ଓଡ଼ିଶାକୁ ଫନି ସହାୟତା ଦେଲେ କେନ୍ଦ୍ର ସରକାର  ଓଡ଼ିଶାକୁ ମିଳିଲା ୩୩୩୮.୨୨ କୋଟିର ସହାୟତା ରାଶି  ଫନି ପରବର୍ତ୍ତୀ ଥଇଥାନ ପାଇଁ ସହାୟତା ରାଶି ଘୋଷଣା  

ସବୁ ଘରକୁ ଡଷ୍ଟବିନ୍‍

ସହରାଞ୍ଚଳର ପ୍ରତ୍ୟେକ ବ୍ୟକ୍ତିଙ୍କୁ ଘରୁ ବର୍ଜ୍ୟ ବସ୍ତୁ ସଂଗ୍ରହ ହେବ । ଏଥିପାଇଁ ସବୁ ଘରକୁ ଡଷ୍ଟବିନ୍‍ ଯୋଗାଇ ଦିଆଯିବ । ଲୋକମାନେ ଏଥିରେ ରଖୁଥିବା ବର୍ଜ୍ୟବସ୍ତୁକୁ ପୌର ପ୍ରଶାସନ ପ୍ରତିଦିନ ସଂଗ୍ରହ କରିବ । କଟକ ମହାନଗର ନିଗମରୁ ଏହି କାର୍ଯ୍ୟ ଆରମ୍ଭ କରାଯିବ ବୋଲି ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।

କଟକ ସହରର ବିଭିନ୍ନ ସମସ୍ୟା ନେଇ ଆଜି ସଚିବାଳୟ ଠାରେ ହୋଇଥିବା ସମୀକ୍ଷା ବୈଠକରେ ମନ୍ତ୍ରୀ ଏହି ସୂଚନା ଦେବା ସହିତ କଟକ ସହରରେ ଜଳବନ୍ଦୀ ସମସ୍ୟା ଦୂର ଲାଗି ସବୁ ନାଳ ଗୁଡିକୁ ସଫା କରାଯିବ ବୋଲି କହିଛନ୍ତି । ଏଥି ସହିତ ଯେଉଁଠାରେ ନାଳ ଗୁଡିକ ଜବରଦଖଲରେ ରହିଛି ତାହାକୁ ଖୁବ୍‍ଶୀଘ୍ର ହଟାଇ ଦିଆଯିବ ।

କଟକବାସୀଙ୍କୁ ମଶା ଦାଉରୁ ରକ୍ଷା କରିବାପାଇଁ ପଦକ୍ଷେପ ଗ୍ରହଣ ଲାଗି ବୈଠକରେ ଉପସ୍ଥିତ ଥିବା କଟକ ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲଙ୍କୁ ମନ୍ତ୍ରୀ ଶ୍ରୀ ଜେନା କହିଥିଲେ । ଏହାଛଡା ସହରର ସୌନ୍ଦର୍ଯ୍ୟ କରଣ ଉପରେ ବୈଠକରେ ଗୁରୁତ୍ୱଆରୋପ କରାଯାଇଛି ।

ବାତ୍ୟା ଫନି ପ୍ରଭାବରେ ସହରରେ ଭାଙ୍ଗିରୁଜି ଯାଇଥିବା ସୌନ୍ଦର୍ଯ୍ୟକରଣର ପୁନରୁଦ୍ଧାର ସହିତ ନୂତନ ଭାବେ ତାହାକୁ ପୁଣିଥରେ ସ୍ଥାପନ ପାଇଁ ମନ୍ତ୍ରୀ କହିଛନ୍ତି । ସେହିଭଳି ସହରର କେତେକ ସ୍ଥାନରେ ରେଳବାଇ ଜମି ଉପର ଦେଇ ଯାଇଥିବା ନାଳ ଗୁଡିକୁ ସଫା କରିବାଲାଗି ରେଳବାଇର ସହାୟତା ନେବାକୁ କୁହାଯାଇଛି ।

ଆଜିର ଏହି ବୈଠକରେ ବିଧାୟକ ସୌଭିକ ବିଶ୍ୱାଳ, ଜିଲ୍ଲାପାଳ ଶ୍ରୀ ଅଗ୍ରୱାଲଙ୍କ ସମେତ ସିଏମ୍‍ସି କମିଶନର, ଆରଡିସିଙ୍କ ସଚିବଙ୍କ ଓ କଟକ ମହାନଗର ନିଗମର ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ ।  



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019