ପାଞ୍ଚଜଣ ବରିଷ୍ଠ ଡାକ୍ତରଙ୍କୁ ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି  ଡାକ୍ତର ବିଜୟ କୁମାର ମହାପାତ୍ର ହେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ  କଳାହାଣ୍ଡି ସିଡିଏମ୍‍ଓ ଡାକ୍ତର ବନଲତା ଦେବୀ ହେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ  ଗଞ୍ଜାମ ସିଡିଏମ୍‍ଓ ଡାକ୍ତର ବିଜୟ କୁମାର ପାଣିଗ୍ରାହୀଙ୍କୁ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି  ଡାକ୍ତର ଦୀନବନ୍ଧୁ ପଣ୍ଡା ହେଲେ ରାଉରକେଲା ଆରସିଏଚ୍‍ ନିର୍ଦ୍ଦେଶକ  ଡାକ୍ତର ପ୍ରଦୀପ କୁମାର ମହାପାତ୍ର ହେଲେ ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକ  

ମଦୁଆଙ୍କୁ ମହଲତ ମିଳିବନି


ମଦୁଆ ଗାଡିଚାଳକମାନଙ୍କ ଲାଗି ସରକାର ଦେଇଥିବା ମହଲତ କାମ କରିବନାହିଁ । କେବଳ ମଦୁଆ ନୁହେଁ, ବିନା ହେଲମେଟ ଓ ସିଟ୍‍ବେଲ୍ଟ ଏବଂ ଦ୍ରୁତ ଗତିରେ ଗାଡି ଚଳାଉଥିବା ଲୋକଙ୍କୁ ବି ଛଡାଯିବ ନାହିଁ । ସେମାନଙ୍କୁ କଡା କଡି ଯାଞ୍ଚ କରାଯିବ ବୋଲି ରାଜ୍ୟ ବାଣିଜ୍ୟ ଓ ପରିବହନ ସଚିବ ଜି.ଶ୍ରୀନିବାସ ଆଜି ସ୍ପଷ୍ଟ କରିଦେଇଛନ୍ତି ।

ନୂତନ ପରିବହନ ଆଇନ୍‍ର କାର୍ଯ୍ୟକାରିତା ନେଇ ଅନୁଷ୍ଠିତ ଉଚ୍ଚସ୍ତରୀୟ ବୈଠକ ପରେ ଶ୍ରୀ ଶ୍ରୀନିବାସ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ଲାଇସେନ୍ସ, ବୀମା ଓ ପ୍ରଦୂଷଣ ଯାଞ୍ଚକୁ ତିନି ମାସ ପାଇଁ କୋହଳ କରାଯାଇଛି । ଏହି ସମୟ ମଧ୍ୟରେ ଗାଡି ମାଲିକମାନେ ନିଜ ନିଜର କାଗଜପତ୍ର ଠିକ୍‍ କରିନେବା ଆବଶ୍ୟକ । ଏହାପରେ କିନ୍ତୁ କୌଣସି ଢିଲା ଦିଆଯିବ ନାହିଁ ।

ଲୋକେ ଯେଭଳି ସହଜରେ ଲାଇସେନ୍ସ କରିପାରିବେ ସେଥିପାଇଁ ଛୁଟିଦିନ ଗୁଡିକରେ ଆରଟିଓ ଅଫିସ ଖୋଲା ରହିବ । କାମର ଚାପକୁ ଦେଖି ଅଧିକ କର୍ମଚାରୀ ମୁତୟନ ହେବେ । ଏଥି ସହିଦ ଗାଡି ମୋଟର ଗୁଡିକର ପ୍ରଦୂଷଣ ଯାଞ୍ଚ ଲାଗି ଅଧିକ ସଂଖ୍ୟାରେ ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ଖୋଲିବାକୁ ନିଷ୍ପତ୍ତି ହୋଇଛି । ଏହି ଯାଞ୍ଚ କେନ୍ଦ୍ରରେ କେଉଁ ଗାଡି ପାଇଁ କେତେ ଅର୍ଥ ଦେବାକୁ ପଡିବ ତାହାର ତାଲିକା ଲଗାଯିବ ।

ଆରଟିଓ ଅଫିସର ଗୁଡିକରେ ଲୋକେ ଯେଭଳି ଦଲାଲଙ୍କ ହାବୁଡରେ ନପଡନ୍ତି ସେଥିପାଇଁ ପଦକ୍ଷେପ ନେବାକୁ ଆଞ୍ଚଳିକ ପରିବହନ ଅଧିକାରୀମାନଙ୍କୁ କୁହାଯାଇଛି ।

ଉଲ୍ଲେଖନୀୟ ଯେ ଚଳିତମାସ ପହିଲାରୁ ରାଜ୍ୟରେ ନୂତନ ପରିବହନ ଆଇନ୍‍ ଅନୁଯାୟୀ ଗାଡିମୋଟର ଯାଞ୍ଚ ଜୋରଦାର ହେବା ସହିତ ଜୋରିମାନା ଆଦାୟ ହୋଇଥିଲା । ହେଲେ ଏହାକୁ ନେଇ ଅସନ୍ତୋଷ ଦେଖାଦେବା ସହିତ କେତେକ ସ୍ଥାନରେ ଲୋକେ ପୁଲିସ୍‍ ସହିତ ହାତାହାତି ହୋଇଥିଲେ । ପରିସ୍ଥିତିର ଗମ୍ଭୀରତାକୁ ଦେଖି ମୁଖ୍ୟମନ୍ତ୍ରୀ ଯାଞ୍ଚକୁ ତିନିମାସ ପାଇଁ କୋହଳ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020