ଗୋଟିଏ ଦିନରେ କରୋନାରେ ରେକର୍ଡ ୧୩ ମୃତ  ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୨୭୨  ଗଞ୍ଜାମରେ ସର୍ବାଧିକ ୬ଜଣ ମୃତ  ୪୬ହଜାର ଛୁଇଁଲା କରୋନା ଆକ୍ରାନ୍ତଙ୍କ ତାଲିକା  ଗୋଟିଏ ଦିନର ୨୯ ଜିଲ୍ଲାରୁ ୧୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭  ଖୋରଧାରେ ସର୍ବାଧିକ ୩୪୨ ଆକ୍ରାନ୍ତ ଚିହ୍ନଟ  ଗଞ୍ଜାମରେ ୨୨୨, କଟକରେ ୧୭୭, ସୁନ୍ଦରଗଡରେ ୧୨୬ ଓ ନୟାଗଡରେ ୧୦୬ ଚିହ୍ନଟ  

ଏନଟିଏଚଏ ଉଦଘାଟିତ


ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଉଚ୍ଚ ପ୍ରଦର୍ଶନ ହକି କେନ୍ଦ୍ର-ନାଭାଲ ଟାଟା ହକି ଏକାଡେମି (ଏନଟିଏଚଏ)କୁ ଉଦଘାଟନ କରିଛନ୍ତି । ଏହା ରାଜ୍ୟର ଶ୍ରେଷ୍ଠ ହକି ପ୍ରତିଭାଙ୍କୁ ଭବିଷ୍ୟତର ଜାତୀୟ ଓ ଆନ୍ତର୍ଜାତିକ କ୍ରୀଡ଼ାବିତ୍ ଭାବେ ପ୍ରସ୍ତୁତ କରିବ ।

ରାଜ୍ୟର କ୍ରୀଡ଼ା ପ୍ରତିଭାମାନଙ୍କ ପରିପୋଷଣ ଲାଗି ଟାଟା ଷ୍ଟିଲ୍, ଟାଟା ଟ୍ରଷ୍ଟ ଓ ଓଡ଼ିଶା ସରକାରଙ୍କ ମିଳିତ ଉଦ୍ୟୋଗରେ ସ୍ଥାପନ କରାଯାଇଥିବା ଟାଟା ଓଡ଼ିଶା ହକି କାର୍ଯ୍ୟକ୍ରମର ତିନି ସୂତ୍ରୀର ଅଂଶ ସ୍ୱରୂପ ରାଜଧାନୀରେ ଏହି ଉଚ୍ଚ ସ୍ତରୀୟ ହକି ଏକାଡେମି ଖୋଲାଯାଇଛି । ଭୁବନେଶ୍ୱର, ସୁନ୍ଦରଗଡ଼ ଏବଂ ରାଉରକେଲାରେ ଥିବା କ୍ରୀଡ଼ା ଛାତ୍ରବାସ ଆଂଚଳିକ ବିକାଶ କେନ୍ଦ୍ର (ଆରଡିସି)ରେ ପରିଣତ ହେବେ, ଯେଉଁଠାରେ ଟାଟା ଟ୍ରଷ୍ଟସ୍ ଓ ଟାଟା ଷ୍ଟିଲ୍ର ବିଶେଷଜ୍ଞମାନେ ଆରଡିସିଗୁଡ଼ିକ ସହିତ କାମ କରି ସେମାନଙ୍କ ଦକ୍ଷତା ବଢ଼ାଇବେ ।

ପ୍ରାରମ୍ଭିକ ପର୍ଯ୍ୟାୟରେ ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ୧୦-୨୦ଟି ତୃଣମୂଳ କେନ୍ଦ୍ର ସ୍ଥାପନ କରାଯିବ । ତୃଣମୂଳ ସ୍ତରରେ ଯେଉଁ ପ୍ରତିଭାମାନଙ୍କୁ ସନ୍ଧାନ କରାଯିବ ସେମାନଙ୍କୁ କ୍ରୀଡ଼ା ଛାତ୍ରାବାସରେ ନାମ ଲେଖାଇବା ଲାଗି ସୁପାରିସ କରାଯିବ । ତୃଣମୂଳ କେନ୍ଦ୍ର ଏବଂ ଆରଡିସିଗୁଡ଼ିକ ଏନଟିଏଚଏକୁ ନିୟମିତ କ୍ରୀଡ଼ା ପ୍ରତିଭା ଯୋଗାଣକୁ ନିଶ୍ଚିତ କରିବେ ।

ଆରଡିସି ଓ ଏନଟିଏଚଏ ଓଡ଼ିଶାର ଆବଶ୍ୟକତା ପୂରଣ କରିବା ଏହି ଅଂଚଳଗୁଡ଼ିକରେ ଗୁଣାତ୍ମକ ହକି ଖେଳାଳୀଙ୍କ ଉନ୍ନତି ଦିଗରେ ଭିତିଭୂମି ବିକଶିତ କରିବା ଲାଗି ସରକାର ସହାୟତା ପ୍ରଦାନ କରିବେ । ସମାଜର ଯୁବ ଖେଳାଳୀ, ଯେଉଁମାନେ ଉତ୍ସାହୀ ଏବଂ ପିଲାଙ୍କ ସହ ମିଶି କାମ କରିବାକୁ ଚାହୁଛନ୍ତି, ସେମାନଙ୍କୁ ପ୍ରଶିକ୍ଷଣ ଦିଆଯିବ ଏବଂ ଏହି କେନ୍ଦ୍ରଗୁଡ଼ିକରେ ପ୍ରଶିକ୍ଷଣ ପ୍ରଦାନକାରୀ ଏବଂ ସଂଯୋଜକ ଭାବେ ପେସାଦାର ସୁଯୋଗ ଯୋଗାଇ ଦିଆଯିବ ।

ରାଜ୍ୟ କ୍ରୀଡା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା, ଟାଟା ଷ୍ଟିଲର ସିିଇଓ ଓ ଏମଡି ଟି ଭି ନରେନ୍ଦ୍ରନଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଆନୁଷ୍ଠାନିକ ଭାବେ ଏହି ଏକାଡେମିକୁ ଦେଶ ଉଦ୍ଦେଶ୍ୟରେ ଉତ୍ସର୍ଗ କରିଛନ୍ତି । ଏହି ଅବସରରେ କ୍ରୀଡା ଓ ଯୁବସେବା ନିର୍ଦ୍ଦେଶକ ଭିନିଲ କ୍ରିଷ୍ଣା, ଟାଟା ଷ୍ଟିଲ (କର୍ପୋରେଟ ସେବା)ର ଉପସଭାପତି ଚାଣକ୍ୟ ଚୌଧୁରୀ ଏବଂ ଟାଟା ଟ୍ରଷ୍ଟର ବରିଷ୍ଠ ଉପଦ୍ଦେଷ୍ଟା ବୁରଜିସ ତାରାପୋରବାଲା ପ୍ରମୁଖ ଉପସ୍ଥିତ ଥିଲେ । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020