ପାଞ୍ଚଜଣ ବରିଷ୍ଠ ଡାକ୍ତରଙ୍କୁ ନିର୍ଦ୍ଦେଶକ ପାହ୍ୟାକୁ ପଦୋନ୍ନତି  ଡାକ୍ତର ବିଜୟ କୁମାର ମହାପାତ୍ର ହେଲେ ସ୍ୱାସ୍ଥ୍ୟ ନିର୍ଦ୍ଦେଶକ  କଳାହାଣ୍ଡି ସିଡିଏମ୍‍ଓ ଡାକ୍ତର ବନଲତା ଦେବୀ ହେଲେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ଅତିରିକ୍ତ ସଚିବ  ଗଞ୍ଜାମ ସିଡିଏମ୍‍ଓ ଡାକ୍ତର ବିଜୟ କୁମାର ପାଣିଗ୍ରାହୀଙ୍କୁ ବିଭାଗର ଅତିରିକ୍ତ ସଚିବ ଭାବେ ନିଯୁକ୍ତି  ଡାକ୍ତର ଦୀନବନ୍ଧୁ ପଣ୍ଡା ହେଲେ ରାଉରକେଲା ଆରସିଏଚ୍‍ ନିର୍ଦ୍ଦେଶକ  ଡାକ୍ତର ପ୍ରଦୀପ କୁମାର ମହାପାତ୍ର ହେଲେ ଖାଦ୍ୟ ସୁରକ୍ଷା ନିର୍ଦ୍ଦେଶକ  

ଚାଷୀଙ୍କୁ ୩୦୦୦ ଟଙ୍କା ପେନସନ

କିଷାନ ମାନ ଧନ ଯୋଜନାରେ ୬୦ ବର୍ଷରୁ ଅଧିକ ବୟସର ୫ କୋଟି କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ନ୍ୟୁନତମ ୩୦୦୦ ଟଙ୍କା ପେନସନ ଯୋଗାଇ ଦିଆଯିବ । ସେପ୍ଟେମ୍ବର ୧୨ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଝାଡଖଣ୍ଡର ରାଞ୍ଚିଠାରେ ଏହି ଯୋଜନାର ଶୁଭାରମ୍ଭ କରିବେ ।

ଯୋଜନାରେ ଆଗାମୀ ୩ ବର୍ଷ ପାଇଁ ୧୦,୭୭୪ କୋଟି ଟଙ୍କାର ବ୍ୟୟ ଅଟକଳ ରହିଛି । ୧୮ ରୁ ୪୦ ବର୍ଷ ବୟସର ସମସ୍ତ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏଥିପାଇଁ ଆବେଦନ କରିପାରିବେ । ଚାଷୀମାନେ ସେମାନଙ୍କ ମାସିକ କିସ୍ତିକୁ ପିଏମ-କିଷାନ ଏବଂ ସିଏସସି ମାଧ୍ୟମରେ ଅଂଶଦାନ କରିପାରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳର ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଗୁଣାତ୍ମକ ଉଚ୍ଚ ପ୍ରାଥମିକ, ମାଧ୍ୟମିକ ଏବଂ ଉଚ୍ଚ ମାଧ୍ୟମିକ ସ୍ତରର ଶିକ୍ଷା ସୁବିଧା ଯୋଗାଇବା ପାଇଁ ୪୦୦ ଏକଲବ୍ୟ ମଡେଲ ଆବାସିକ ସ୍କୁଲର ମଧ୍ୟ ଉଦ୍ଘାଟନ କରିବେ ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ରାଞ୍ଚିଠାରେ ଝାଡଖଣ୍ଡ ବିଧାନ ସଭାର ନୂତନ କୋଠା ଉଦ୍ଘାଟନ କରିବା ସହିତ ନୂତନ ସଚିବାଳୟ କୋଠାର ଆଧାରଶିଳା ମଧ୍ୟ ରଖିବେ । ଗସ୍ତ କାଳରେ ସେ ସାହେବଗଞ୍ଜଠାରେ ବହୁମୂଖୀ ମଡେଲ ଟର୍ମିନାଲକୁ ମଧ୍ୟ ଉଦ୍ଘାଟନ କରିବେ ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020