ପାଟକୁରା ପାଇଁ କଂଗ୍ରେସ ଟିମ୍‍

ପାଟକୁରା ଉପନିର୍ବାଚନ ପାଇଁ କଂଗ୍ରେସ ଅଣ୍ଟା ଭିଡିଛି । ଆଗାମୀ ୨୦ ତାରିଖରେ ଅନୁଷ୍ଠିତ ହେବାକୁ ଯାଉଥିବା ପାଟକୁରା ବିଧାନସଭା ଉପନିର୍ବାଚନ ନିମନ୍ତେ ଦଳ ପକ୍ଷରୁ ଆଜି ୪୦ ଜଣିଆ ତାରକା ପ୍ରଚାରକଙ୍କ ନାମ ଘୋଷଣା କରାଯାଇଅଛି ।

ଏହି ତାରକା ପ୍ରଚାରକ ତାଲିକାରେ ଏଆଇସିସି ସାଧାରଣ ସଂପାଦକ ତଥା ଓଡିଶା କଂଗ୍ରେସ ପ୍ରଭାରୀ ଜିତେନ୍ଦ୍ର ସିଂ, ଛତିଶଗଡର ସ୍ୱାସ୍ଥ୍ୟମନ୍ତ୍ରୀ ତଥା ଓଡିଶା କଂଗ୍ରେସର ଅତିରିକ୍ତ ପ୍ରଭାରୀ ଟି.ଏସ୍. ସିଂହଦେଓ ଓ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ସମେତ ନରସିଂହ ମିଶ୍ର, ଚିରଞ୍ଜିବ ବିଶ୍ୱାଳ, ପ୍ରଦୀପ ମାଝୀ, ଡ. ରାମଚନ୍ଦ୍ର ଖୁଂଟିଆ, ଜି. ରୁଦ୍ର ରାଜୁ ପ୍ରମୁଖ ରହିଛନ୍ତି ।

ସେହିଭଳି ବରିଷ୍ଠ କଂଗ୍ରେସ ନେତା ଶରତ ରାଉତ, ଡ. ବିଶ୍ୱରଂଜନ ମହାନ୍ତି, ଭକ୍ତ ଚରଣ ଦାସ, ରଞ୍ଜିବ ବିଶ୍ୱାଳ, ସପ୍ତଗିରି ଉଲାକା, ସୁରେଶ କୁମାର ରାଉତରାୟ, ସନ୍ତୋଷ ସିଂ ସାଲୁଜା, ତାରାପ୍ରସାଦ ବାହିନୀପତି, ରମେଶ ଚନ୍ଦ୍ର ଜେନା, ଅଧିରାଜ ମୋହନ ପାଣିଗ୍ରାହୀ, ଦାଶରଥି ଗମାଙ୍ଗ, ମହମ୍ମଦ ମୋକିମ୍, ଡ. ସି.ଏସ୍.ରାଜନ ଏକ୍କା, ଜୟଦେବ ଜେନା, ଶରତ ପଟ୍ଟନାୟକ, ପ୍ରସାଦ ହରିଚନ୍ଦନ, ଗଣେଶ୍ୱର ବେହେରା, ଅଂଶୁମାନ ମହାନ୍ତି, ଦେବେନ୍ଦ୍ରନାଥ ଶର୍ମା, ଧରଣୀଧର ନାୟକ, ବିଜୟଲକ୍ଷ୍ମୀ ସାହୁ, ବନ୍ଦିତା ପରିଡା, ସସ୍ମିତା ବେହେରା, ଭୁଜବଳ ମାଝୀ, ବିରେନ୍ ସେନାପତି, ହମିଦ୍ ହୁସେନ୍, ଶୁଭେନ୍ଦୁ ମହାନ୍ତି, ସତ୍ୟପ୍ରକାଶ ନାୟକ, ଅରିନ୍ଦମ ସର୍କେଲ, ଜ୍ଞାନଦେବ ବେହୁରା, ଅମିୟ ପାଣ୍ଡବ ଓ ମନୀଷା ତ୍ରିପାଠୀ ପ୍ରମୁଖ ରହିଛନ୍ତି ।

ପାଟକୁରା ଉପନିର୍ବାଚନ ପାଇଁ ବିଜେଡି ଓ ବିଜେପି ସେମାନଙ୍କର ଦଳୀୟ ପ୍ରାର୍ଥୀଙ୍କ ପାଇଁ ନିର୍ବାଚନ ପ୍ରଚାରକୁ ଜୋରଦାର କରିଥିବାବେଳେ ବିଳମ୍ବରେ ହେଲେ ବି କଂଗ୍ରେସ ତାହାର ୪୦ ଜଣିଆ ଟିମ୍‍କୁ ମଇଦାନକୁ ଉତାରିବାକୁ ଯାଉଛି ।

ଉଲ୍ଲେକନୀୟ ଯେ ଗତ ନିର୍ବାଚନରେ ପାଟକୁରା ବିଧାନସଭା କ୍ଷେତ୍ରରୁ ବିଜେଡି ପ୍ରାର୍ଥୀ ହୋଇଥିବା ବେଦ ପ୍ରକାଶ ଅଗ୍ରୱାଲଙ୍କ ମୃତ୍ୟୁପରେ ଏଠାରେ ନିର୍ବାଚନ ସ୍ଥଗିତ ରହିଥିଲା । ପରେ ବାତ୍ୟା ଫନି ପାଇଁ ଏହା ଘୁଞ୍ଚିଥିଲା ।