ଓଡ଼ିଶାକୁ ଫନି ସହାୟତା ଦେଲେ କେନ୍ଦ୍ର ସରକାର  ଓଡ଼ିଶାକୁ ମିଳିଲା ୩୩୩୮.୨୨ କୋଟିର ସହାୟତା ରାଶି  ଫନି ପରବର୍ତ୍ତୀ ଥଇଥାନ ପାଇଁ ସହାୟତା ରାଶି ଘୋଷଣା  

ରାଷ୍ଟ୍ରୀୟ କବି ସମ୍ମିଳନୀ

କବିମାନେ ହେଉଛନ୍ତି ଜ୍ଞାନମାର୍ଗୀ ଦ୍ରଷ୍ଟା । ତାଙ୍କ ସର୍ଜନା ପାଲଟିଯାଏ ସକଳ ସୃଷ୍ଟିର ମଙ୍ଗଳ ପାଇଁ ପ୍ରାର୍ଥନା । ମଣିଷ ମନରେ ସୁପ୍ତ ଚେତନାକୁ ଜାଗ୍ରତ କରାଇ ସକାରାତ୍ମକ ଭାବଧାରାରେ ସେମାନଙ୍କୁ ଶକ୍ତି ଓ ସାମର୍ଥ୍ୟର ଉପଯୋଗ କରାଇପାରନ୍ତି କବିମାନେ । ସେମାନଙ୍କ ପାଖରେ ଅଛି ସଞ୍ଜିବନୀ ବିଦ୍ୟା । ଭାବକୁ ବସ୍ତୁରେ ଓ ବସ୍ତୁକୁ ଭାବରେ ରୂପାନ୍ତର କରିବାର କ୍ଷମତାର ଅଧିକାରୀ ହେଉଛନ୍ତି କବିମାନେ ବୋଲି ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ପ୍ରକାଶ କରିଛନ୍ତି ।

ରାଜଭବନରେ ରାଷ୍ଟ୍ରୀୟ କବି ସଙ୍ଗମ ପକ୍ଷରୁ ଆୟୋଜିତ କବି ସମ୍ମିଳନୀରେ ଯୋଗ ଦେଇ ରାଜ୍ୟପାଳ କହିଲେ ଯେ ଭାରତ ହେଉଛି ଭାବ, ରାଗ ଓ ତାଳର ଉଜ୍ଜ୍ୱଳ ଭୂମି । ସତ୍ୟ, ଶିବ ଓ ସୁନ୍ଦରର ଉପାସନା ଏହାର ପରମ୍ପରା । ଯେଉଁଠି ଶଦ୍ଦକୁ ବ୍ରହ୍ମ ଭାବରେ ପୂଜା କରାଯାଏ, ସେଠାରେ ସାହିତ୍ୟିକମାନେ ନମସ୍ୟ । ସାହିତ୍ୟିକମାନେ ସେମାନଙ୍କ ସୃଷ୍ଟିରେ ଭାରତୀୟତାର ସଫଳ ଓ ସଠିକ ପ୍ରତିଫଳନ କରାଇ ସମୟକୁ ମାର୍ଗଦର୍ଶନ କରାଇବାକୁ ରାଜ୍ୟପାଳ ଆହ୍ୱାନ ଦେଇଛନ୍ତି ।

ରାଷ୍ଟ୍ରୀୟ କବି ସଙ୍ଗମର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜଗଦୀଶ ମିତଲ ଏହି ଆୟୋଜନର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ । ବନବନ୍ଧୁ ପରିଷଦର ଅଧ୍ୟକ୍ଷ ଅଜୟ ଅଗ୍ରୱାଲ, ‘ଉଦୟ ଇଣ୍ଡିିଆ’ର ସମ୍ପାଦକ ଦୀପକ ରଥ, ରାଷ୍ଟ୍ରୀୟ କବି ସଙ୍ଗମର ରାଷ୍ଟ୍ରୀୟ ମନ୍ତ୍ରୀ ମହେଶ ଶର୍ମା, ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟର କୁଳ ସଚିବ ଜେ.କେ ଶର୍ମା ପ୍ରମୁଖ ସାମ୍ପ୍ରତିକ ସମୟର ଆହ୍ୱାନ ଓ ଆବଶ୍ୟକତାକୁ ଆଧାର କରି ଲେଖକମାନେ ଲେଖନୀ ଚାଳନା କରିବାକୁ ପରାମର୍ଶ ଦେଇଥିଲେ ।

କବି କିଷନ ଖଣ୍ଡେଲୱାଲାଙ୍କ ସଂଯୋଜନାରେ ମାଧବ ପାଣ୍ଡେ ‘ନିର୍ମଳ’, ବିଜୟ ରାଠୋର, ଦେବେନ୍ଦ୍ର ପରିହାର, ମଧୁକ୍ଷରା ଚୌବେ, କମଳ ଶର୍ମା, ସାକ୍ଷୀଗୋପାଳ ପଣ୍ଡା, ବାବା ସତ୍ୟନାରାୟଣ, ଜ୍ଞାନ ହୋତା, ରକ୍ଷକ ନାୟକ ପ୍ରମୁଖ କବିତା ପାଠ କରିଥିଲେ । ରାଜ୍ୟ ବାହାରର କବିମାନଙ୍କ ସହିତ ଓଡ଼ିଶାର ବିଭିନ୍ନ ଜିଲ୍ଲାର ୬୨ ଜଣ କବି ଏହି ସମ୍ମେଳନରେ ଯୋଗ ଦେଇଥିଲେ । ଅଧିକାଂଶ କବିତା ରାଷ୍ଟ୍ରବାଦ ଉପରେ ଆଧାରିତ ଥିଲା । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019