ଓଡ଼ିଶାକୁ ଫନି ସହାୟତା ଦେଲେ କେନ୍ଦ୍ର ସରକାର  ଓଡ଼ିଶାକୁ ମିଳିଲା ୩୩୩୮.୨୨ କୋଟିର ସହାୟତା ରାଶି  ଫନି ପରବର୍ତ୍ତୀ ଥଇଥାନ ପାଇଁ ସହାୟତା ରାଶି ଘୋଷଣା  

ଟ୍ରେନ ସେବା ବ୍ୟାହତ

ଗତକାଲି ରାତ୍ରି ଓ ଆଜି ସକାଳେ ଲଗାତାର ବର୍ଷା ଯୋଗୁଁ ପଶ୍ଚିମ ଓଡିଶା ରେ ବନ୍ୟା ପରିସ୍ଥିତି ଉପୁଜିଥିବା ସହିତ ସମ୍ବଲପୁର-ଟିଟିଲାଗଡ଼ ରେଳ ସେକ୍ସନର ଦେଓଗାଁ ରୋଡ଼-ବରଗଡ଼, ଲୋଇଶିଙ୍ଗା-ବଲାଙ୍ଗୀର, ବରପାଲି-ଡୁଙ୍ଗୁରିପାଲ୍ଲୀ ଷ୍ଟେସନ ମଧ୍ୟରେ ରେଳଧାରଣ ଉପରେ ପାଣି ପ୍ରବାହିତ ହେବା ଦ୍ୱାରା ଟ୍ରେନ ସେବା ପ୍ରଭାବିତ ହୋଇଛି । 

ଉଭୟ ଟ୍ରେନ ଓ ଯାତ୍ରୀ ମାନଙ୍କ ସୁରକ୍ଷା ଦୃଷ୍ଟିରୁ ଏହି ମାର୍ଗରେ ଚଳାଚଳ କରୁଥିବା ଟ୍ରେନ ଗୁଡିକୁ ନିମ୍ନ ଅନୁଯାଇ ବାତିଲ, ଆଂଶିକ ବାତିଲ ଓ ମାର୍ଗ ପରିବର୍ତ୍ତନ କରାଯାଇଅଛି । ବାତିଲ ହୋଇଥିବା ଟ୍ରେନଗୁଡ଼ିକ ହେଲା ୧୩ ତାରିଖରେ ରାଉରକେଲାରୁ ଛାଡିବାକୁ ଥିବା ୧୮୧୦୭ ରାଉରକେଲା-ଜଗଦଳପୁର ଏକ୍ସପ୍ରେସ । ୧୪ ତାରିଖରେ ଜଗଦଳପୁରରୁ ଛାଡିବାକୁ ଥିବା ୧୮୧୦୮ ଜଗଦଳପୁର-ରାଉରକେଲା ଏକ୍ସପ୍ରେସ । ୧୪ ଓ ୧୫ ତାରିଖରେ ଉଭୟ ଦିଗରୁ ୧୮୩୦୧/୧୮୩୦୨ ସମ୍ବଲପୁର-ରାୟଗଡା-ସମ୍ବଲପୁର ଏକ୍ସପ୍ରେସ । ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ଉଭୟ ଦିଗରୁ ୫୮୫୨୯/୫୮୫୨୦ ଦୁର୍ଗ-ବିଶାଖାପାଟଣା-ଦୁର୍ଗ ପାସେଞ୍ଜର ।

୧୪ ଓ ୧୫ ତାରିଖରେ ଉଭୟ ଦିଗରୁ ୫୮୨୧୩/୫୮୨୧୪ ଟିଟିଲାଗଡ଼-ବିଳାସପୁର-ଟିଟିଲାଗଡ଼ ପାସେଞ୍ଜର । ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ସମ୍ବଲପୁରରୁ ୫୮୩୦୧ ସମ୍ବଲପୁର-କୋରାପୁଟ ପାସେଞ୍ଜର । ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ କୋରାପୁଟରୁ ୫୮୩୦୨ କୋରାପୁଟ-ସମ୍ବଲପୁର ପାସେଞ୍ଜର । ୧୪ରୁ ୧୬ ତାରିଖ ପର୍ଯ୍ୟନ୍ତ ସମ୍ବଲପୁର ରୁ ୫୮୩୦୩ ସମ୍ବଲପୁର-ଜୁନାଗଡ଼ ରୋଡ଼ ପାସେଞ୍ଜର ।

୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ଜୁନାଗଡ଼ ରୋଡ଼ ରୁ ୫୮୩୦୪ ଜୁନାଗଡ଼ ରୋଡ଼-ସମ୍ବଲପୁର ପାସେଞ୍ଜର । ଆଂଶିକ ବାତିଲ ହୋଇଥିବା ଟ୍ରେନଗୁଡ଼ିକ ହେଲା ୧୩ ଓ ୧୪ ତାରିଖ ରେ ହାଓଡ଼ାରୁ ଛାଡିବାକୁ ଥିବା ଏବଂ ୧୪ ଓ ୧୫ ତାରିଖ ରେ ଟିଟିଲାଗଡ଼ ରୁ ଛାଡିବାକୁ ଥିବା ୧୨୮୭୧/୧୨୮୭୨ ହାଓଡ଼ା-ଟିଟିଲାଗଡ଼-ହାଓଡ଼ା ଇସ୍ପାତ ଏକ୍ସପ୍ରେସ ଉଭୟ ଦିଗରୁ ସମ୍ବଲପୁର ଓ ଟିଟିଲାଗଡ଼ ମଧ୍ୟରେ ବାତିଲ ରହିବ ।

୧୩ ତାରିଖ ରେ ହାଓଡ଼ାରୁ ଛାଡିବାକୁ ଥିବା ଓ ୧୪ ତାରିଖ ରେ ଜଗଦଳପୁରରୁ ଛାଡିବାକୁ ଥିବା ୧୮୦୦୫/୧୮୦୦୬ ହାଓଡ଼ା-ଜଗଦଳପୁର-ହାଓଡ଼ା ସମଲେଶ୍ୱରୀ ଏକ୍ସପ୍ରେସ ଉଭୟ ଦିଗରୁ ସମ୍ବଲପୁର ଓ ଜଗଦଳପୁର ମଧ୍ୟରେ ବାତିଲ ରହିବ । ୧୪ ତାରିଖ ଦିନ ଉଭୟ ଦିଗରୁ ୧୨୮୯୩/୧୨୮୯୪ ଭୁବନେଶ୍ୱର-ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟର ସିଟି ଏକ୍ସପ୍ରେସ ଉଭୟ ଦିଗରୁ ସମ୍ବଲପୁର ଓ ବଲାଙ୍ଗୀର ମଧ୍ୟରେ ବାତିଲ ରହିବ ।

ମାର୍ଗ ପରିବର୍ତିତ ଟ୍ରେନଗୁଡ଼ିକ ହେଲା ୧୩ ତାରିଖରେ ଧାନବାଦରୁ ଛାଡିବାକୁ ଥିବା ୧୩୩୫୧ ଧାନବାଦ -ଆଲେପି ଏକ୍ସପ୍ରେସ ଓ ୧୨ ତାରିଖରେ ଆଲେପିରୁ ଛାଡିଥିବା ୧୩୩୫୨ ଅ ।ଲେପି-ଧାନବାଦ ଏକ୍ସପ୍ରେସ ସମ୍ବଲପୁର-ଅନୁଗୁଳ-ଖୋର୍ଦ୍ଧା ରୋଡ଼-ବିଜୟନଗରମ ମାର୍ଗଦେଇ ଚଳାଚଳ କରିବ । ୧୩ ତାରିଖ ରେ ହଟିଆ ରୁ ଛାଡିବାକୁ ଥିବା ୧୨୮୩୫ ହଟିଅ ।-ଯଶୋବନ୍ତପୁର ଏକ୍ସପ୍ରେସ ସମ୍ବଲପୁର-ଅନୁଗୁଳ-ଖୋର୍ଦ୍ଧା ରୋଡ଼-ବିଜୟନଗରମ ମାର୍ଗଦେଇ ଚଳାଚଳ କରିବ ।

