ଅବସରପ୍ରାପ୍ତ ଆଇଏଏସ ଅଫିସର ସିଟିଏମ ସୁଗୁଣା ଭାରତୀୟ ରେଡକ୍ରସ ସୋସାଇଟି ଓଡ଼ିଶା ଶାଖାର ଅବୈତିନକ ସମ୍ପାଦକ ନିଯୁକ୍ତ  ୨ ବର୍ଷ ପାଇଁ ଶ୍ରୀମତୀ ସୁଗୁଣା ରେଡକ୍ରସ ସମ୍ପାଦକ ରହିବେ  ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସୁଗୁଣାଙ୍କୁ ଦେଲେ ନୂଆ ନିଯୁକ୍ତି  

ଆଉ ଜଣଙ୍କୁ ମାଲକାନଗିରି ବଦଳି


ବିଶୃଙ୍ଖଳିତ ଆଚରଣ ଲାଗି ପୁଲିସ୍‍ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମାଙ୍କ ନିର୍ଦ୍ଦେଶରେ ଆଜି ଅନୁଗୁଳ ଜିଲ୍ଲାର ଆଉ ଜଣେ ପୁଲିସ୍‍ କର୍ମଚାରୀଙ୍କୁ ମାଲିକାନଗିରି ବଦଳି କରାଯାଇଛି । ଗତ ସପ୍ତାହରେ ରାଜଧାନୀରୁ ଅନୁରୂପ ଭାବେ ଜଣେ ଓଏପିଏଫ୍‍ କନେଷ୍ଟବଳଙ୍କୁ ମଧ୍ୟ ମାଲକାନଗିରି ପଠାଇ ଦିଆଯାଇଥିଲା ।

ସୂଚନା ଅନୁଯାୟୀ ଅନୁଗୁଳ ଜିଲ୍ଲାରେ କାର୍ଯ୍ୟରତ କନେଷ୍ଟବଳ ଗୋପାଳ ଶଙ୍କର ମାରାଣ୍ଡିଙ୍କୁ ତାଙ୍କର ଅସୌଜନ୍ୟ ଆଚରଣ ଓ ବିଶୃଙ୍ଖଳିତ ବ୍ୟବହାର ଲାଗି ଏସ୍‍ପି ଜନମୋହନ ମୀନା କାର୍ଯ୍ୟରୁ ନିଲମ୍ବନ କରିଥିଲେ । ମାରାଣ୍ଡିଙ୍କ ଏଭଳି ଆଚରଣ ଲାଗି ଓଡିଶା ପୁଲିସ୍‍କୁ ସର୍ବସାଧାରଣରେ ନିନ୍ଦିତ ହେବାକୁ ପଡିଥିଲା ।

କନେଷ୍ଟବଳ ମାରାଣ୍ଡିଙ୍କ ଏଭଳି ଅଶାଳୀନ ଆଚରଣକୁ ଗମ୍ଭୀରତାର ସହ ଗ୍ରହଣ କରି ମହାନିର୍ଦ୍ଦେଶକ ଶ୍ରୀ ଶର୍ମା ନିଲମ୍ବନ ଅବସ୍ଥାରେ ଅନାଦେଶ ପର୍ଯ୍ୟନ୍ତ ତାଙ୍କୁ ମାଲକାନଗିରି ବଦଳି ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ଅନୁରୂପ ଭାବେ ଗତ ସପ୍ତାହରେ ରାଜଧାନୀରେ ଓଏପିଏଫ୍‍ କନେଷ୍ଟବଳ ଅଜୟ କୁମାର ପ୍ରଧାନଙ୍କୁ କାର୍ଯ୍ୟରେ ଅବହେଳା ଲାଗି ନିଲମ୍ବନ ଅବସ୍ଥାରେ ମାଲକାନଗିରି ବଦଳି କରିଦିଆଯାଇଥିଲା ।

ଦୁଇ ଦୁଇ ଜଣ ପୁଲିସ୍‍ କର୍ମଚାରୀଙ୍କୁ ଦଣ୍ଡ ସ୍ୱରୂପ ସିଧା ମାଲକାନଗିରି ଭଳି ମାଓ ଅଧ୍ୟୁଷିତ ଜିଲ୍ଲାକୁ ବଦଳି କରାଯିବା ଏବେ ପୁଲିସ୍‍ କର୍ମଚାରୀଙ୍କ ମହଲରେ ଭୟ ସୃଷ୍ଟି କରିଛି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019