ଛୁଇଁ ନଥିଲେ ମଧ୍ୟ ୯ ତାରିଖ ଦିନ ବାତ୍ୟା ଅତିକ୍ରମ କରିବା ସମୟରେ କେନ୍ଦ୍ରାପଡା, ଜଗତ୍‍ସିଂହପୁର, ବାଳେଶ୍ୱର ଏବଂ ଭଦ୍ରକ ଜିଲ୍ଲାରେ ଏହାର ପ୍ରଭାବ ପଡିଥିଲା । ୬୦ରୁ ୭୦ କିଲୋମିଟର ବେଗରେ ପବନ ବହିବା ଦ୍ୱାରା ସେସୁ ଅଧିନରେ ଥିବା କେନ୍ଦ୍ରାପଡା ଓ ଜଗତ୍‍ସିଂହପୁର ଏବଂ ନେସ୍କୋ ଅଧିନର ଥିବା ମଞ୍ଜୁରଭଞ୍ଜ, ଯାଜପୁର, ଭଦ୍ରକ, କେନ୍ଦୁଝର ଏବଂ ବାଲେଶ୍ୱର ଜିଲ୍ଲାର ପ୍ରାୟ ୧୬ ଲକ୍ଷ ବିଜୁଳି ଗ୍ରାହକ କ୍ଷତିଗ୍ରସ୍ତ ହୋଇଛନ୍ତି ।

ବର୍ତ୍ତମାନ ସୁଦ୍ଧା ପ୍ରାୟ ୨ଲକ୍ଷ ୨୫ହଜାର ଗ୍ରାହକଙ୍କ ବିଜୁଳି ଲାଇନ୍‍କୁ ସଜଡା ଯିବା ସହିତ ସେମାନଙ୍କ ଘରକୁ ବିଜୁଳି ଯୋଗାଯାଇ ସାରିଲାଣି । ଆଜି ସଂଧ୍ୟା ସୁଦ୍ଧା ସେସୁ ଅଧିନରେ ଥିବା କେନ୍ଦ୍ରାପଡା ଓ ଜଗତ୍‍ସିଂହପୁର ଜିଲ୍ଲାର ୭୦ ହଜାର ଏବଂ ନେସ୍କୋ ଅଧିନରେ ଥିବା ମୟୁରଭଞ୍ଜ, ଯାଜପୁର, ଭଦ୍ରକ, ଏବା ବାଲେଶ୍ୱର ଜିଲ୍ଲାର କିଛି ଅଂଶରେ ଥିବା ୬୦ହଜାର ଗ୍ରାହକଙ୍କୁ ବିଜୁଳି ଯୋଗାଇ ଦିଆଯିବ ।

ଏହିସବୁ ଅଞ୍ଚଳକୁ ଅଧିକ ସଂଖ୍ୟାରେ ଯନ୍ତ୍ରପାତି ସହିତ ଲୋକବଳ ପଠାଯାଇଛି । ଆସନ୍ତା କାଲି ସଂଧ୍ୟା ସୁଦ୍ଧା ଆଉ ୯୫ହଜାର ଗ୍ରାହକଙ୍କୁ ବିଜୁଳି ଯୋଗାଇ ଦେବାର ଲକ୍ଷ୍ୟ ରହିଛି । ନେସ୍କୋ ଇଲାକରେ ବିଜୁଳି ଯୋଗାଣ ଲାଗି ୪୮ଟି ଟିମ୍‍ ମୁତୟନ କରାଯାଇଥିବାବେଳେ ସେସୁ ଅଞ୍ଚଳରେ ୩୦ଟି ଟିମ୍‍ କାମରେ ଲାଗିଛନ୍ତି । ଏମାନେ ସବ୍‍ଷ୍ଟେସନ ଗୁଡିକୁ ମରାମତି କରିବା ସହିତ ଲୋକଙ୍କ ଘରକୁ ବିଜୁଳି ଯୋଗାଇ ଦେଉଛନ୍ତି । ସେସୁ ଓ ନେସ୍କୋର ବରିଷ୍ଠ ଅଧିକାରୀଙ୍କ ସମେତ କ୍ଷେତ୍ର ସ୍ତରୀୟ ଅଧିକାରୀମାନେ କାର୍ଯ୍ୟର ତଦାରଖ କରୁଛନ୍ତି ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020