ଅବସରପ୍ରାପ୍ତ ଆଇଏଏସ ଅଫିସର ସିଟିଏମ ସୁଗୁଣା ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ଶାଖାର ଅବୈତିନକ ସମ୍ପାଦକ ନିଯୁକ୍ତ  ୨ ବର୍ଷ ପାଇଁ ଶ୍ରୀମତୀ ସୁଗୁଣା ରେଡକ୍ରସ ସମ୍ପାଦକ ରହିବେ  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୁଗୁଣାଙ୍କୁ ଦେଲେ ନୂଆ ନିଯୁକ୍ତି  

ଶ୍ରୀଲିଙ୍ଗରାଜଙ୍କ ପାଇଁ ଆଇନ ହେବ


ଶ୍ରୀଜଗନ୍ନାଥ ମନ୍ଦିର ଢାଞ୍ଚାରେ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ପରିଚାଳନା ପାଇଁ ଏକ ଆଇନ ଖୁବ୍‌ ଶୀଘ୍ର ପ୍ରଣୟନ କରାଯିବ ବୋଲି ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ପ୍ରକାଶ କରିଛନ୍ତି । ଆଜି ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କରି ମନ୍ତ୍ରୀ ଶ୍ରୀ ଜେନା ଏହା କହିଛନ୍ତି ।

ଶ୍ରୀ ଲିଙ୍ଗରାଜଙ୍କ ମନ୍ଦିର ପୁରୀ ଶ୍ରୀମନ୍ଦିର ସମସାମୟିକ ହୋଇଥିବାରୁ ଏପରି ଆକଫ ପ୍ରଣୟନର ଆବଶ୍ୟକତା ରହିଛି ବୋଲି ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ବୈଠକରେ ମତ ଦେଇଥିଲେ ।

ଏଥି ସହ ଟ୍ରଷ୍ଟ ବୋର୍ଡର ପୁନର୍ଗଠନ କରିବା, ଆଇନ ପ୍ରସ୍ତୁତି ପାଇଁ ଟ୍ରଷ୍ଟବୋର୍ଡ ଆଇନ ବିଭାଗକୁୁ ଦେବୋତ୍ତର କମିଶନଙ୍କ ମାଧ୍ୟମରେ ପ୍ରସ୍ତାବ ଦେବେ । ମନ୍ଦିର ଆଇନ ସମ୍ବନ୍ଧରେ ଯଥେଷ୍ଟ ଅଭିଜ୍ଞତା ରହିଥିବା ଆଇନଜ୍ଞମାନଙ୍କୁ ସଂପୃକ୍ତ କରି ଏକ କମିଟି ଗଠନ କରିବା ଉପରେ ମନ୍ତ୍ରୀ ଶ୍ରୀ ପଣ୍ଡା ପରାମର୍ଶ ଦେଇଥିଲେ ।

ମନ୍ଦିର ଚତୁଃପାଶ୍ୱର୍ରୁ ଜବରଦଖଲ ଉଚ୍ଛେଦ, ପୁରାତତ୍ତ୍ୱ ବିଭାଗ ଦ୍ୱାରା ରକ୍ଷଣାବେକ୍ଷଣ, ମାର୍କେଟ କମ୍ପ୍ଲେକ୍ସ ସମ୍ବନ୍ଧିତ ସମସ୍ୟାର ସମାଧାନ, ବ୍ୟାଖ୍ୟାନ କେନ୍ଦ୍ର ସମ୍ମୁଖର ବିକାଶ ଓ ଦେବୀ ପାଦହରା ପୁଷ୍କରିଣୀର ଉନ୍ନୟନ ପାଇଁ ସବିଶେଷ ପ୍ରକଳ୍ପ ବିବରଣୀ ପ୍ରସ୍ତୁତ ହୋଇସାରିଥିବା କଥା ବୈଠକରେ ଆଲୋଚିତ ହୋଇଥିଲା ।

ଘଟଗାଁ ତାରିଣୀ ମନ୍ଦିର କମିଟି ଓ ରେମୁଣା କ୍ଷୀରଚୋରା ଗୋପୀନାଥ ମନ୍ଦିରର ଟ୍ରଷ୍ଟ ବୋର୍ଡର ସଂପୂର୍ଣ୍ଣ ପୁନର୍ଗଠନ ଓ ବିଭିନ୍ନ ସମସ୍ୟା ସଂପର୍କରେ ଦେବୋତ୍ତର ବିଭାଗ ଦ୍ୱାରା ତଦନ୍ତ କରିବା ପାଇଁ ବୈଠକରେ ନିଷ୍ପତ୍ତ ହୋଇଥିଲା । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019