ଓଡ଼ିଶାକୁ ଫନି ସହାୟତା ଦେଲେ କେନ୍ଦ୍ର ସରକାର  ଓଡ଼ିଶାକୁ ମିଳିଲା ୩୩୩୮.୨୨ କୋଟିର ସହାୟତା ରାଶି  ଫନି ପରବର୍ତ୍ତୀ ଥଇଥାନ ପାଇଁ ସହାୟତା ରାଶି ଘୋଷଣା  

୧୬ ସୁଦ୍ଧା ମୌସୁମୀ

ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୧୬ ତାରିଖରେ ଓଡ଼ିଶାରେ ପ୍ରବେଶ କରିବ ବୋଲି ଶିକ୍ଷା ଓ ଅନୁସନ୍ଧାନ ଡିମ୍‍ଡ ବିଶ୍ୱବିଦ୍ୟାଳୟ ଅଧିନସ୍ଥ ପରିବେଶ ଓ ଜଳବାୟୁ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ତେବେ ଜୁନ୍ ୧୩ ତାରିଖ ପର୍ଯ୍ୟନ୍ତ ଆଭ୍ୟନ୍ତରୀଣ ଓଡ଼ିଶାର ବିଭିନ୍ନ ସ୍ଥାନରେ ଖରାର ତାତି ଜାରି ରହିବ ବୋଲି ସୂଚନା ଦିଆଯାଇଛି ।

ଜୁନ୍ ୧୪ରେ ପ୍ରାକ୍ ମୌସୁମୀ ବର୍ଷା ହେବାର ସମ୍ଭାବନା ରହିଥିବା ବେଳେ ଜୁନ୍ ୧୯ରୁ ୨୦ ତାରିଖ ମଧ୍ୟରେ ମୌସୁମୀର ପ୍ରଭାବ ସାରା ରାଜ୍ୟରେ ପ୍ରସାରିତ ହେବ ବୋଲି ସିଇସି ପକ୍ଷରୁ କୁହାଯାଇଛି ।

ଜୁନ୍ ୧୨ ତାରିଖ ପର୍ଯ୍ୟନ୍ତ ଉପକୂଳ ଓଡ଼ିଶାରେ ରୋ÷ଦ୍ରତାପ ଜାରି ରହିବାର ସମ୍ଭାବନା ଥିବା ବେଳେ ଏହାପରେ ତାପମାତ୍ରା କମିବ ବୋଲି ଜଣାପଡ଼ିଛି । ଏହି ସମୟରେ କାଳବୈଶାଖୀ ହେବାର ସମ୍ଭାବନା ରହିଛି ।

ସାଇକ୍ଲୋନିକ ଷ୍ଟର୍ମ “ବାୟୁ” ପୂର୍ବମଧ୍ୟ ଆରବସାଗରରେ ଘନୀଭୂତ ହୋଇଥିବା ବେଳେ ପଶ୍ଚିମ-ଦକ୍ଷିଣପଶ୍ଚିମ ଦିଗରେ ଗୋଆ ଠାରୁ ୩୫୦ କିମି ଦୂରରେ ରହିଛି । ଏହା ୧୩ ତାରିଖ ସୁଦ୍ଧା ଦକ୍ଷିଣ ଗୁଜରାଟ ଦେଇ ଗତି କରିବା ପରେ ଦୂର୍ବଳ ହେବ ବୋଲି ଜଣାପଡ଼ିଛି ।

ଜୁନ୍ ୧୪ ଠାରୁ ଆଭ୍ୟନ୍ତରୀଣ କର୍ଣ୍ଣାଟକ, ତେଲେଙ୍ଗାନା ଏବଂ ଆନ୍ଧ୍ରପ୍ରଦେଶରେ ମୌସୁମୀ ପ୍ରବେଶ କରିବ ବୋଲି ସିଇସି ପକ୍ଷରୁ କୁହାଯାଇଛି ।
 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2019