ସଫା ହେଉନି ପାଣି ଟାଙ୍କି

ବାତ୍ୟା ପରେ ପାନୀୟଜଳ ଜନିତ ସଂକ୍ରମଣ ଭୟ ରହିଥିବାବେଳେ ସହରାଞ୍ଚଳରେ ଟାଙ୍କିପାଣି ବ୍ୟବହାରକାରୀ ବିଶେଷକରି ସରକାରୀ କ୍ୱାଟର୍ସରେ ରହୁଥିବା ଲୋକଙ୍କ ପ୍ରତି ଏହି ବିପଦ ଅଧିକ ଦେଖାଦେଇଛି । ବାତ୍ୟାରେ କ୍ଷତିଗ୍ରସ୍ତ ହୋଇଥିବା ପାଣିଟାଙ୍କି ଗୁଡିକୁ ସଫା କରାନଯିବା ଫଳରେ ଲୋକେ ଅନେକ ସ୍ଥାନରେ ଦୂଷିତ ଜଳ ପିଇବାର ଆଶଙ୍କା ଉପୁଜିଛି ।

ଚଳିତମାସରେ ଆସିଥିବା ବାତ୍ୟାର ପ୍ରଖର ପବନରେ ବହୁ ସ୍ଥାନରେ ପାଣି ଟାଙ୍କିର ଘୋଡଣି ଉଡିଯିବା ସହିତ ସଂଯୋଗକାରୀ ପାଇପ୍‍ ଗୁଡିକ ଫାଟି ଯାଇଥିଲା । ଆଉ କେତେକ ସ୍ଥାନରେ ଗଛ ଉପୁଡିବା ଯୋଗୁଁ ମାଟିତଳେ ଥିବା ପାଣି ପାଇପ୍‍ ଗୁଡିକ ମଧ୍ୟ ଫାଟି ସେଥିରେ ମାଟି, କାଦୁଅ ଓ ଦୂଷିତ ଜଳ ମିଶିଥିଲା । ତେକେତ ସ୍ଥାନରେ ପବନରେ ଉଡୁଥିବା ପତ୍ର ଓ ଅନ୍ୟାନ୍ୟ ଆବର୍ଜନା ବି ପାଣିଟାଙ୍କିରେ ପଶିଯାଇଛି ।

କେବଳ ସରକାରୀ କ୍ୱାଟର୍ସ ନୁହେଁ, ଡାକ୍ତରଖାନା ସମେତ ଅନ୍ୟାନ୍ୟ ସରକାରୀ କୋଠାବାଡରେ ଲାଗିଥିବା ବହୁ ସଂଖ୍ୟକ ପାଣିଟାଙ୍କି ଗୁଡିକର ବି ସମାନ ଦଶା । ଏଗୁଡିକୁ ସଫା କରିବା ତ ଦୂରରକଥା ଢାଙ୍କୁଣି ଅଛି କି ନାହିଁ ତାହା ତଦାରଖ କରିବାକୁ ଏବେ କାହା ପାଖରେ ବେଳ ଥିବା ଭଳି ଲକ୍ଷ୍ୟ କରାଯାଉନାହିଁ ।

ଦୁଇ ତିନିଦିନ ପରେ କର୍ତ୍ତୃପକ୍ଷ ପାନୀୟଜଳ ଯୋଗାଣ କରିଥିବାବେଳେ ପାଣି ଟାଙ୍କିର ସଫେଇ ପ୍ରତି ଦୃଷ୍ଟି ଦେଇ ନାହାନ୍ତି । ଲୋକେ ଜୀବନ ବିକଳରେ ଘୋଡଣି ନଥିବା ପାଇପ୍‍ ଫାଟିଥିବା ଟାଙ୍କିରୁ ପାଣି ପିଇବାରେ ଲାଗିଛନ୍ତି । ବହୁ ପାଣିଟାଙ୍କିରେ ବାତ୍ୟାପରେ ଆସୁଥିବା ପାଣିରେ ମାଟି, ବାଲି ଆଦି ଆସୁଥିବା ଲକ୍ଷ୍ୟ କରାଯାଉଛି ।

ଅବସ୍ଥା ଏଭଳି ହୋଇଛି ଯେ ଏହି ଗୋଳିଆ ପାଣି ଯୋଗୁଁ ବହୁ ଲୋକଙ୍କ ଘରେ ଲାଗିଥିବା ପାଣିଛଣା ଯନ୍ତ୍ର ଖରାପ ହେବାକୁ ବସିଲାଣି । ବହୁ ସରକାରୀ କ୍ୱାଟର୍ସ ଛାତକୁ ଯିବାକୁ ବାଟ ନଥିବା ସହଜରେ ଲୋକେ ପାଣିଟାଙ୍କି ଗୁଡିକୁ ସଫା କରିବାର ବ୍ୟବସ୍ଥା ନାହିଁ । ତେଣୁ ତୁରନ୍ତ କର୍ତ୍ତୃପକ୍ଷ ଯାନ୍ତ୍ରିକ ଉପାୟରେ ପାଣିଟାଙ୍କି ଗୁଡିକୁ ସଫା କରିବା ସହିତ ବିଶୋଧନ ଲାଗି ମତପ୍ରକାଶ ପାଉଛି । ଏହା ନହେଳେଲ ସହରରେ ଦୂଷିତ ପାନୀୟଜଳ ସେବନ ଜନିତ ରୋଗ ବ୍ୟାପିବାର ଆଶଙ୍କା ଥିବା ଚିକିତ୍ସକମାନେ ମତ ଦେଉଛନ୍ତି ।