ଅବସରପ୍ରାପ୍ତ ଆଇଏଏସ ଅଫିସର ସିଟିଏମ ସୁଗୁଣା ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ଶାଖାର ଅବୈତିନକ ସମ୍ପାଦକ ନିଯୁକ୍ତ  ୨ ବର୍ଷ ପାଇଁ ଶ୍ରୀମତୀ ସୁଗୁଣା ରେଡକ୍ରସ ସମ୍ପାଦକ ରହିବେ  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୁଗୁଣାଙ୍କୁ ଦେଲେ ନୂଆ ନିଯୁକ୍ତି  

ଦର ବୃଦ୍ଧି ପାଇଁ ଘେରିଲେ


କ୍ଷୀର ଦର ବଢାଇବା ଦାବିରେ ଦୁଗ୍ଧ ଚାଷୀମାନେ ଆଜି କୃଷି, ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିଭାଗ ମନ୍ତ୍ରୀ ଡଃ ଅରୁଣ ସାହୁଙ୍କୁ ଘେରିଛନ୍ତି । ଗୋ ସମ୍ପଦ ବିକାଶରେ ଉଦ୍ୟୋଗପତିଙ୍କ ଭୂମିକା ଉପରେ କୃଷି ଭବନଠାରେ ଆୟୋଜିତ କର୍ମଶାଳାରେ ଦୁଗ୍ଧଚାଷୀ ମହାସଂଘ ପକ୍ଷରୁ ଏହି ମର୍ମରେ ଏକ ୮ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରାଯାଇଛି ।

ଏହି ସ୍ମାରକପତ୍ରରେ ଓଡ଼ିଶାର ୧୧ଲକ୍ଷ ଦୁଗ୍ଧଚାଷୀ ମାନଙ୍କର ସମସ୍ୟା ନେଇ ମନ୍ତ୍ରୀ ଓ ଅଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରାଯାଇଛି । ମହାସଂଘ ପକ୍ଷରୁ କୁହାଯାଇଛି ଯେ ଦୁଗ୍ଧ ଚାଷୀମାନଙ୍କର ଦାବି ପ୍ରତି ସମ୍ବେଦନଶୀଳ ହୋଇ ରାଜ୍ୟ ସରକାର ଲିଟର ପିଛା ସର୍ବନିମ୍ନ ସହାୟକ ମୂଲ୍ୟ ୩୦ ଟଙ୍କା ଦୁଗ୍ଧଚାଷୀମାନଙ୍କୁ ପ୍ରଦାନ କରନ୍ତୁ ।

ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମଣିଷଙ୍କୁ ମାଗଣା ଚିକିତ୍ସା ମିଳୁଥିବାବେଳେ ଗୋ-ଧନର ଚିକିତ୍ସା ପାଇଁ ସେଭଳି କୌଣସି ବ୍ୟବସ୍ଥା କରାଯାଇନାହିଁ । ଗାଈ ଗୋରୁମାନଙ୍କର ରୋଗ ପାଇଁ ଗୋବର ପରୀକ୍ଷା କଲେ ମଧ୍ୟ ୨୦ ଟଙ୍କା, ରକ୍ତ ପରୀକ୍ଷା ପାଇଁ ୫୦ ଟଙ୍କା, ମୁତ୍ର ପରୀକ୍ଷା ପାଇଁ ୫୦ ଟଙ୍କା ପର୍ଯ୍ୟନ୍ତ ଫିସ୍ ଦେବାକୁ ପଡ଼ୁଛି ।

ତେଣୁ ଗାଈଗୋରୁମାନଙ୍କର ଚିକିତ୍ସା ପାଇଁ ଏକ ସ୍ୱାସ୍ଥ୍ୟବୀମା ଯୋଜନା ପ୍ରଚଳନ କରିବାକୁ ଆମ୍ଭେ ଦାବି କରୁଅଛୁ । ସେହିଭଳି ଅଧିକାଂଶ ସମୟରେ ଗାଈଗୋରୁମାନଙ୍କର ରୋଗ ପାଇଁ ଔଷଧ ମିଳିବା ବହୁ କଷ୍ଟକର ହୋଇପଡୁଛି । ତେଣୁ ପ୍ରତି ବ୍ଲକରେ ଏକ ପଶୁ ଔଷଧାଳୟ ଖୋଲି ମଣିଷମାନଙ୍କ ଭଳି ପଶୁ ଔଷଧ ମଧ୍ୟ ମାଗଣାରେ ପ୍ରଦାନ କରିବା ପାଇଁ ଓଡ଼ିଶା ଦୁଗ୍ଧଚାଷୀ ମହାସଂଘ ଦାବି କରୁଛୁ ।