୧୩ ତାରିଖରେ ପୁରୀ ରୁ ଛାଡିବାକୁ ଥିବା ୧୨୧୪୬ ପୁରୀ-ଏଲଟିଟି(ମୁମ୍ବାଇ) ଏକ୍ସପ୍ରେସ ସମ୍ବଲପୁର-ଇବ-ବିଳାସପୁର-ରାଇପୁର ମାର୍ଗଦେଇ ଚଳାଚଳ କରିବ । ୧୩ ତାରିଖରେ ଉଭୟ ପୁରୀ ଓ ଦୁର୍ଗ ରୁ ଛାଡିବାକୁ ଥିବା ୧୮୪୨୫/୧୮୪୨୬ ପୁରୀ-ଦୁର୍ଗ-ପୁରୀ ଏକ୍ସପ୍ରେସ ଟିଟିଲାଗଡ଼-ରାୟଗଡା-ବିଜୟନଗରମ-ଖୋର୍ଦ୍ଧା ରୋଡ଼ ମାର୍ଗହୋଇ ଚଳାଚଳ କରିବ । 

୧୪ ତାରିଖରେ ସମ୍ବଲପୁର ରୁ ଛାଡିବାକୁ ଥିବା ୦୮୩୦୧ ସମ୍ବଲପୁର-ବନସୱାଡ଼ି ଏକ୍ସପ୍ରେସ ସମ୍ବଲପୁର-ଅନୁଗୁଳ-ଖୋର୍ଦ୍ଧା ରୋଡ଼-ବିଜୟନଗରମ ମାର୍ଗଦେଇ ଚଳାଚଳ କରିବ । ୧୨ ତାରିଖ ରେ ଯଶୋବନ୍ତପୁରରୁ ଛାଡିଥିବା ୧୨୮୯୦ ଯଶୋବନ୍ତପୁର-ଟାଟା ଏକ୍ସପ୍ରେସ ଟିଟିଲାଗଡ଼-ରାଇପୁର-ବିଳାସପୁର-ଝାରସୁଗୁଡା ମାର୍ଗ ହୋଇ ଚଳାଚଳ କରିବ ।

୧୨ ତାରିଖରେ ନାନ୍ଦେଡ଼ରୁ ଛାଡିଥିବା ୨୦୮୧୦ ନାନ୍ଦେଡ଼-ସମ୍ବଲପୁର ଏକ୍ସପ୍ରେସ ବିଜୟନଗରମ-ଖୋର୍ଦ୍ଧା ରୋଡ଼-ଅନୁଗୁଳ ମାର୍ଗ ହୋଇ ଚଳାଚଳ କରିବ । ୧୩ ତାରିଖରେ ବାଙ୍ଗାଲୋର କ୍ୟାଣ୍ଟରୁ ଛାଡିବାକୁ ଥିବା ୧୮୬୩୮ ବାଙ୍ଗାଲୋର କ୍ୟାଣ୍ଟ-ହଟିଆ ଏକ୍ସପ୍ରେସ ବିଜୟନଗରମ-ଖୋର୍ଦ୍ଧା ରୋଡ଼-ଅନୁଗୁଳ-ସମ୍ବଲପୁର ମାର୍ଗ ହୋଇ ଚଳାଚଳ କରିବ ।

୧୩ ତାରିଖରେ ସୁରଟରୁ ଛାଡିବାକୁ ଥିବା ୨୨୮୨୮ ସୁରଟ-ପୁରୀ ଏକ୍ସପ୍ରେସ ଟିଟିଲାଗଡ଼-ବିଜୟନଗରମ-ଖୋର୍ଦ୍ଧା ରୋଡ଼ ମାର୍ଗ ହୋଇ ଚଳାଚଳ କରିବ । ୧୨ ତାରିଖରେ ପୁରୀରୁ ଛାଡିଥିବା ୧୮୪୨୧ ପୁରୀ-ଆଜମୀର ଏକ୍ସପ୍ରେସ ସମ୍ବଲପୁର-ଇବ-ବିଳାସପୁର-ରାଇପୁର ମାର୍ଗ ହୋଇ ଯାତ୍ରା କରୁଛି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019