ଗୋଟିଏ ଦିନରେ କରୋନାରେ ରେକର୍ଡ ୧୩ ମୃତ  ରାଜ୍ୟରେ ମୋଟ୍‍ କରୋନା ମୃତ୍ୟୁସଂଖ୍ୟା ୨୭୨  ଗଞ୍ଜାମରେ ସର୍ବାଧିକ ୬ଜଣ ମୃତ  ୪୬ହଜାର ଛୁଇଁଲା କରୋନା ଆକ୍ରାନ୍ତଙ୍କ ତାଲିକା  ଗୋଟିଏ ଦିନର ୨୯ ଜିଲ୍ଲାରୁ ୧୭୩୪ ନୂଆ ଆକ୍ରାନ୍ତ ଚିହ୍ନଟ  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୫,୯୨୭  ଖୋରଧାରେ ସର୍ବାଧିକ ୩୪୨ ଆକ୍ରାନ୍ତ ଚିହ୍ନଟ  ଗଞ୍ଜାମରେ ୨୨୨, କଟକରେ ୧୭୭, ସୁନ୍ଦରଗଡରେ ୧୨୬ ଓ ନୟାଗଡରେ ୧୦୬ ଚିହ୍ନଟ  

ଇଂରାଜୀ, ଗଣିତ ଓ ବିଜ୍ଞାନକୁ ଗୁରୁତ୍ୱ

ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତି । ସ୍କୁଲରେ ଏଥର ଇଂରାଜୀ, ଗଣିତ ଓ ବିଜ୍ଞାନ ବିଷୟ ଉପରେ ଅଧିକ ଫୋକସ । ଏଣିକି ସ୍କୁଲରେ ଏହି ସବୁ ବିଷୟରେ ୪୫ ମିନିଟ୍ ପରିବର୍ତେ ଦେଢ ଘଣ୍ଟା ହେବ କ୍ଲାସ ।

ଏହି ୩ଟି ବିଷୟରେ ପିଲାମାନେ କମ୍ ମାର୍କ ରଖୁଥିବାରୁ ଏପରିି ନିଷ୍ପତି ନେଇଛି ଗଣଶିକ୍ଷା ବିଭାଗ । ଷଷ୍ଠରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ଲାଗୁ ହେବ ଏହି ନିୟମ । ଚଳିତ ଶିକ୍ଷାବର୍ଷରୁ ଏହି ନିୟମ କାର୍ଯ୍ୟକାରୀ କରିବାକୁ ନର୍ଦ୍ଦେଶ ଦିଆଯାଇଛି ।

ପ୍ରାଥମିକ ସ୍ତରରେ ଇଂରାଜୀ ଶିକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ । ପାଇଲଟ୍ ପ୍ରୋଜେକ୍ଟ ଭାବେ ଜିଲ୍ଲାର ଗୋଟିଏ ସ୍କୁଲକୁ ବଛାଯିବ । ଏହି ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ।

ମନ୍ତ୍ରୀଙ୍କ କହିବାନୁସାରେ ଶିକ୍ଷା ବିଭାଗରେ ଅନେକ ସଂସ୍କାରମୂଳକ କାର୍ଯ୍ୟକ୍ରମ ନିଆଯାଇଛି ଏବଂ ଆଗକୁ ବି ମଧ୍ୟ ନିଆଯିବ । ତେବେ ଛାତ୍ରଛାତ୍ରୀଙ୍କ ପରୀକ୍ଷା ଫଳକୁ ସମୀକ୍ଷା କରିବା ଦ୍ୱାରା ଜଣାପଡିଛି କି, ଅଧିକାଂଶ ପିଲାଙ୍କର ଇଂରାଜୀ, ବିଜ୍ଞାନ ଏବଂ ଗଣିତରେ ରେଜଲ୍ଟ କମ୍ ରହୁଛି ।

ତେଣୁ ଏହାକୁ ଅଧିକ ଗୁରୁତ୍ୱ ଦେବା ପାଇଁ ବିଶେଷ କରି ଏହି ତିନୋଟି ବିଷୟକୁ ଦେଢ ଘଣ୍ଟା ପାଠ ପଢାଇବା ପାଇଁ ରାଜ୍ୟର ସମସ୍ତ ଶିକ୍ଷକମାନଙ୍କୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଅନ୍ୟ ବିଷୟଗୁଡିକୁ ନିର୍ଦ୍ଧାରିତ ସମୟ ତଥା ୪୫ ମିନିଟ୍ ପଢାଯିବା ପାଇଁ କୁହାଯାଇଛି ।

ଚଳିତ ଶିକ୍ଷାବର୍ଷରୁ ନିୟମ କାର୍ଯ୍ୟକାରୀ କରିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେବାସହ ଷଷ୍ଠରୁ ଦଶମ ଶ୍ରେଣୀ ପିଲାଙ୍କ ପାଇଁ ନିୟମ ଲାଗୁ ହେବ । ଏହାଛଡା ପାଇଲଟ ପ୍ରୋଜେକ୍ଟ ହିସାବରେ ଜିଲ୍ଲାର ଗୋଟିଏ ସ୍କୁଲକୁ ବଛାଯିବ । ଯେଉଁଠାରେ ସ୍ୱତନ୍ତ୍ର ଇଂରାଜୀ ଶିକ୍ଷା ଦିଆଯିବ ।

ପ୍ରାଥମିକ ସ୍ତରରେ ଇଂରାଜୀ ଶିକ୍ଷାକୁ ଗୁରୁତ୍ୱ ଦିଆଯିବା ସହ କିଭଳି ପିଲା ଅଧିକ ନମ୍ବର ରଖିବେ ତାହା ଉପରେ ଦୃଷ୍ଟି ଦିଆଯିବ । ବର୍ତମାନ ଜିଲ୍ଲା ସ୍ତରରେ ଗୋଟିଏ ସ୍କୁଲରେ ସ୍ୱତନ୍ତ୍ର ଇଂରାଜୀ ଶିକ୍ଷା ପାଇଁ ବ୍ୟବସ୍ଥା ହୋଇଥିବାବେଳେ ପରେ ବ୍ଲକ ସ୍ତରରେ ମଧ୍ୟ ସ୍ୱତନ୍ତ୍ର ଇଂରାଜୀ ଶିକ୍ଷା ଦିଆଯିବ ବୋଲି ମନ୍ତ୍ରୀ କହିଛନ୍ତି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020