ଓଡ଼ିଶାକୁ ଫନି ସହାୟତା ଦେଲେ କେନ୍ଦ୍ର ସରକାର  ଓଡ଼ିଶାକୁ ମିଳିଲା ୩୩୩୮.୨୨ କୋଟିର ସହାୟତା ରାଶି  ଫନି ପରବର୍ତ୍ତୀ ଥଇଥାନ ପାଇଁ ସହାୟତା ରାଶି ଘୋଷଣା  

ବିପଦମୁକ୍ତ ନୁହେଁ କୋଚିଙ୍ଗ ସେଣ୍ଟର

ଆଜି ଓଡ଼ିଶା ଅଗ୍ନିଶମ ସେବା ସଂସ୍ଥାର ବିଭିନ୍ନ ଟିମ ବଲାଙ୍ଗୀର, ଭବାନୀପାଟଣା, ଅନୁଗୁଳ, ଝାରସୁଗୁଡ଼ା, ଭଦ୍ରକ ଓ ଜୟପୁରର ପ୍ରମୁଖ କୋଚିଙ୍ଗ ସେଣ୍ଟରଗୁଡ଼ିକୁ ଏକକାଳୀନ ପରିଦର୍ଶନ କରିଥିଲେ ।

ବଲାଙ୍ଗୀରରେ ୧୦ଟି, ଭବାନୀପାଟଣାରେ ୧୦ଟି, ଅନୁଗୁଳରେ ୮ଟି, ଝାରସୁଗୁଡ଼ାରେ ୧୦ଟି, ଭଦ୍ରକରେ ୫ଟି ଓ ଜୟପୁରରେ ୬ଟି ଲେଖାଏଁ ପ୍ରମୁଖ କୋଚିଙ୍ଗ ସେଣ୍ଟରମାନଙ୍କରେ ଲଗା ଯାଇଥିବା ଅଗ୍ନି ନିର୍ବାପନ ଯନ୍ତ୍ର ଯାଞ୍ଚ କରିବା ସଙ୍ଗେ ସଙ୍ଗେ ସେଠାରେ ଥିବା ଛାତ୍ରଛାତ୍ରୀ ଓ କର୍ମଚାରୀମାନଙ୍କ ମଧ୍ୟରେ ଅଗ୍ନି ସଚେତନତା ସୃଷ୍ଟି କରାଯାଇଥିଲା ।

ଏଠାରେ ଉଲ୍ଲେଖଯୋଗ୍ୟ ଯେ ଭୁବନେଶ୍ୱର ଓ କଟକ ଦ୍ୱେତ ନଗରୀରେ ଏହି ପ୍ରକାର ଯାଞ୍ଚ ମଇ ୨୭ ତାରିଖରେ କରାଯାଇଥିବା ବେଳେ ରାଉରକେଲା, ବାଲେଶ୍ୱର, ସମ୍ବଲପୁର ଓ ବ୍ରହ୍ମପୁରରେ ମଧ୍ୟ ଯାଞ୍ଚ ଜୁନ ୧ ତାରିଖରେ କରାଯାଇଥିଲା ।

ଏହି ଯାଞ୍ଚ ସମୟରେ ଦେଖାଯାଇଥିଲା ଯେ ବହୁ କୋଚିଙ୍ଗ ସେଣ୍ଟରମାନଙ୍କରେ ଆବଶ୍ୟକ ଅନୁଯାୟୀ ଅଗ୍ନି ନିରୋଧକ ବ୍ୟବସ୍ଥା ନାହିଁ । ବହୁ ସ୍ଥାନରେ ଗୋଟିଏ ଲେଖାଏଁ ସିଡିର ବ୍ୟବସ୍ଥା ରହିଛି ଯାହାକି ଜରୁରୀ ପ୍ରସ୍ଥାନ ପାଇଁ ପର୍ଯ୍ୟାପ୍ତ ନୁହେଁ ।

ବୈଦ୍ୟୁତିକ ପ୍ୟାନେଲ ବୋର୍ଡମାନ ପ୍ରସ୍ଥାନ ପାଇଁ ପ୍ରଯୁଜ୍ୟ ସିଡି ତଳେ ଖଞ୍ଜା ଯାଇଅଛି ଯାହାକି ଅଗ୍ନିକାଣ୍ଡର ଆଶଙ୍କାକୁ ବଢ଼ାଇଦିଏ । ବହୁ ସ୍ଥାନରେ ଅଗଣା ଓ ଯିବା ଆସିବା ରାସ୍ତାକୁ ଅବ୍ୟବହୃତ ବସ୍ତୁକୁ ଠୁଳ କରାଯାଇ ଅବରୋଧ କରାଯାଇଛି ।

ଅଗ୍ନି ନିରାପତା ପାଇଁ ମୁଖ୍ୟ ଭୂମିକା ଗ୍ରହଣ କରୁଥିବା ଉତମ ଗୃହ ପରିଚାଳନା ଯାଞ୍ଚ ସମୟରେ ଦେଖିବାକୁ ମିଳିନଥିଲା । ଏତିଦବ୍ୟତୀତ ଅଧିକାଂଶ କୋଚିଙ୍ଗ ସେଣ୍ଟରମାନଙ୍କରେ ବିପଦ ସମୟରେ ନିରାପଦ ସ୍ଥାନକୁ ଯିବା ପାଇଁ ସତର୍କ ସୂଚନା ଫଳକ ମଧ୍ୟ ଲଗାଯାଇନଥିଲା ।

ଉପରୋକ୍ତ କୋଚିଙ୍ଗ ସେଣ୍ଟରମାନଙ୍କୁ ନିର୍ଦ୍ଧାରିତ ସମୟ ମଧ୍ୟରେ ଆବଶ୍ୟକ ଅଗ୍ନି ନିର୍ବାପନ ବ୍ୟବସ୍ଥା ଗ୍ରହଣ କରିବା ପାଇଁ ଅଗ୍ନିଶମ ବିଭାଗ ପକ୍ଷରୁ ନୋଟିସ କରାଯିବ ।

ଏହି ଯାଞ୍ଚ ସମୟରେ ବିଭିନ୍ନ ଅଟ୍ଟାଳିକାମାନଙ୍କରେ ଆବଶ୍ୟକ ଅଗ୍ନି ନିରୋଧକ ବ୍ୟବସ୍ଥା ଗ୍ରହଣ କରାଇବା ଓ ସୁରକ୍ଷିତ ଭାବେ ସମ୍ପୃକ୍ତ ଅଟ୍ଟାଳିକାରୁ ଉଦ୍ଧାର ପାଇବାର କୌଶଳ ସମ୍ବନ୍ଧରେ ଛାତ୍ରଛାତ୍ରୀ ତଥା କର୍ମଚାରୀମାନଙ୍କୁ ସଚେତନ କରାଇଥିଲେ । ଛାତ୍ରଛାତ୍ରୀମାନଙ୍କର ସୁବିଧା ପାଇଁ ଅଗ୍ନି ନିର୍ବାପକ ଯନ୍ତ୍ରଗୁଡ଼ିକର ବ୍ୟବହାର କୌଶଳ ପ୍ରଦର୍ଶନ କରାଯାଇଥିଲା ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019