ଅବସରପ୍ରାପ୍ତ ଆଇଏଏସ ଅଫିସର ସିଟିଏମ ସୁଗୁଣା ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ଶାଖାର ଅବୈତିନକ ସମ୍ପାଦକ ନିଯୁକ୍ତ  ୨ ବର୍ଷ ପାଇଁ ଶ୍ରୀମତୀ ସୁଗୁଣା ରେଡକ୍ରସ ସମ୍ପାଦକ ରହିବେ  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୁଗୁଣାଙ୍କୁ ଦେଲେ ନୂଆ ନିଯୁକ୍ତି  

ଚୀନ ପ୍ରତିନିଧିଙ୍କ ଆଲୋଚନା

ହଂକଂ ସ୍ଥିତ ଚୀନ-ଭାରତ ବାଣିଜ୍ୟ ଓ ସଂସ୍କୃତି ବିକାଶ ପରିଷଦ ଆନୁକୂଲ୍ୟରେ ଏକ ଚୀନ ପ୍ରତିନିଧି ଦଳ ଏହାର ଅଧ୍ୟକ୍ଷ କ୍ୱାଇ ଶୁନ୍‌ ଚୋ ପଲଙ୍କ ନେତୃତ୍ୱରେ ଆଜି ବାଚସ୍ପତି ଡ. ସୂର୍ଯ୍ୟ ନାରାୟଣ ପାତ୍ରଙ୍କୁ ବିଧାନସଭାସ୍ଥିତ ତାଙ୍କ ପ୍ରକୋଷ୍ଠରେ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି ।

ଚୀନ-ଭାରତ ଦ୍ୱିପାକ୍ଷିକ ସଂପର୍କ, ବିଶେଷତଃ ସଂସ୍କୃତି, ଭାରତରେ ପୁଞ୍ଜିନିବେଶ ଏବଂ ବ୍ୟବସାୟ ସୁଯୋଗ ଓ ସମ୍ଭାବନାର ଅନେ୍ୱଷଣ ସଂପର୍କରେ ଆଲୋଚନା ହୋଇଥିଲା । ପ୍ରତିନିଧି ଦଳ ବାଚସ୍ପତିଙ୍କୁ ପରିଷଦର କାର୍ଯ୍ୟାବଳୀ ସହିତ ପୂର୍ବରୁ ତିଆରି ହୋଇଥିବା ନିର୍ମାଣ ସାମଗ୍ରୀ ଓ ସ୍ୱଳ୍ପ ମୂଲ୍ୟ ଗୃହନିର୍ମାଣ ଉପରେ ଅବଗତ କରାଇଥିଲେ ।

ପରିଷଦ ଏଥି ପୂର୍ବରୁ ଏକାଧିକ ବାର ଭାରତୀୟ କମ୍ପାନୀ ଓ ଚୀନ କମ୍ପାନୀ ମଧ୍ୟରେ ବ୍ୟବସାୟ ସଂପର୍କିତ ଆଲୋଚନା ଆୟୋଜିତ କରିସାରିଛି । ଭାରତରେ ପୁଞ୍ଜିନିବେଶ ସଂପର୍କରେ ଅନେ୍ୱଷଣ ସହିତ ବ୍ୟବସାୟ ନିମନ୍ତେ ସଂପୂର୍ଣ୍ଣ ସମନ୍ୱିତ ପରାମର୍ଶ, ନେଟ୍‌ୱାର୍କିଂ, ଆର୍ଥିକ ସହାୟତା ସେବା ଯୋଗାଣ ଲକ୍ଷ୍ୟ ନେଇ ଏହି ପରିଷଦ କାର୍ଯ୍ୟ କରୁଛି ।

ଚୀନ ଓ ଭାରତ ମଧ୍ୟରେ ଦ୍ୱିପାକ୍ଷିକ ବ୍ୟବସାୟର ସମ୍ଭାବନାକୁ ଗୁରୁତ୍ୱ ଦେଇ ଏବଂ ଏଥି ନିମନ୍ତେ ଏକ ଅନୁକୂଳ ପରିବେଶ ସୃଷ୍ଟି କରିବାକୁ ଲକ୍ଷ୍ୟ ରଖାଯାଇଛି ବୋଲି ପ୍ରତିନିଧି ଦଳ ପ୍ରକାଶ କରିଥିଲେ । ଏହା ଦ୍ୱାରା ଚୀନ ଓ ଭାରତୀୟ କମ୍ପାନୀମାନେ ଉଭୟ ଦେଶରେ ବ୍ୟବସାୟ ବିସ୍ତାର କରିପାରିବେ । ପରିଷଦ ପୁଞ୍ଜିନିବେଶକଙ୍କ ବୈଠକ, ସମ୍ମିଳନୀ, ପ୍ରଦର୍ଶନୀ, ବିପଣନ ସଂପର୍କିତ ଆଲୋଚନା ସହିତ ସୁଯୋଗ ଓ ଅଂଶୀଦାରିତାକୁ ଗୁରୁତ୍ୱ ଦେଇ ଉତ୍ତମ ଅଭ୍ୟାସ ସଂପର୍କିତ ଗବେଷଣା ଜାରି ରଖିଛି ।

ଏହି ପ୍ରତିନିଧି ଦଳରେ ପରିଷଦର ସଚିବ ଅଜୟ ଠାକୁରଙ୍କ ସମେତ ଷ୍ଟାର ଇଲଡ୍‌ ଗ୍ରୁପ୍‌ର ଲଙ୍ଗ ମିନ୍‌ ଲାଉ ରନ୍‌ସନ୍‌, ଟିଙ୍ଗ୍‌ ହନ୍‌ ଜନ୍‌ କ୍ୱାନ୍‌, ଝେଜିଆଙ୍ଗ୍‌ ଗ୍ରୀନ୍‌ ବିଲଡିଂର ୱାଇ ହୁଙ୍ଗ୍‌ ହୋ ବି୍ର୍ରଆନ୍‌, େୱ ପାସିଫିକ୍‌ ପ୍ରା. ଲିଃର ଜିିଆନ୍‌ହୁଆଙ୍ଗ୍‌ ୟି, ଲିକ୍ୱିନ୍‌ ୟୁ, ଏବିସି ପ୍ରାଇମ୍‌ର ଅମେଲିଆ ଲିଓନାର୍ଡୋ ଓ ହ୍ୱିପିଙ୍ଗ୍‌ ଲିଉ ସାମିଲ ଥିଲେ । ବିଧାନସଭାର ସଚିବ ଦାଶରଥୀ ଶତପଥୀ ଆଲୋଚନାବେଳେ ଉପସ୍ଥିତ ଥିଲେ ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019