୭୬ ଆକ୍ରାନ୍ତଙ୍କ ମଧ୍ୟରୁ ୭୪ କ୍ୱାରେଣ୍ଟାଇନ୍‍ କେନ୍ଦ୍ରର  ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩  ରାଜ୍ୟରେ ୭୬ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ  ନୂଆ ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗିରରେ ୧୬, ଖୋରଧା ଓ ନୂଆପଡାରେ ୧୩ କରି, କଟକରେ ୧୧ ଓ ଗଞ୍ଜାମରେ ୧୦  

ସିଲ୍‍ ହେଲା ବମିଖାଲ ଅଞ୍ଚଳ

ବମିଖାଲ ଅଞ୍ଚଳରୁ ଏକକାଳୀନ ତିନି ଜଣ କରୋନା ଆକ୍ରାନ୍ତ ମିଳିବାପରେ ବିଏମ୍‍ସି ପକ୍ଷରୁ ଆଜି ସେହି ଅଞ୍ଚଳକୁ ସିଲ୍‍ କରାଯାଇଛି । ବର୍ତ୍ତମାନ ବିଏମ୍‍ସି ଅଞ୍ଚଳରେ ସଟ୍‍ଡାଉନ୍‍ ଲାଗୁ ହୋଇଥିଲେ ମଧ୍ୟ ଗୋଷ୍ଠି ସଂକ୍ରମଣକୁ ଦୃଷ୍ଟିରେ ରଖି କର୍ତ୍ତୃପକ୍ଷ ଏଭଳି ପଦକ୍ଷେପ ନେଇଛନ୍ତି ।

ବିଏମ୍‍ସି ପକ୍ଷରୁ ସିଲ୍‍ ହୋଇଥିବା ଅଞ୍ଚଳ ସୀମା ମଧ୍ୟରେ ଏକାମ୍ର ସିନେମା ହଲ୍‍ ନିକଟରେ ଥିବା କଫିକାଫେ ଛକରୁ ଝାରପଡା କେନାଲ ରୋଡ୍‍, ଝାରପଡା କେନାଲ ରୋଡ୍‍ରୁ ଝାରପଡା ଦୁର୍ଗାମଣ୍ଡପ, ଦୁର୍ଗାମଣ୍ଡପ ନିକଟରୁ କଟକ-ପୁରୀ ରାସ୍ତାର ଡିସିବି ବ୍ୟାଙ୍କ୍‍ ଛକ ଓ ସେଠାରୁ ଏକାମ୍ର ହଲ ନିକଟରେ ଥିବା କଫିକାଫେ ପର୍ଯ୍ୟନ୍ତ ରହିଛି ।

ଏହି ଅଞ୍ଚଳକୁ ସିଲ୍‍ କରାଯାଇ ଥିବାରୁ ସଟ୍‍ଡାଉନ୍‍ ପରେ ମଧ୍ୟ ସେହି ଇଲାକାରେ ଥିବା ଲୋକେ ପଦାକୁ ବାହାରିବେ ନାହିଁ କିମ୍ବା ବାହାରୁ ଲୋକେ ସେହି ଅଞ୍ଚଳକୁ ଯିବେ ନାହିଁ । ସଟ୍‍ ଡାଉନ୍‍ ଯୋଗୁଁ ବର୍ତ୍ତମାନ ବିଏମ୍‍ସି ପକ୍ଷରୁ ରାସନ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ଲୋକଙ୍କ ଘର ପାଖରେ ଯୋଗାଯିବ ନାହିଁ । ସଟ୍‍ଡାଉନ୍‍ ପରେ ଏହି ସୁବିଧା ମିଳିବ ।

ଉଲ୍ଲେଖନୀୟ ପଞ୍ଚମ କରୋନା ଆକ୍ରାନ୍ତ ରାଜଧାନୀର ସୂର୍ଯ୍ୟନଗର ଅଞ୍ଚଳରୁ ମିଳିବାପରେ ଗତ କାଲିଠାରୁ ବିଏମ୍‍ସି ସେହି ଅଞ୍ଚଳକୁ ସିଲ୍‍ କରି ରଖିଛି । ଆଜି ଆକ୍ରାନ୍ତଙ୍କ ଘରୁ ଆଉ ୭ଜଣଙ୍କ ଠାରେ ସଂକ୍ରମଣ ରହିଥିବା ସ୍ପଷ୍ଟ ହୋଇଛି । ଏଠାରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଘରକୁ ଘର ବୁଲି ଲୋକଙ୍କ ସୂଚନା ସଂଗ୍ରହ କରିବେ । ସେହିଭଳି ଏହି ଅଞ୍ଚଳରେ ମଧ୍ୟ ସାନିଟାଇଜ କାର୍ଯ୍ୟ ଆରମ୍ଭ ହୋଇ ଯାଇଛି । ତେବେ ଆଜି ରାଜଧାନୀ ସଟ୍‍ ଡାଉନ୍‍ ପୂର୍ବରୁ ସୂର୍ଯ୍ୟନଗର ବାସିନ୍ଦାଙ୍କୁ ବିଏମ୍‍ସି ପକ୍ଷରୁ ଅତ୍ୟାବଶ୍ୟ ସାମଗ୍ରୀ ସେମାନଙ୍କ ଘର ନିକଟରେ ଦିଆଯାଇଛି ।

ବମିଖାଲ ଅଞ୍ଚଳରୁ ଆଜି ଏକାଥରକେ ତିନିଜଣ ଓ ସୂର୍ଯ୍ୟନଗରରୁ ୭ଜଣଙ୍କ ସହିତ ପୁରୀ, ଯାଜପୁର ଓ ଭଦ୍ରକରୁ କରୋନା ସଂକ୍ରମିତ ମିଳିବାପରେ ରାଜ୍ୟରେ ଏହି ସଂଖ୍ୟା ୨୦ରେ ପହଞ୍ଚିଛି । କଟକରେ ମଧ୍ୟ ଆଜି ଜଣେ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୧୫ଜଣ କରୋନା ପଜିଟିଭ ମିଳିବାପରେ ରାଜ୍ୟ ସରକାର ଏମାନଙ୍କ ଯାତାୟତ ସୂଚନା ସଂଗ୍ରହ ସହିତ ଗୋଷ୍ଠି ସଂକ୍ରମଣ ଯେଭଳି ନବ୍ୟାପିବ ସେଥିପାଇଁ ତତ୍ପର ହୋଇ ଉଠିଛନ୍ତି । ତେବେ ଆଶ୍ୱାସନାର ବିଷୟ ହେଉଛି ଯେ ସଂକ୍ରମିତଙ୍କ ମଧ୍ୟରୁ ପ୍ରଥମ ଓ ଦ୍ୱିତୀୟ ଇତି ମଧ୍ୟରେ ସୁସ୍ଥହୋଇ ଡାକ୍ତରଖାନାରୁ ଘରକୁ ଫେରିଛନ୍ତି । 



ସମ୍ପାଦକ: ବ୍ରଜ କିଶୋର ମିଶ୍ର

©Tathya Media Pvt. Ltd. 2020