ଓମଫେଡର ବିଭିନ୍ନ ଦୁଗ୍ଧ ସମବାୟ ସମିତି ଗୁଡ଼ିକ ପ୍ରିୟାପ୍ରୀତି ତୋଷଣ ଓ ଅବସରପ୍ରାପ୍ତ କର୍ମଚାରୀମାନଙ୍କର ଏକ ଥଇଥାନ କେନ୍ଦ୍ରରେ ପରିଣତ ହୋଇଛି । ଏହାସହିତ ବିଭିନ୍ନ ଜିଲ୍ଲା ସମବାୟ ସମିତିରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଛି । କେନ୍ଦ୍ରାପଡ଼ା ଦୁଗ୍ଧ ସମବାୟ ସମିତିରେ ୨୭ଲକ୍ଷ ଟଙ୍କାର ଦୁର୍ନୀତିର ଏକ ନମୂନା ମାତ୍ର ।

ତେଣୁ କେନ୍ଦ୍ରାପଡ଼ା ଜିଲ୍ଲା ଦୁଗ୍ଧ ସମବାୟ ସମିତିର ଭିଜିଲାନ୍ସ ତଦନ୍ତ କରାଯିବା ସହିତ ଓମଫେଡରେ ବିଭିନ୍ନ କର୍ମଚାରୀ ଓ କର୍ମକର୍ତ୍ତାମାନଙ୍କର ସମ୍ପର୍କୀୟମାନଙ୍କୁ ତୁରନ୍ତ ବହିଷ୍କାର କରାଯାଉ ଏବଂ ଅବସରପ୍ରାପ୍ତ କର୍ମଚାରୀମାନଙ୍କ ନିଯୁକ୍ତିକୁ ଉଚ୍ଛେଦ କରାଯାଉ ।

ରାଜ୍ୟର ବିଭିନ୍ନ ଆଇ.ସି.ଡି.ଏସ୍. କେନ୍ଦ୍ର ଓ ସ୍କୁଲ୍ ମାନଙ୍କରେ ପିଲାଙ୍କୁ ମଧ୍ୟାହ୍ନ ଭୋଜନ କାର୍ଯ୍ୟକ୍ରମରେ ସରକାର ପୁଷ୍ଟିକର ଖାଦ୍ୟ ହିସାବରେ ଅଣ୍ଡା ପ୍ରଦାନ କରୁଛନ୍ତି । ସେହିଭଳି ଭାବରେ ଏହି କାର୍ଯ୍ୟକ୍ରମରେ ଦୁଗ୍ଧ ଓ ପନିର ଜାତୀୟ ପୁଷ୍ଟିସାର ଖାଦ୍ୟ ପ୍ରଦାନ ଲାଗି ମହାସଂଘ ଦାବି କରିଛି । ଏହା ଦ୍ୱାରା ଗ୍ରାମାଞ୍ଚଳରେ ଦୁଗ୍ଧ ଚାଷ ବ୍ୟାପକ ପ୍ରସାରଲାଭ କରିବା ସହିତ ଗ୍ରାମ୍ୟ ମହିଳାମାନଙ୍କ ମଧ୍ୟରେ ଓ ଅର୍ଦ୍ଧଶିକ୍ଷିତ ବେକାରଙ୍କ ଆତ୍ମନିଯୁକ୍ତିର ସୁଯୋଗ ସୃଷ୍ଟି ହୋଇପାରିବ ।

ଦୁଗ୍ଧଚାଷୀମାନଙ୍କୁ ୧% ବାର୍ଷିକ ସୁଧରେ ବ୍ୟାପକ ଋଣ ଯୋଗାଣ, ଗୋ-ଖାଦ୍ୟର ଦରବୃଦ୍ଧିକୁ ନିୟନ୍ତ୍ରଣ,ଗ୍ରାମମାନଙ୍କରେ ଚାରଣଭୂମିର ସୁରକ୍ଷା ଆଦି ପାଇଁ ମହାସଂଘ ଦାବି କରିଛି । ମହାସଂଘର ରାଜ୍ୟ ଅଧ୍ୟକ୍ଷ ରବି ବେହେରାଙ୍କ ନେତୃତ୍ୱରେ ସଂଘ ପକ୍ଷରୁ ଏହି ଦାବିପତ୍ର ପ୍ରଦାନ କରାଯାଇଥିଲା ।

ଦୁଗ୍ଧ ଚାଷୀଙ୍କ ଦରବୃଦ୍ଧି ଦାବିକୁ ଦେଖି ଏହା ଉପରେ ତର୍ଜମା କରାଯାଉଥିବା ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି । ୨୦୧୪ ପରଠାରୁ ଓମଫେଡ୍‍ କ୍ଷୀର ର ଦର ବଢିନଥିବାରୁ ଦୁଗ୍ଧଚାଷୀ ଓ ଖାଉଟିମାନଙ୍କ ସ୍ୱାର୍ଥକୁ ଦେଖି ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019